ଧାମନଗର, ୨୭।୭ : ବୈତରଣୀ ଏବଂ କୋଚିଳା ନଦୀର ବନ୍ୟା ଯୋଗୁଁ ବହୁ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ବହୁ ଗ୍ରାମ ପାଣି ଘେରରେ ରହିଛି। ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କ ସହ ଭଦ୍ରକ ଜିଲ୍ଲାର ପ୍ରଶାସନିକ ଅଧିକାରୀ ବନ୍ୟାଞ୍ଚଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ବନ୍ୟା ଯୋଗୁ ହସନାବାଦ ପଞ୍ଚାୟତର ଅସ୍ତକ, ଅନଳ ଡିହ, ଗୋପବନ୍ଧୁ ନଗର, ମଠସାହି, ବନବାଗ ଏବଂ ଅର୍ଜୁନପୁର ପଞ୍ଚାୟତର ବାଲିପାଟଣା, ସଇଲୋ, ମମାଦୁଲା ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଏପରିକି ଧୂଷୁରୀ ଯାଜପୁର ରାସ୍ତା ମଧ୍ୟ ବିଚ୍ଛିନ୍ନ ହୋଇଛି ।ଏପଟେ କୋଚିଳା ନଦୀରେ ଅତ୍ୟଧିକ ପାଣି ବଢ଼ିବାରୁ ପଙ୍ଗଟା ଘାଟ ବ୍ରିଜ ଛାତରେ ପିଟି ହୋଇଛି ବନ୍ୟା ପାଣି। ବିପଦ ସଂକୁଳ ବ୍ରିଜ ଏବଂ ଉପର ମୁଣ୍ଡରେ ଦୁର୍ବଳ ନଦୀ ବନ୍ଧ ଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଏପରିକି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀରୁ ଗାଁରେ ବନ୍ୟା ପାଣି ପଶିଛି।