ପ୍ରମୂଖ ଖବର
  • ବାଙ୍କୀ: ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ସନାତନ ବୈଦିକ କନ୍ୟା ଗୁରୁକୁଳମ୍‌ର ଶିଳାନ୍ୟାସ

Published By : Suraj Kumar | June 1, 2025 7:52 PM

ବଲାଙ୍ଗୀର, ୧।୬ :ଆଗଲପୁର ବ୍ଲକ ବଡ଼ଟିକା ଠାରେ 'ସନାତନ ବୈଦିକ କନ୍ୟା ଗୁରୁକୁଳମ୍' ର ଭୂମିପୂଜନ ଓ ଶିଳାନ୍ୟାସ ଉତ୍ସବ ହୋଇଯାଇଛି । ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଯୋଗ ଦେଇ ଏହାର ଶିଳାନ୍ୟାସ କରିଥିଲେ। 

ଗୁରୁକୁଳମ୍ ପ୍ରତିଷ୍ଠା ପାଇଁ ୨.୯୧ ଡିସିମିଲ ଜମି ଦାନ କରିଥିବା ସୁକ୍ରୁ ବିଶ୍ଵାଳଙ୍କୁ ମନ୍ତ୍ରୀ ସାଧୁବାଦ ଜଣାଇବା ସହ ସନାତନ ଧର୍ମର ପ୍ରଚାର ପ୍ରସାର କରିବାରେ 'ସନାତନ ବୈଦିକ କନ୍ୟା ଗୁରୁକୁଳମ୍' ର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ। ବିଶେଷ କରି ଆମ ଝିଅମାନଙ୍କୁ ସନାତନ ଧର୍ମର ବୈଚାରିକ ଚିନ୍ତାଧାରା, ଆଧ୍ୟାତ୍ମିକ ଏବଂ ସାମାଜିକ ଜ୍ଞାନ ସମ୍ପର୍କରେ ଶିକ୍ଷା ଦେବା ଏବଂ ସଶକ୍ତିକରଣ ମାଧ୍ୟମରେ ନାରୀ ଶକ୍ତିଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ଦେବାରେ ଅନୁଷ୍ଠାନର ଭୂମିକା ପ୍ରଶଂସନୀୟ ବୋଲି କହିଛନ୍ତି। 

ଏହି ଅନୁଷ୍ଠାନ କେବଳ ରାଜ୍ୟ ନୁହେଁ ସମଗ୍ର ବିଶ୍ଵରେ ଭାରତୀୟ ସଂସ୍କୃତି ଏବଂ ସାଂସ୍କୃତିକ ବୈଭବର ପ୍ରଚାର ପ୍ରସାରରେ ସହାୟକ ହେବ। ଏଭଳି ପ୍ରୟାସ ପାଇଁ ଅନୁଷ୍ଠାନର ଗୁରୁଜନ, ସଦସ୍ୟଙ୍କୁ ହୃଦୟରୁ ଅଶେଷ ଧନ୍ୟବାଦ ଜଣାଉଛି ବୋଲି କହିଥିଲେ। ଏହି ଅବସରରେ ଅନୁଷ୍ଠାନର ସଦସ୍ୟ, ଶ୍ରଦ୍ଧାଳୁ ଏବଂ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.