ନୂଆଦିଲ୍ଲୀ,୦୭/୦୫; ମୁମ୍ବାଇ ଆଇପିଏଲ୍ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଅସୁସ୍ଥ ରହିଛନ୍ତି । ସେ ଗତ ୪ ତାରିଖରେ ଅନୁଷ୍ଠିତ ଲକ୍ଷ୍ନୌ (ଏଲଏସଜି) ବିପକ୍ଷ ମ୍ୟାଚ ଖେଳି ପାରି ନଥିଲେ । ତାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେଇଥିଲେ । ପାଣ୍ଡ୍ୟାଙ୍କ ପିଠିରେ ଯନ୍ତ୍ରଣା ରହିଥିବା ଟସ୍ ପୂର୍ବରୁ ଘୋଷଣା କରାଯାଇଥିଲା । ମୁମ୍ବାଇ ଉକ୍ତ ମ୍ୟାଚ ଜିତି ୨ପଏଣ୍ଟ ଅର୍ଜନ କରିଥିଲା । ଦଳ ଆସନ୍ତା ୧୦ ତାରିଖରେ ପରବର୍ତ୍ତୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ବେଙ୍ଗାଲୁରୁ (ଆରସିବି)କୁ ଭେଟିବ । ରାଏପୁରରେ ଏହି ମ୍ୟାଚ ଖେଳାଯିବ । ଇତି ମଧ୍ୟରେ ମୁମ୍ବାଇ ଦଳ ରାଏପୁରରେ ପହଞ୍ଚିଛି । ମାତ୍ର ପାଣ୍ଡ୍ୟା ଅନୁପସ୍ଥିତ ରହିଛନ୍ତି । ବିମାବନ୍ଦରରେ ତାଙ୍କ ଅନୁପସ୍ଥିତିକୁ ନେଇ ସନ୍ଦେହ ବଢୁଛି । ହୁଏତ ସେ ଆଉ ବାକି ଆଇପିଏଲ ମ୍ୟାଚ ଖେଳିନପାରନ୍ତି । ମଝିରେ ୩ ଦିନର ବିଶ୍ରାମ ସମୟ ରହିଛି । ତେଣୁ ପାଣ୍ଡ୍ୟା ଦଳ ସହ ଯୋଗ ଦେବା ପାଇଁ ଯଥେଷ୍ଟ ସମୟ ବି ରହିଛି ।
ସେପଟେ ଗତ ଲକ୍ଷ୍ନୌ ବିପକ୍ଷରେ ହାର୍ଦ୍ଦିକ ଖେଳିନଥିଲେ । ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେଇଥିଲେ । ରୋହିତ ଶର୍ମା ଦଳରେ ଏଣ୍ଟ୍ରୀ କରିଥିଲେ । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା କି ହୁଏତ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ରେ କିଛି ଠିକ ନାହିଁ । ତେଣୁ ହାର୍ଦ୍ଦିକ ନଖେଳିବାରୁ ରୋହିତ ଲକ୍ଷ୍ନୌ ବିପକ୍ଷରେ ମ୍ୟାଚ ଖେଳିଲେ । ଖାଲି ଖେଳିଲେ ନାହିଁ ହିଟମ୍ୟାନଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଏବେ ବିଭିନ୍ନ ରିପୋର୍ଟରେ ଚର୍ଚ୍ଚା ହେଉଛି କି ହାର୍ଦ୍ଦିକ ସ୍ଥାନରେ ରୋହିତ କିମ୍ବା ସୂର୍ଯ୍ୟକୁମାରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ଦିଆଯିବ । ଚଳିତ ସିିଜିନରେ ପାଣ୍ଡ୍ୟା ଭଲ ଫର୍ମରେ ନାହାନ୍ତି । ବ୍ୟାଟିଂ ହେଉ କି ବୋଲିଂ କୌଣସି ଥିରେ ହାର୍ଦ୍ଦିକ ସଫଳ ହୋଇନାହାନ୍ତି । ତେଣୁ ତାଙ୍କୁ ଦଳରେ ସ୍ଥାନ ଦିଆଯାଇନଥିବା କୁହାଯାଉଛି । ଚଳିତ ସିଜିନରେ ୫ ଥରର ଆଇପିଏଲ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ୧୦ଟି ମ୍ୟାଚରୁ ୩ଟି ଜିତିଛି । ୭ ଟି ମ୍ୟାଚ ହାରିଛି । ୬ ପଏଣ୍ଟ ସହ ନବମ ସ୍ଥାନରେ ରହିଛି । ଦଳର ବାକି ୪ଟି ମ୍ୟାଚ୍ କର ବା ମର ସହ ସମାନ ହୋଇଛି । ପରାଜୟ ମୁମ୍ବାଇକୁ ଟୁର୍ଣ୍ଣାମେଣ୍ଟରୁ ବାଦ ଦେବ ।
ଏହା ବି ପଢନ୍ତୁ...IPL 2026: ହାର୍ଦ୍ଦିକ ବାଦ ପଡିବାରୁ ଖେଳିଲେ କି ରୋହିତ ? ମୁମ୍ବାଇ ଇଣ୍ଡିଆନ୍ସରେ 'ମହାଭାରତ'
ପାଣ୍ଡ୍ୟା ଏକମାତ୍ର ଖେଳାଳି ନଥିଲେ ଯିଏ ବୁଧବାର ପ୍ରଥମ ବ୍ୟାଚ୍ ସହିତ ରାୟପୁର ଯାତ୍ରା କରିନଥିଲେ। ସୂର୍ଯ୍ୟକୁମାର ଯାଦବ, ଜସପ୍ରିତ ବୁମରାହ, ତିଲକ ବର୍ମା, କ୍ୱିଣ୍ଟନ୍ ଡି କକ୍ ଏବଂ ଅନ୍ୟ ଅନେକ ବିଦେଶୀ ଖେଳାଳି ମଧ୍ୟ ପ୍ରଥମ ବ୍ୟାଚ୍ ସହିତ ଯାତ୍ରା କରିନଥିଲେ। ଭିନ୍ନ ଭିନ୍ନ ବ୍ୟାଚରେ ଖେଳାଳିମାନଙ୍କୁ ପଠାଇବା ଏକ ପୂର୍ବ ଯୋଜନାବଦ୍ଧ ରଣନୀତିର ଅଂଶ ଥିଲା, କାରଣ ପାଞ୍ଚ ଥର ଚାମ୍ପିଅନ୍ ମ୍ୟାଚ୍ ମଧ୍ୟରେ ଲମ୍ବା ବ୍ୟବଧାନ ଥିଲା ଏବଂ ସେମାନେ ଚାହୁଁଥିଲେ ଯେ ସେମାନଙ୍କର ଖେଳାଳିମାନେ ପରବର୍ତ୍ତୀ ମ୍ୟାଚ୍ ପୂର୍ବରୁ ସମ୍ପୂର୍ଣ୍ଣ ରେଷ୍ଟ କରନ୍ତୁ ।
ଏହା ବି ପଢନ୍ତୁ...IPL 2026: ପ୍ଲେ ଅଫ୍-ଫାଇନାଲ ସିଡ୍ୟୁଲ ଜାରି; ଅହମ୍ମଦାବାଦରେ ଟ୍ରଫି ଟକ୍କର, ଜାଣନ୍ତୁ କେଉଁଠି ଖେଳାଯିବ କ୍ୱାଲିଫାୟାର-ଏଲିମିନେଟର ?