ଭୁବନେଶ୍ଵର, ୧୫/୦୫ : ଫୁସ୍ଫୁସ୍ ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଯଦି ଫୁସ୍ଫୁସ୍ରେ ସାମାନ୍ୟ ସମସ୍ୟା ଆସିଥାଏ, ତେବେ ଶ୍ୱାସପ୍ରଶ୍ୱାସ ନେବା ଖୁବ୍ କଷ୍ଟକର ହୋଇପଡେ । ଫୁସ୍ଫୁସର ସବୁଠାରୁ ବଡ଼ ରୋଗ ହେଲା ପଲ୍ମୋନାରୀ ଏଡିମା । କଥିତ ଭାଷାରେ ଏହାକୁ କୁହାଯାଏ ଫୁସ୍ଫୁସ୍ରେ ପାଣି ଜମିବା । ଏହି ରୋଗ ହେବା ଦ୍ୱାରା ଶରୀରରେ ଅମ୍ଲଜାନର ଅଭାବ ଦେଖା ଦେଇଥାଏ । ଫଳରେ ନିଶ୍ୱାସ ନେବା କଷ୍ଟକର ହୋଇପଡେ । ଅନେକ ସମୟରେ ଏହି ରୋଗ ହେବା ଦ୍ୱାରା ଆମ ଶରୀର ବିଭିନ୍ନ ସଙ୍କେତ ଦେଇଥାଏ । କିନ୍ତୁ ସଚେତନତା ଅଭାବରୁ ଲୋକମାନେ ସଙ୍କେତକୁ ଅଣଦେଖା କରିଥାନ୍ତି । ଫଳରେ ସମସ୍ୟା ବଢିଚାଲେ । ଚାଲନ୍ତୁ ଜାଣିବା ଫୁସ୍ଫୁସ୍ରେ ପାଣି ଭରିବା ପରେ ଶରୀରରେ କି କି ଲକ୍ଷଣ ପ୍ରକାଶ ପାଇଥାଏ । ବିଶେଷଜ୍ଞଙ୍କ ମତରେ ଫୁସ୍ଫୁସ୍ରେ ପାଣି ଜମିବାର ଅନେକ କାରଣ ରହିଥାଏ । ଯେପରିକି ନିମୋନିଆ, ରକ୍ତ ସଂକ୍ରମଣ, କିଡ୍ନୀ ଫେଲ୍, ଲିଭର୍ ସୋରିଓସିସ୍, ହୃଦୟ ସମ୍ବନ୍ଧୀୟ ସମସ୍ୟା ଓ ଔଷଧର ଓଭର ଡୋଜ୍ ଆଦି କାରଣରୁ ଫୁସ୍ଫୁସ୍ରେ ପାଣି ଜମିଥାଏ ।
ଲକ୍ଷଣ
ହୃଦ୍ସ୍ପନ୍ଦନରେ ଅନିୟମିତତା, ଛେପରେ ଫେଣ ଆସିବା, ଶୋଇବା ସମୟରେ ପ୍ରଶ୍ୱାସ ନେବାର ସମସ୍ୟା, ବିଚଳିତ ଲାଗିବା, ଛାତିରେ ଯନ୍ତ୍ରଣା, ତ୍ୱଚା ହଳଦିଆ ଦେଖାଯିବା, ଥକ୍କାପଣ ଓ ପାଦରେ ଯନ୍ତ୍ରଣା । ଯଦି ଶରୀରରେ ଏପରି ଲକ୍ଷଣମାନ ଦେଖାଦିଏ ତେବେ ତୁରନ୍ତ ଡାକ୍ତର ପରାମର୍ଶ କରାଇ ନେବା ଉଚିତ୍ । ପରାମର୍ଶ କ୍ରମେ ପରୀକ୍ଷାନୀରିକ୍ଷା କରିବା ସହ ଚିକିତ୍ସା ଆରମ୍ଭ କରିଦେବା ଜରୁରି । ଡାକ୍ତର ଇଲୋକ୍ଟ୍ରେଲାଇଟ୍ସ ଟେଷ୍ଟ, କିଡ୍ନୀ ଫଙ୍କସନ୍ ଟେଷ୍ଟ, ଲିଭର ଫଙ୍କସନ୍ ଟେଷ୍ଟ, ବ୍ଲଡ୍ କାଉଣ୍ଟ ଟେଷ୍ଟ କରିବା ସହ ଏକ୍ସରେ ଓ ଅଲଟ୍ରାସାଉଣ୍ଡ ଆଦି କରିବା ପାଇଁ ପରାମର୍ଶ ଦେଇଥାନ୍ତି । ଯଦି ପରୀକ୍ଷାରୁ ଫୁସ୍ଫୁସ୍ରେ ପାଣି ଜମିଥିବା ରିପୋର୍ଟ ଆସେ, ତେବେ ତୁରନ୍ତ ଏହାର ଚିକିତ୍ସା କରାଇ ନେବା ଉଚିତ୍ ।
ଏହି ଖବରଟିକୁ ପଢନ୍ତୁ- Health Tips : ସ୍ମରଣ ଶକ୍ତି ଦୁର୍ବଳ ହେଉଛି କି ? ଛୋଟ ଛୋଟ କଥା ଭୁଲି ଯାଉଛନ୍ତି କି ? ବଦଳାଇ ଦିଅନ୍ତୁ ଏହି ଅଭ୍ୟାସ...