ମୁମ୍ବାଇ,୪/୨ : ବ୍ଲକ ବଷ୍ଟରକୁ ରିଜେକ୍ଟ କରି ବାଛି ଥିଲେ ଫ୍ଲପ୍ ଫିଲ୍ମ । ଫିଲ୍ମ ବହୁତ ମିଳିଥିଲା କିନ୍ତୁ ସେ ତାହାକୁ ରିଜେକ୍ଟ କରିଥିଲେ । ମାତ୍ର ପରବର୍ତ୍ତି ସମୟରେ ସେହି ଫିଲ୍ମ ଗୁଡ଼ିକ ବକ୍ସ ଅଫିସରେ ବାଜିମାତ୍ କରିଥିଲା । ଏଭଳି ଜଣେ ଅଭିନେତା ହେଲେ ଅଭିଷେକ ବଚ୍ଚନ । ତାଙ୍କୁ କିଏ ବା ନ ଜାଣେ । ୫ ଫେବୃଆରୀରେ ଅଭିଷେକ ବଚ୍ଚନଙ୍କ ୫୦ତମ ଜନ୍ମଦିନ ସେଲିବ୍ରେଶନ କରିବେ । ସମସ୍ତଙ୍କୁ ଜଣା ଅଛି କି ଅଭିଷେକ ବଚ୍ଚନ ନିଜ କ୍ୟାରିୟରରେ ହିଟରୁ ଅଧିକ ଫ୍ଲପ୍ ସିନେମା ଦେଇଛନ୍ତି । କିନ୍ତୁ ଆପଣଙ୍କୁ ଜଣା ଅଛି କି କ୍ୟାରିୟରର ଆରମ୍ଭରେ କେତେକ ଏଭଳି ଫିଲ୍ମକୁ ମନା କରିଛନ୍ତି କି ଯାହା କି ବକ୍ସ ଅଫିସରେ କଲେକ୍ସନର ରେକର୍ଡ଼ ଭାଙ୍ଗିଛି । ଆସନ୍ତୁ ଜାଣିବା ଏହି ଫିଲ୍ମ ବିଷୟରେ ଏବଂ ଅଭିନେତାଙ୍କ ରିଜେକ୍ଟ କରିବାର କାରଣ ବିଷୟରେ ।
କୁହାଯାଏ କି ଅମିରଖାନଙ୍କ ଲଗାନ ଫିଲ୍ମ ଲାଗି ଅଭିଷେକ ବଚ୍ଚନ ପ୍ରଥମ ପସନ୍ଦ ଥିଲେ । ଆଶୁତୋଷ ଗୋବରେକର ଚାହୁଁଥିଲେ କି ସେ ଏହି ଫିଲ୍ମରେ ଲିଡ୍ ରୋଲ୍ କରିବେ । କିନ୍ତୁ ଏକ ସାକ୍ଷାତକାରରେ ଅଭିଷେକ ଫିଲ୍ମକୁ ମନା କରିବାର ଖୁଲାସା କରିବାକୁ ଯାଇ କହିଥିଲେ କି ସେ ସେହି ସମୟରେ ବହୁ ଯୁବକ ଏବଂ ଅନୁଭବହୀନ ଥିଲେ । ଲଗାନ ଭଳି ଏପିକ୍ ଫିଲ୍ମକୁ ନିଜ କାନ୍ଧରେ ଉଠାଇବା ଲାଗି । ଏହାପରେ ଫିଲ୍ମରେ ଅମିର ଖାନଙ୍କୁ କାଷ୍ଟ କରାଯାଇଥିଲା । ଏହି ପିଲ୍ମର ବଜେଟ ୨୫କୋଟି ଥିଲା ଏବଂ ତାହା ୫୮-୬୫.୯୭କୋଟି କଲେକ୍ସନ କରିଥିଲା। ଏଭଳି କି ଫିଲ୍ମ ଓସ୍କାର ପାଇଁ ନୋମିନେଟ୍ ହୋଇଥିଲା ।
ସେହିଭଳି ଅନ୍ୟ ଏକ ଫିଲ୍ମ ଯାହା ପରିବର୍ତ୍ତି ସମୟରେ ସୁପରହିଟ୍ ହୋଇଥିଲା ତାକୁ ମଧ୍ୟ ଛାଡ଼ିଥିଲେ । ଏହି ସିନେମାର ନାଁ ଦିଲ ଚାହାତା ହେ ଥିଲା । ଏହି ଫିଲ୍ମରେ ଫରହାନ ଅଖତର ନିର୍ଦେଶନାରେ ଡେବ୍ୟୁ କରିଥିଲେ । ସେ ଅଭିଷେକଙ୍କୁ ଫିଲ୍ମରେ କାଷ୍ଟ କରିବାକୁ ଚାହୁଁଥିଲେ। କିନ୍ତୁ ଅଭିଷେକ ଫିଲ୍ନ କରି ନ ଥିଲେ ଏବଂ ଆକାଶର ଚରିତ୍ର ଅମିର ଖାନ ନିଭାଇଥିଲେ । ଏହାର ବଜେଟ ୧୩-୧୪କୋଟି ଥିଲା ଏବଂ ବକ୍ସ ଅଫିସ କଲେକ୍ସନ ଥିଲା ୩୮-୩୯କୋଟି ।
୨୦୦୬ରେ ରଙ୍ଗ ଦେ ବାସନ୍ତୀ ସମସ୍ତଙ୍କ ମନରେ ଜୋଶ୍ ଭରି ଦେଇଥିଲା । ଏହା ଏଭଳି ଏକ ଫିଲ୍ମ ଥିଲା ଯାହା ଆଜି ବି ଯୁବକମାନଙ୍କୁ ପସନ୍ଦ ଆସିଥାଏ । କୁହାଯାଏ କି ଏହି ଫିଲ୍ମ ଲାଗି ବି ଅଭିଷେକ ବଚ୍ଚନ ପ୍ରଥମ ପସନ୍ଦ ଥିଲେ । କିନ୍ତୁ ଟୁ- ଟାଇମ୍ ଜୋନକୁ ନେଇ କନଫ୍ୟୁଜନ ଫଳରେ ଅଭିନେତା ଏହାକୁ ମନା କରି ଦେଇଥିଲେ । ପରେ କିନ୍ତୁ ଏହି ଫିଲ୍ମ ବଡ଼ ବ୍ଲକବଷ୍ଟର ହୋଇଥିଲା । ଏହା ୨୮କୋଟିରେ ହୋଇଥିଲା ଏବଂ କଲେକ୍ସନ ଏହାର ଥିଲା ୯୬କୋଟି ।
ବିବେକ ଓବରୟ ଏବଂ ରାନୀ ମୁଖାର୍ଜୀଙ୍କ ଫିଲ୍ମ ସାଥିୟା ସମସ୍ତଙ୍କ ଫେବୋରାଇଟ୍ ଫିଲ୍ମ ଅଟେ । ଏହି ଫିଲ୍ମର କାହାଣୀ ବ୍ୟତୀତ ଏହାର ଗୀତ ସୁପରହିଟ୍ ଥିଲା । କୁହାଯାଏ କି ଆଦିତ୍ୟର ଚରିତ୍ର ଲାଗି ଅଭିଷେକ ଏହାର ପ୍ରଥମ ପସନ୍ଦ ଥିଲେ । ଅଭିନେତା ଫିଲ୍ମକୁ ମନା କରିବା ପରେ ବିବେକ ଓବରୟର ଭାଗ୍ୟ ଖୋଲିଥିଲା । ୨୦୦୨ରେ ଆସିଥିଲା ଏହି ଫିଲ୍ମର ବଜେଟ ୭କୋଟି ଥିଲା ଏବଂ ଫିଲ୍ମ ୨୮-୨୯କୋଟିର କଲେକ୍ସନ କରିଥିଲା ।