ତିରୁଅନନ୍ତପୁରମ,୧୫/୧୨: କେରଳର ପୌର ନିର୍ବାଚନରେ ଏନ୍ଡିଏକୁ ବଡ଼ ସଫଳତା ମିଳିଛି । ଏହି ମେଣ୍ଟ ତିରୁଅନନ୍ତପୁରମ ନଗରନିଗମ ନିର୍ବାଚନରେ ୧୦୧ ୱାର୍ଡରୁ ୫୦ ୱାର୍ଡ ହାସଲ କରିଛି । ସେହିପରି ମେୟର ପଦ ପାଇଁ ୬ ଆସନରେ ଭୋଟିଂ ହୋଇଥିବାବେଳେ ବିଜେପି ଗୋଟିଏରେ ଜିତିଛି । ବିଜେପି ତରଫରୁ ନିର୍ବାଚନ ଲଢ଼ିଥିବା ପୂର୍ବତନ ଆଇପିଏସ୍ ଅଧିକାରୀ ଆର୍. ଶ୍ରୀଲେଖା ସସ୍ଥମଙ୍ଗଲମ ଡିଭିଜନ୍ରେ ବଡ଼ ଭୋଟ୍ ପ୍ରାର୍ଥକ୍ୟରେ ଜିତିଛନ୍ତି । ତେଣୁ ଶ୍ରୀଲେଖାଙ୍କୁ ବିଜେପି ମେୟର କରିପାରେ ବୋଲି ଚର୍ଚ୍ଚା ହେଉଛି। ଏପରି ହେଲେ ସେ କେରଳରେ ପ୍ରଥମ ଥର ପାଇଁ ବିଜେପିର ପ୍ରଥମ ମେୟର ହେବେ ।

ତିରୁଅନନ୍ତପୁରମରେ ଜନ୍ମିତ ଶ୍ରୀଲେଖା ୧୯୮୭ରେ କେରଳର ପ୍ରଥମ ଆଇପିଏସ୍ ଅଧିକାରୀ ବନିଥିଲେ । ୩ ଦଶନ୍ଧିରୁ ଊଦ୍ଧ୍ୱର୍ ତାଙ୍କ କ୍ୟାରିୟରରେ ସେ ସିବିଆଇ, କେରଳ କ୍ରାଇମ ବ୍ରାଞ୍ଚ, ଭିଜିଲାନ୍ସ, ଫାୟାର ଫୋର୍ସ, ମୋଟର ବାହନ ବିଭାଗ ଏବଂ ଜେଲ୍ ବିଭାଗ ସମେତ ପ୍ରମୁଖ ଏଜେନ୍ସିଗୁଡ଼ିକ ସହ କାମ କରିଛନ୍ତି । ୨୦୧୭ରେ ତାଙ୍କୁ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ପଦକୁ ପଦୋନ୍ନତି ହୋଇଥିଲା । ସେ କେରଳରେ ଏହି ର୍ୟାଙ୍କ ହାସଲ କରିବାରେ ପ୍ରଥମ ମହିଳା ହୋଇଥିଲେ । ୩୩ ବର୍ଷ ସର୍ଭିସ୍ ପରେ ୨୦୨୦ ଡିସେମ୍ବରରେ ସେ ଅବସର ନେଇଥିଲେ । ଶ୍ରୀଲେଖା ମେୟର ହେଲେ ସେ ତିରୁଅନନ୍ତପୁରମର ପ୍ରତିନିଧିତ୍ୱ କରିବେ, ଯାହାକୁ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଗଡ଼ କୁହାଯାଏ ।