ନୂଆଦିଲ୍ଲୀ, ୯/୭ : ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା। ଝିଅକୁ ପରୀକ୍ଷା ଦେବାକୁ ନେଇ ଯିବା ବେଳେ ବାଟରେ ଛକିଥିଲା ମୃତ୍ୟୁ। ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍‌ କୁ ପିଟିଲା କାର୍। ଗୋଟିଏ ପରିବାରର ୪ ଜଣଙ୍କ ଦୁଃଖଦ ମୃତ୍ୟୁ। ମଧ୍ୟପ୍ରଦେଶ ଉମରିଆ ଜିଲ୍ଲାର ୪୩ ନଂ ଜାତୀୟ ରାଜପଥରେ ଏଭଳି ଭୟାନକ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ସରପଞ୍ଚ ଏବଂ ଜଣେ ମହିଳା ପୁଲିସ କର୍ମଚାରୀ ଅଛନ୍ତି। ପରୀକ୍ଷା ଦେବାକୁ ଚିତ୍ରକୂଟ ଯାଉଥିବା ଯୁବତୀ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜବଲପୁର ସ୍ଥାନାନ୍ତର କରାଯାଇଛି। 

ସୂଚନାନୁଯାୟୀ, ଅନୁପପୁର ଜିଲ୍ଲା ରାଜେନ୍ଦ୍ରଗ୍ରାମ ଲିଲା ଟୋଲା ନିବାସୀ ମାର୍କୋ ପରିବାର ଏକ କାର୍ ଯୋଗେ ଚିତ୍ରକୂଟ ଯାଉଥିଲେ। ଝିଅ ଖୁସୁବୁ ମାର୍କୋଙ୍କ ପରିକ୍ଷା ସରିବା ପରେ ଚିତ୍ରକୂଟ ବୁଲି ଘରକୁ ଫେରିବେ ବୋଲି ସ୍ଥିର ହୋଇଥିଲା। ହେଲେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ଗୁରୁବାର ଭୋର୍ ପ୍ରାୟ ୩ ରୁ ୪ଟା ମଧ୍ୟରେ ଭରୌଲା ଗ୍ରାମ ସ୍ଥିତ ସିଦ୍ଧ ବାବା ମନ୍ଦିର ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଟ୍ରକ୍ କୁ ଧକ୍କା ଦେଇଥିଲା। ଦ୍ରୁତ ଗତି ଯୋଗୁଁ କାରଟି ଭାରସାମ୍ୟ ହରାଇ ରାସ୍ତାରେ ଠିଆ ହୋଇଥିବା ଟ୍ରକ୍ କୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି। ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି। ଡ୍ରାଇଭର୍ ଗୁରୁତର ହୋଇଛନ୍ତି।    

ପୁଲିସ ସୂଚନା ଅନୁଯାୟୀ, କାରରେ ଡ୍ରାଇଭର ସମେତ ୬ ଜଣ ଥିଲେ। ଦୁର୍ଘଟଣାରେ ୩୭ ବର୍ଷୀୟ ସରପଞ୍ଚ କୁଳପତ ସିଂହ, ତାଙ୍କ ପତ୍ନୀ ସବିତା ସିଂହ, ତିନି ବର୍ଷୀୟ ପୁଅ ରୁଦ୍ର ଏବଂ କୁଳପତଙ୍କ ଭାଇଙ୍କ ଝିଅ ପ୍ରିୟଙ୍କାଙ୍କର ମୃତ୍ୟୁ ହୋଇଛି। କୁଳପତଙ୍କ ୨୨ ବର୍ଷୀୟା ଝିଅ ଖୁସୁବୁ ଗୁରୁତର ହୋଇଛନ୍ତି। ତାଙ୍କୁ ଜବଲପୁର ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି। 

ଆହୁରି ପଢନ୍ତୁ- ଲୁହରେ ଭିଜିଲା ସଂସାର, ପ୍ରେମରେ ହଜିଲେ ସ୍ୱାମୀ ! କାନ୍ଦି କାନ୍ଦି କହିଲେ ସ୍ତ୍ରୀ... ଫେରିଆସ ..

ପାନ ପାଇଁ ବନ୍ଧା ରହିଥିଲା ଗୀତଗୋବିନ୍ଦ ଖଣ୍ଡୁଆ ପାଟ!, କିଏ ବାକିରେ କାଳିଆକୁ ଦେଉଥିଲା ବିଡିଆ ପାନ ?