ଆଠଗଡ଼, ୮।୭ : ବଡ଼ମ୍ବା ଗଡର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗୋଟ ଖୋଲାଯିବାରୁ ମନ୍ଦିର ବେଢାକୁ ଛୁଇଁଛି ବନ୍ୟାଜଳ।
ସକାଳ ଠାରୁ ବନ୍ୟାଜଳ ବଢିବାରେ ଲାଗିଛି। ଯଦି ଆଉ ଅଧିକ ଗେଟ୍ ଖୋଲିଲେ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ସୁରକ୍ଷିତ ସ୍ଥାନଙ୍କୁ ମାଙ୍କୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ମା’ଙ୍କ ସେବାୟତ ମାନେ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି ।ମନ୍ଦିରରେ ମାଆଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।