ଭୁବନେଶ୍ୱର ୨୭/୧୨: ଭୁବନେଶ୍ୱର ଶିଖରଚଣ୍ଡୀ ପାହଡ଼ରେ ଦୁଇ ଦନ୍ତାହାତୀ ବୁଲିବା ଘଟଣା । ହାତୀ ନଯିବା ପର୍ଯ୍ୟନ୍ତ ବନ୍ଦ ରହିବ ଶିଖରଚଣ୍ଡୀ ପୀଠ। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପକ୍ଷରୁ ନିଆଗଲା ପଦକ୍ଷେପ ।ମନ୍ଦିର ପ୍ରବେଶ ଗେଟ୍ରେ ତାଲା ପକାଯାଇଛି। ବନ ବିଭାଗ ପାହାଡ଼ ସିଲ୍ କରିବା ସହ ପର୍ଯ୍ୟଟକଙ୍କୁ ମନା କରୁଛି।
ପର୍ଯ୍ୟଟନ ଋତୁ ଥିବାରୁ ଶିଖରଚଣ୍ଡୀରେ ବଣଭୋଜି କରିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଥିଲା। ତେବେ ଗତ ୫ ଦିନ ହେଲା ପାହାଡ଼ରେ ହାତୀ ବୁଲୁଛନ୍ତି । ତେଣୁ ଲୋକଙ୍କ ସୁରକ୍ଷା ନେଇ ଶିଖରଚଣ୍ଡୀ ପାହାଡ଼ରେ ବୁଲିବା ଉପରେ କଟକଣା ଜାରି ହୋଇଛି। ମୁଖ୍ୟ ଫାଟକରେ ତାଲା ପକାଇବା ସହ ପର୍ଯ୍ୟଟକଙ୍କ ପ୍ରବେଶ ବାରଣ ନେଇ ଏକ ପୋଷ୍ଟର ମରାଯାଇଛି। ସେଠାରେ ବନ ବିଭାଗ ଟିମ୍ ସହ ଇନ୍ଫୋସିଟି ଥାନା ପୁଲିସ ଜଗି ରହିଛନ୍ତି।