ଭୋଗରାଇ,୨୪/୦୭:  ଏଫ୍‌ଏମ୍ ଛାତ୍ରୀଙ୍କ  ଏକାଦଶାହ ଭୋଗରାଇ ହେବ ପାଳନ ।  ଛାତ୍ରୀଙ୍କ ସ୍ମୃତି ଚାରଣ କମିଟି ପକ୍ଷରୁ ଶ୍ରଦ୍ଧାସୁମନ ସମର୍ପଣ କାର୍ଯ୍ୟକ୍ରମ  ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ଡ.  କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ,  ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସରକାରୀ ଦଳର ଉପମୁଖ୍ୟ ସଚେତକ  ତଥା ରେମୁଣା ବିଧାୟକ ଗାବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର  ଷଡ଼ଙ୍ଗୀ ଏବଂ ବିଜେପିର ବହୁ ରାଜ୍ୟ, ଜିଲ୍ଲା ତଥା ବ୍ଲକସ୍ତରୀୟ ନେତୃବୃନ୍ଦମାନେ  ଯୋଗଦେବାର କାର୍ଯ୍ୟକ୍ରମ ରହିଛି । 

ସେହିପରି ବିଜେଡି ନେତା ପ୍ରଣବ ପ୍ରକାଶ  ଦାସ, ପ୍ରତାପ ଚନ୍ଦ୍ର ଦେବ, ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର ଜେନା, ବସ୍ତା ବିଧାୟିକା  ସୁବାସିନୀ ଜେନା, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ପ୍ରଦେଶ କଂଗ୍ରେସ  କମିଟିର ସଭାପତି ଭକ୍ତଚରଣ ଦାସ, ପୂର୍ବତନ ପିସିସି ସଭାପତି ଜୟଦେବ  ଜେନା, ଶ୍ରୀକାନ୍ତ ଜେନା ଏବଂ କଟକ ବିଧାୟିକା ସୋଫିଆ ଫିରଦୋସ୍ତ ସମେତ  ବିଜେଡି ଓ କଂଗ୍ରେସ ଦଳର ବହୁ ରାଜ୍ୟ, ଜିଲ୍ଲା ତଥା ବ୍ଲକସ୍ତରୀୟ ନେତାମାନେ  ଏହି କାର୍ଯ୍ୟକ୍ରମରେ ଯାଗ ଦେବାକୁ ସମ୍ମତି ପ୍ରଦାନ କରିଥିବା ଜଣାପଡ଼ିଛି । ଏହି  କାର୍ଯ୍ୟକ୍ରମରେ ପ୍ରାୟ ୫୦ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି  ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।