ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

JNU: ଜେଏନୟୁର ପୂର୍ବତନ ଛାତ୍ରନେତ୍ରୀ ଶେହଲା ରସିଦଙ୍କୁ ମିଳିଲା ଆଶ୍ୱସ୍ତି; ମାମଲା ପ୍ରତ୍ୟାହାର ଆବେଦନକୁ ପଟିଆଲା କୋର୍ଟର ସହମତି

Published By : Bijay Swain | March 1, 2025 10:48 PM

Image courtey: indiatoday

ନୂଆଦିଲ୍ଲୀ: ଦିଲ୍ଲୀ ପଟିଆଲା ହାଉସ ଅଦାଲତ ଶନିବାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ମାମଲାରେ ରାୟ ପ୍ରଦାନ କରିଛନ୍ତି। ୨୦୧୯ ମସିହାରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU)ର ପୂର୍ବତନ ଛାତ୍ରନେତ୍ରୀ ଶେହଲା ରସିଦଙ୍କ ବିରୋଧରେ ସେନା ବିରୋଧୀ ଟ୍ୱିଟ୍ ପାଇଁ ଦେଶଦ୍ରୋହ ମାମଲା ପ୍ରତ୍ୟାହାର କରିବାକୁ ପୋଲିସର ଆବେଦନ ଉପରେ ସହମତି ପ୍ରଦାନ କରିଛି କୋର୍ଟ। 

ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ(ଏଆଇଏସ୍ଏ)ର ସଦସ୍ୟ ଥିବା ଶେହଲାଙ୍କ ନାମରେ ସେନା ନାମରେ ବିଭ୍ରାନ୍ତିକର ଓ ଅପମାନ ସୂଚକ ଟୁଇଟ କରିବାର ଅଭିଯୋଗ ରହିଥିଲା। ସେନା ଜମ୍ମୁକାଶ୍ମୀରରେ ୧୮ ଅଗଷ୍ଟ ୨୦୧୯ ମସିହାରେ କରିଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସେ ଏହି ଟୁଇଟ କରିତିଲେ। ଭାରତୀୟ ସେନା କାଶ୍ମୀର ଲୋକଙ୍କ ବିରୋଧରେ କାମ କରୁଛି ବୋଲି ସେ ଅଭିଯୋଗ କରିଥିଲେ। ତେବେ ସେନା ଏହାକୁ ବିଭ୍ରାନ୍ତିକର କହିବା ସହ ଶେହଲାଙ୍କ ତଥ୍ୟର କୌଣସି ପ୍ରମାଣ ନାହିଁ ବୋଲି ଅବିଯୋଗ କରିଥିଲା। 

ଶେହଲା ଏହିଭଳି ଟୁଇଟ ବାରମ୍ୱାର କରିବା ପରେ ଆଲଖ ଆଲୋକ ଶ୍ରୀବାସ୍ତବ ନାମକ ଜଣେ ଲୋକଙ୍କ ଦ୍ୱାରା ତାଙ୍କ ଉପରେ ଏକ ମାମଲା ରୁଜୁ କରାଯାଇଥିଲା। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ତାଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୧୨୪କ, ୧୫୩କ, ୧୫୩, ୫୦୪ ଓ ୫୦୫ ଅଧିନରେ ଏକ ମାମଲା ରୁଜୁ କରିଥିଲା। ଟ୍ୱିଟ୍ କରିବାର ଚାରି ବର୍ଷ ପରେ, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନା ଅଗଷ୍ଟ ୨୦୨୩ ରେ ଶେହଲାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଅନୁମତି ପ୍ରଦାନ କରିଥିଲେ।

ମୋଦି ସରକାରରେ ଲାଗୁ ହୋଇଥିବା ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୁଦ୍ଧରେ ଜେଏନୟୁର ମୁଖ୍ୟ ଛାତ୍ରନେତା ଭାବେ ଶେହଲା ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ଏହି ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଭାରତର ପଡୋଶି ଦେଶ ଯଥା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଭାରତର ନାଗରିକତା ନେଇପାରିବେ ବୋଲି ନିୟମ ରହିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.