ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକ

Published By : Rasmita Pradhan | October 19, 2024 11:17 AM

ଭୁବନେଶ୍ଵର, ୧୯/୧୦ : କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକ। ୬୩ ବର୍ଷ ବୟସରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ପୁଅ କଳିଙ୍ଗ କେଶରୀ ପରିଡ଼ା ସୂଚନା ଦେଇଛନ୍ତି। ଦୀର୍ଘ ଦିନଧରି ସେ ଅସୁସ୍ଥ ଥିଲେ ଏବଂ ବିଭିନ୍ନ ପର୍ଯ୍ୟାୟରେ ତାଙ୍କର ଚିକିତ୍ସା ଚାଲିଥିଲା। 

ଉତ୍କଳ କେଶରୀ ପରିଡାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡା ଡେରାବିଶ ବ୍ଲକ ଅନ୍ତର୍ଗତ ସଲାରୋ ଗ୍ରାମରେ। ସେ ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପିଥିଲେ। ସାଲେପୁର କଲେଜ ଛାତ୍ରସଂସଦ ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ। ପରେ ଡେରାବିଶ ବ୍ଲକ ଚେୟାରମ୍ୟାନ ଭାବେ କାର୍ଯ୍ୟ କରିଥିଲେ। ୨୦୦୪ ରେ ସେ ଓଡ଼ିଶା ଗଣ ପରିଷଦ ଟିକେଟରେ ଲଢ଼ି କେନ୍ଦ୍ରାପଡାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ରୁ ୨୦୨୩ ପର୍ୟ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ। ଉତ୍କଳ କେଶରୀ ପରିଡାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.