ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ରାମଗଡ଼ର ଏକ ପଥରରେ ରହିଛି ପ୍ରଭୁ ଶ୍ରୀରାମଙ୍କ ପାଦଚିହ୍ନ, ପ୍ରତିଦିନ ହେଉଛି ପୂଜା

Published By : Prameya | November 11, 2024 9:43 AM

ଜୟପୁର,୧୧/୧୧: ରଣ୍ଡାପାଲ୍ଲୀ ପଞ୍ଚାୟତର ରାଣୀଗଡ । ପାହାଡ ଉପରେ ରହିଛି ଏ ଗାଁ । ନିକଟରେ ଥିବା ଏକ ପଥରରେ ରହିଛି ପ୍ରଭୁ ଶ୍ରୀରାମଙ୍କ ପାଦଚିହ୍ନ । ପ୍ରଭୁ  ରାମଚନ୍ଦ୍ର ଏହି ଅଞ୍ଚଳରେ ରହୁଥିବାରୁ ଗାଁର ନାଁ ରାମଗଡ ଭାବେ ନାମିତ ହୋଇଥାଇପାରେ ବୋଲି କହିଛନ୍ତି ଗ୍ରାମବାସୀ । ପ୍ରତି ତିନି ବର୍ଷରେ ଏଠାରେ ଯାତ୍ରା ହେଉଛି । ଅଥଚ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଛି ଏ ଗାଁ ।   

ରାମଗଡରେ ରହୁଛନ୍ତି ୬୫ ପରିବାର । ବୈରାଗୀମଠରୁ  ପାହାଡ ଦେଇ ୬ କିମି ଗଲେ ପଡେ ଏହି ଗାଁ । ଗଡ଼ପଦରର  ପିକନିକ ସ୍ପଟ୍‌ ଦେଇ ଆଉ ଏକ ପାହାଡିଆ ରାସ୍ତା ବି ରହିଛି  ଗାଁକୁ । ଏହାର ଦୂରତା ହେଉଛି ୭ କିମି । ଏପର୍ଯ୍ୟନ୍ତ ଗାଁକୁ  ଭଲ ରାସ୍ତାଟିଏ ନାହିଁ । ଚାଲିଚାଲି ପାହାଡିଆ ରାସ୍ତା ଦେଇ  ଯିବାଆସିବା କରିବାକୁ ପଡୁଛି । ଗତବର୍ଷ ମନରେଗାରେ  ମାଟି ରାସ୍ତା ତିଆରି ହୋଇଥିଲା । ବର୍ଷାରେ ତାହା ଧୋଇ  ହୋଇଯାଇଛି । ଗାଁର ୫୦୦ମିଟର ଦୂରରେ ରହିଛି ଏକ ବଡ  ସମତଳ ପଥର । ଏହି ପଥର ଉପରେ ପ୍ରଭୁ ଶ୍ରୀରାମଙ୍କ ପାଦ  ଚିହ୍ନ ଥିବା ଲୋକେ କହୁଛନ୍ତି । ଏହାକୁ ପୂଜା କରାଯାଉଛି । ପ୍ରତି  ତିନିବର୍ଷରେ ଥରେ ଧୁମଧାମରେ ପର୍ବ ପାଳନ କରାଯାଉଛି ।  ଶହଶହ ଲୋକ ଏଠାକୁ ଆସି ପୂଜାର୍ଚ୍ଚନା କରୁଛନ୍ତି । ଗାଁ  ନିକଟରେ ବାଜ୍‌ନି ପଥର ରହିଛି । ଏହି ପଥରରେ ଅନ୍ୟ ଏକ  ପଥର ବାଡେଇଲେ ବାଦ୍ୟଯନ୍ତ୍ର ଭିଳ ଶଦ୍ଦ ବାହାରୁଛି । ଏହି  ଅଞ୍ଚଳ ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିପାରୁନି । ପର୍ଯ୍ୟଟନ  ବିଭାଗ ଏଥିପ୍ରତି ଦୃଷ୍ଟି ଦେଲେ ସ୍ଥାନର ବିକାଶ ହୋଇପାରନ୍ତା  ବୋଲି କହିଛନ୍ତି ଗ୍ରାମବାସୀ । 

ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଟି.  ପ୍ରଧାନ କହିଛନ୍ତି, ବିଭାଗର ମାନଦଣ୍ଡରେ ଆସିଲେ ଏହାକୁ  ପର୍ଯ୍ୟଟନ ସ୍ଥଳ ଭାବେ ଘୋଷଣା କରାଯିବ । ଏ ସମ୍ପର୍କରେ  ତଥ୍ୟ ସଂଗ୍ରହ କରି ବିକାଶ ଲାଗି ଯୋଜନା କରାଯିବ । ରାଜ୍ୟ  ସରକାରଙ୍କୁ ପ୍ରସ୍ତାବ ପଠାଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.