ନୂଆଦିଲ୍ଲୀ,୪।୧୧: କ’ଣ ଆପଣ ନିଜର ପିଲାଙ୍କୁ ଘରେ ଏକୁଟିଆ ଛାଡି ବାହାରକୁ କାମ ପାଇଁ ଯାଉଛନ୍ତି ? ସେଥିପାଇଁ ହେବାକୁ ପଡିବ ସତର୍କ। କାରଣ ଗୁଜରାଟରୁ ଏଭଳି ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। ଯାହାକି ସମସ୍ତଙ୍କୁ ଚକିତ କରିଦେବ। ୪ ଜଣ ଶିଶୁ ଖେଳ ଖେଳରେ ନିଜକୁ କାର ଭିତରେ ରହି ବନ୍ଦ କରିଦେବା କାରଣରୁ ମୃତ୍ୟୁ ହାଇଛି। ଘଟଣାଟି ସେହି ସମୟର ଯେତେବେଳେ ବାପା-ମା’ ତାଙ୍କୁ ଘରେ ଛାଡି କାମ କରିବାକୁ ବାହାରକୁ ଯାଇଥିଲେ। ଘରକୁ ଆସି ଯେତେବେଳେ ସେମାନେ ଫେରିକି ଦେଖିଥିଲେ ୪ ଜଣ ଶିଶୁଙ୍କର ମୃତଦେହ ପଡି ରହିଥିଲା। ମାମଲାଟି ଅମରେଲିର ରାନ୍ଧିଆ ଗାଁରୁ ଆସିଛି। ୪ଟି ଶିଶୁଙ୍କ ବୟସ ୨ ବର୍ଷରୁ ନେଇ ୭ ବର୍ଷ ଭିତରେ ରହିଛି।
ପୋଲିସ ଅଧିକାରୀ ଚିରାଗ ଦେଶାଇ କହିଛନ୍ତି, ସୋମବାର ସାମ୍ବାଦିକଙ୍କୁ ସେ କହିଛନ୍ତି, ଏହି ଘଟଣା ଶନିବାର ଅମରେଲିର ରାନ୍ଧିୟା ଗାଁରେ ଘଟିଛି ଓ ମୃତ୍ୟୁ ଘଟିଥିବା ପିଲାଙ୍କ ଭିତରେ ଅଛନ୍ତି ମଧ୍ୟ ପ୍ରଦେଶର ଜଣେ ଚାଷୀଙ୍କ ୪ ସନ୍ତାନ। ସ୍ବାମୀ-ସ୍ତ୍ରୀ ଦୁହେଁ ଶ୍ରମିକ ଭାବରେ କାମ କରନ୍ତି। ଘଟଣା ସମୟରେ ବାପା-ମା’ ଘରେ ନଥିଲେ। ପିଲାମାନେ ଖେଳି ଖେଳି କାର ଭିତରେ ଲକ୍ ହୋଇଯାଇଥିଲେ।
ପୋଲିସର ସୂଚନା ଅନୁସାରେ, ବାପା-ମା’ ସକାଳ ପ୍ରାୟ ସାଢେ ୭ଟା ବେଳେ ନିଜର ୭ ପିଲାଙ୍କୁ ଘରେ ଛାଡି ମାଲିକର କ୍ଷେତକୁ ଚାଲି ଯାଆନ୍ତି କାମ କରିବାକୁ। ୪ ପିଲା ଘର ପାଖରେ ଥିବା କ୍ଷେତ ମାଲିକଙ୍କ କାରରେ ପଶି ଯାଇଥିଲେ। ହେଲେ କାର ଲକ୍ ହୋଇଯାଇଥିଲା। ଫଳରେ ୪ ଶିଶୁଙ୍କର ଅଣନିଶ୍ବାସୀ ହୋଇ ମୃତ୍ୟୁ ହୋଇଛି।