ଭୁବନେଶ୍ବର, ୧୫୲୧୦: ଜୀବନ ସହ ସଂଘର୍ଷ କରି ହାରିଗଲେ ପୀଡ଼ିତା । ଭୁବନେଶ୍ୱରରେ ଏମ୍ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଫକୀର ମୋହନ କଲେଜ ପୀଡିତାଙ୍କ ମୃତ୍ୟୁ ହୋଇଛି । ଏନେଇ ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି।ତାଙ୍କ ଦେହାନ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି ମୃତ ଛାତ୍ରୀଙ୍କ ପରିବାରକୁ ଆଶ୍ୱସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ମେଡିକାଲ ବୁଲେଟିନରେ କୁହାଯାଇଛି , ପୀଡିତା ଛାତ୍ରୀଙ୍କୁ ଗତ ୧୨ ତାରିଖରେ ୫ଟା ୧୫ ମିନିଟରେ ତାଙ୍କର ଜଣେ ବାନ୍ଧବୀ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଦୁଇ ଦିନ ହସ୍ପିଟାଲରେ ଜୀବନ ସହ କରିବା ପରେ ସୋମବାର ରାତି ୧୧ଟା ୪୬ ମିନିଟରେ ଛାତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏନେଇ ଭୁବନେଶ୍ବର ଏମ୍ସ କର୍ତ୍ତୃପକ୍ଷ ବିଧିବଦ୍ଧ ଘୋଷଣା କରିଛନ୍ତି।