ମାଲକାନଗିରି, ୧୩/୨ : ବିଦ୍ୟାଳୟ ଭିତରେ ପଶଇ ଅଚିହ୍ନା ଯୁବକର ଉନ୍ମୁକ୍ତକାଣ୍ଡ । ଶିକ୍ଷକ- ଶିକ୍ଷୟତ୍ରୀ,ଛାତ୍ର-ଛାତ୍ରୀଙ୍କୁ ଭଙ୍ଗା ମଦ ବୋତଲରେ ଆକ୍ରମଣ ଉଦ୍ୟମ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ମାଲାକାନଗିରି ଜିଲ୍ଲା ସହର ମହକୁମାରେ ଥିବା କୁମୁଟିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସ୍କୁଲ କମିଟି ପକ୍ଷରୁ ଏନେଇ ଅଭିଯୋଗ କରାଯାଇଛି ।
ଅପରାହ୍ନ ତିନିଟା ବେଳେ ହଠାତ ଜଣେ ଯୁବକ ପାଚେରୀ ଡେଇଁ ପଶି ଆସିଥିଲେ । କେହି କିଛି ଭାବିବା ପୂର୍ବରୁ ସାଇକେଲ ଗୁଡିକୁ ଫିଙ୍ଗା ଫିଙ୍ଗି କରିଥିଲା । ମୁହଁକୁ ଘୋଡ଼ାଇ ରଖିଥିବାବେଳେ ଏକ କଳା ରଙ୍ଗର ସ୍ବେଟର ପିନ୍ଧିଥିଲା । ତେବେ ତାକୁ ବାରଣ କରାଯାଇଥିବାବେଳେ ଆକ୍ରମଣ ଉଦ୍ୟମ କରୁଥିଲା । ପିଲାମାନେ ଡରି ପଳାଉଥିବାବେଳେ ଶିକ୍ଷକ ଶ୍ରୀଧର ସାହୁ, ଅନ୍ତନ କିଶୋର ନନ୍ଦ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ କୌଶଳ କରି ତାକୁ କାବୁ କରିଥିଲେ । ପ୍ରଥମେ ହାତରୁ ଭଙ୍ଗା କାଚ ବୋତଲ ଛଡାଇ ନେଇଥିଲେ । ତେବେ ତାକୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ସେ ବାହାରକୁ ଦୌଡ଼ି ପଳାଇ ଥିଲା । ଏନେଇ ବିଦ୍ୟାଳୟ କମିଟି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବାବେଳେ ସେହି ଯୁବକ ଫେରାର ଅଛି । ତେବେ ଏ ସମ୍ପର୍କ ରେ ଆମେ ଜିଲ୍ଲା ଶିକ୍ଷାଅଧିକାରୀ ଚିତ ରଞ୍ଜନ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିଥିଲୁ ସେ କହିଥିଲେ ଏସମ୍ପର୍କରେ ବିଦ୍ୟାଳୟ କମିଟି ସଦସ୍ୟ ଓ ଶିକ୍ଷକ ମାନେ ଜଣାଇଛନ୍ତି, ଥାନାରେ ମଧ୍ୟ ଏତଲା ଦିଆଯାଇଛି, ପୁଲିସ ଘଟଣାର ତଦନ୍ତ ଚଳାଇଛି ।
ଏହାସହ ପଢ଼ନ୍ତୁ : ନକଲି ଜର୍ଦ୍ଦା କାରଖାନା ଠାବ, ଅଭିଯୁକ୍ତ ରାଜା ଉଲହକ ଗିରଫ