ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ହାଣ୍ଡିଶାଳର ବଜେଟ୍ ବିଗାଡୁଛି ଖାଇବା ତେଲ ଦର: ସୋରିଷ ତେଲ ୧୮୦, ରିଫାଇନ ୧୪୦ ଟଙ୍କା

Published By : Prameya | October 7, 2024 10:19 AM

ଭୁବନେଶ୍ୱର ୭/୧୦: ରାଜଧାନୀ ବଜାରରେ ଖାଇବା ତେଲ ଦର ବଢି ବଢି ଚାଲିଛି । ସୋରିଷ ତେଲ ଦର ୧୪୦ରୁ ନେଇ  ଏବେ ୧୮୦ଟଙ୍କା ଛୁଇଁଲାଣି । ରିଫାଇନ ତେଲ ଦର  ୯୦ରୁ ନେଇ ଏବେ ୧୪୦ ଛୁଇଁବାକୁ ବସିଲାଣି ।  ଯାହାକୁ ନେଇ ସାଧାରଣ ଖାଉଟି ଚିନ୍ତାରେ  ପଡ଼ିଛନ୍ତି । ବିଶେଷକରି ଶ୍ରମିକ, ଦିନ ମଜୁରିଆ  ଶ୍ରେଣୀର ଲୋକେ ଅଧିକ ହଇରାଣ ହେଉଛନ୍ତି ।  ଏପଟେ ଯେଉଁ ବେପାରୀମାନେ ପୁରୁଣା ଦରରେ  ସୋରିଷ, ରିଫାଇନ୍‌ ତେଲ ମହଜୁଦ ରଖିଥିଲେ ସେମାନେ ଏବେ ଦର ବଢ଼ାଇ ବିକ୍ରି କରୁଛନ୍ତି  ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପାର୍ବଣ ସମୟରେ ନିତ୍ୟ  ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି କେତେ ଦୂର ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି  ହୋଇଛି । ଯୋଗାଣ ବିଭାଗ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି । ରାଜ୍ୟ ବ୍ୟବସାୟୀ  ମହାସଂଘ ସଚିବ ସୁଧାକର ପଣ୍ଡା କହିଛନ୍ତି, ପ୍ରତି ଦିନ ଦର ଟଙ୍କାଏ, ଦୁଇ ଟଙ୍କା ବଢୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.