ନୂଆଦିଲ୍ଲୀ,୦୭/୦୫; ଚଳିତ ଆଇପିଏଲ ସିଜିନ୍ ମଧ୍ୟରେ, ଏକ ଦୁଃଖଦ ଖବର ସମଗ୍ର ଭାରତୀୟ କ୍ରିକେଟ୍ ଜଗତକୁ ଦୋହଲାଇ ଦେଇଛି । ପୂର୍ବତନ ପଞ୍ଜାବ ଦ୍ରୁତ ବୋଲର ଏବଂ ବିରାଟ କୋହଲିଙ୍କ ସହିତ ୧୯ ବର୍ଷରୁ କମ୍ ଖେଳାଳି ଅମନପ୍ରୀତ ସିଂହ ଗିଲଙ୍କ ଦେହାନ୍ତ ହୋଇଛି । ମାତ୍ର ୩୬ ବର୍ଷ ବୟସରେ ଅମନପ୍ରୀତଙ୍କର ଦେହାନ୍ତ ହୋଇଛନ୍ତି । ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ତାଙ୍କ ପରଲୋକ ସୂଚନା ଦେବା ସହିତ ଏବଂ ଗଭୀର ଶୋକ ପ୍ରକାଶ କରିଛି ।
Punjab Cricket Association deeply mourns the sad demise of Amanpreet Singh Gill, former Punjab cricketer and Member, Senior Selection Committee Punjab.
— Punjab Cricket Association (@pcacricket) May 6, 2026
He served Punjab cricket with dedication and passion, representing teams including India Under-19s, Kings XI Punjab and Punjab.… pic.twitter.com/tpr0EwEprk
ବିରାଟ କୋହଲିଙ୍କ ସହ ଖେଳିଥିଲେ- ଚଣ୍ଡିଗଡ଼ରେ ଜନ୍ମିତ ଅମନପ୍ରୀତ ସିଂହ ଗିଲ୍ ପଞ୍ଜାବ କ୍ରିକେଟ୍ ଦଳ ପାଇଁ ଘରୋଇ କ୍ରିକେଟ୍ ଖେଳିଥିଲେ । ସେ ୨୦୦୭ ମସିହାରେ ଶ୍ରୀଲଙ୍କାରେ ଅନୁଷ୍ଠିତ ୧୯ ବର୍ଷରୁ କମ୍ ଟ୍ରାଇ-ସିରିଜରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ, ଯେଉଁଠାରେ ସେ ବିରାଟ କୋହଲି ଏବଂ ମନୀଷ ପାଣ୍ଡେ ଭଳି ଖେଳାଳିଙ୍କ ସହ ଖେଳିଥିଲେ । ସେହି ସିରିଜରେ ଅମନପ୍ରୀତ ୫ଟି ମ୍ୟାଚ୍ରେ ୯ଟି ୱିକେଟ୍ ନେଇଥିଲେ । ଯେଉଁଥିରେ ଫାଇନାଲରେ ବାଂଲାଦେଶ ବିପକ୍ଷରେ ଏକ ମ୍ୟାଚ୍ ବିଜୟୀ ସ୍ପେଲ ମଧ୍ୟ ସାମିଲ ଥିଲା ।
ଅମନପ୍ରୀତ ପଞ୍ଜାବ ପାଇଁ ୬ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ମଧ୍ୟ ଖେଳିଥିଲେ । ଆଇପିଏଲର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ସେ କିଙ୍ଗସ୍ ଏକାଦଶ ପଞ୍ଜାବ (ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ) ଦଳର ଅଂଶ ଥିଲେ, ଯଦିଓ ତାଙ୍କୁ ଖେଳିବାର ସୁଯୋଗ ମିଳିନଥିଲା । ପରେ ସେ ପଞ୍ଜାବ ସିନିୟର ଚୟନ କମିଟିର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।
ଏହା ବି ପଢନ୍ତୁ...IPL 2026: ଆଉ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା ! ଦଳରେ ଅନୁପସ୍ଥିତି ବଢାଇଲା ସନ୍ଦେହ, କିଏ ନେବ ନେତୃତ୍ୱ ?
ଅମନପ୍ରୀତ ସିଂହ ଗିଲଙ୍କ ପରଲୋକରେ ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ଗଭୀର ଶୋକ ପ୍ରକାଶ କରିଛି । ପିସିଏ ସୋସିଆଲ ମିଡିଆରେ ଲେଖିଛି ଯେ, ଅମନପ୍ରୀତ ସିଂହ ଗିଲ୍ ସମର୍ପଣ ଏବଂ ଆଗ୍ରହର ସହିତ ପଞ୍ଜାବ କ୍ରିକେଟ୍ ସେବା କରିଛନ୍ତି । ଆସୋସିଏସନ୍ ପରିବାର ପ୍ରତି ସମବେଦନା ପ୍ରକାଶ କରିଛି ଏବଂ ଆତ୍ମାର ଶାନ୍ତି ପାଇଁ ଏବଂ ପରିବାରକୁ ଏହି କଷ୍ଟକର ସମୟରେ ଧୈର୍ଯ୍ୟ ଦେବାକୁ ପ୍ରାର୍ଥନା କରୁଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ସମୟରେ ପଞ୍ଜାବ କିଙ୍ଗସ୍ ଖେଳାଳିମାନେ କଳାବ୍ୟାଚ୍ ପିନ୍ଧି ଅମନପ୍ରୀତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ (ପିସିଏ)ର ଶୋକ-