ପ୍ରମୂଖ ଖବର
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଏସସିବି ମେଡ଼ିକାଲ ପରିସରରୁ ୪ ଦଲାଲ ଗିରଫ

Published By : Suraj Kumar | May 10, 2025 9:37 PM

କଟକ,୧୦।୫ :  ଏସସିବି ମେଡ଼ିକାଲ ପରିସରରୁ ୪ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଟକ ମଙ୍ଗଳାବାଗ ଥାନା ପୋଲିସ। ଗିରଫ ଚାରି ଜଣ ଦଲାଲ ହେଲେ ଦେବାଶିଷ ମହାନ୍ତି , କ୍ରୀଷ୍ଣା ବାହାଦୁର, ସୁଶାନ୍ତ ବାରିକ୍ ଓ ରାମ ନାଏକ। ଏସସିବି ମେଡିକାଲରୁ ରୋଗୀମାନଙ୍କୁ ଘରୋଇ ହସ୍ପିଟାଲକୁ ନେବାକୁ ପ୍ରର୍ବତ୍ତାଉଥିଲେ। 

ଏସସିବି ମେଡିକାଲରୁ ରୋଗୀମାନଙ୍କୁ ଘରୋଇ ହସ୍ପିଟାଲକୁ ନେବାକୁ ଦଲାଲମାନେ ପ୍ରର୍ବତ୍ତାଉଥିବା ନେଇ ଦୁଇଟି ପୃଥକ୍ ପୃଥକ୍ ଘଟଣାରେ ମଙ୍ଗଳାବାଗ ଥାନା ପୋଲିସ ଅଭିଯୋଗ ପାଇଥିଲା। ଏସସିବି ଟ୍ରମା କାଜୁଆଲ୍ଟି ସମ୍ମୁଖରୁ ରୋଗୀ ମାନଙ୍କୁ ଘରୋଇ ହସ୍ପିଟାଲ ନେବା ପାଇଁ ପ୍ରବର୍ତ୍ତାଇବା ବେଳେ ସାଦା ପୋଷାକ ରେ ଥିବା ପୋଲିସ ମାଡ଼ି ବସିଥିଲେ।  ଦେବାଶିଷ ମହାନ୍ତି , କ୍ରୀଷ୍ଣା ବାହାଦୁର, ସୁଶାନ୍ତ ବାରିକ୍ ଓ ରାମ ନାଏକଙ୍କୁ ପୋଲିସ ଗିରଫ କରିଥିଲା। ଏମାନେ ବିଭିନ୍ନ ଘରୋଇ ହସ୍ପିଟାଲ କର୍ମଚାରୀ ପରିଚୟ ଦେଇ ରୋଗୀ ମାନଙ୍କୁ ନେଉଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତ ଅଛି ତାହାର ତଦନ୍ତ କରାଯିବା । କେଉଁ ହସ୍ପିଟାଲକୁ ନେବାକୁ ଚେଷ୍ଟା କରୁଥିଲେ ସେହି ହସ୍ପିଟାଲ ଗୁଡ଼ିକୁ ମଧ୍ୟ ତଦନ୍ତ ପରିସର କରାଯିବ। ଯଦି କେହି ଦଲାଲ ଏହିଭଳି କାର୍ଯ୍ୟ କଳାପ କରୁଥିବାର ନଜର ଆସନ୍ତି ତେବେ ପୋଲିସ ସହ ଯୋଗାଯୋଗ କରିବା ପାଇଁ ଜୋନ- ୨ ଏ ସି ପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.