ହରିୟାଣା ୦୭/୦୯ ; କାନ୍ଦି କାନ୍ଦି କହିଲେ ସ୍ତ୍ରୀ... ସବୁ କ୍ଷମା କରିଦେବି ଫେରିଆସ । ହରିୟାଣାର ହିସାରରୁ ଏକ ବିବାଦୀୟ ପ୍ରେମ କାହାଣୀ ସାମ୍ନାକୁ ଆସିଛି, ଯାହା ଏକ ପରିବାରର ସ୍ବପ୍ନକୁ ଭାଙ୍ଗି ଚୁରମାର କରିଦେଇଛି । ହିସାରର ଗାଙ୍ଗୱା ଗାଁର ୪୨ ବର୍ଷୀୟ ବିଜୟ ଜଣେ ୫୦ ବର୍ଷୀୟା ମହିଳାଙ୍କ ସହ ଫେରାର ହେଇଯାଇଛନ୍ତି । ଫଳରେ ତାଙ୍କ ସ୍ତ୍ରୀ ଓ ପାଞ୍ଚ ସନ୍ତାନ ଅସହାୟ ଅବସ୍ଥାରେ ରହିଛନ୍ତି। ପରିବାରର ଭରଣପୋଷଣ ପାଇଁ ସ୍ତ୍ରୀ ବର୍ତ୍ତମାନ ଇ-ରିକ୍ସା ଚଳାଇ ଜୀବିକା ନିର୍ବାହ କରୁଛନ୍ତି ।

ଘଟଣାଟି ଜୁନ୍ ୨୦ରେ ଘଟିଥିବା କୁହାଯାଉଛି। ଅନେକ ଦିନ ବିତିଯାଇଥିଲେ ମଧ୍ୟ ସ୍ୱାମୀଙ୍କର କୌଣସି ସନ୍ଧାନ ମିଳିନଥିବାରୁ ପୀଡ଼ିତା ପୋଲିସ ଓ ଗଣମାଧ୍ୟମର ସହାୟତା ଲୋଡ଼ିଛନ୍ତି। ପୀଡ଼ିତା ମାୟା ଦେବୀଙ୍କ କହିବା ଅନୁସାରେ, ପ୍ରାୟ ୨୦ ବର୍ଷ ପୂର୍ବେ ତାଙ୍କର ବିଜୟଙ୍କ ସହ ବିବାହ ହୋଇଥିଲା। ବିଜୟ ପେଶାରେ ଜଣେ ଡ୍ରାଇଭର। କିନ୍ତୁ କିଛି ମାସ ଧରି ତାଙ୍କ ଆଚରଣରେ ପରିବର୍ତ୍ତନ ଦେଖାଯିବା ପରେ ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କର ସମ୍ପର୍କ ଥିବା କଥା ଜଣାପଡ଼ିଥିଲା। ମାୟା ଦେବୀ ସେହି ମହିଳାଙ୍କ ଘରକୁ ଯାଇଥିବାବେଳେ ପଡ଼ୋଶୀମାନେ କହିଥିଲେ ଯେ ବିଜୟ କିଛି ମାସ ଧରି ସେଠାରେ ରହୁଥିଲେ ଏବଂ ସ୍ୱାମୀ ଭାବେ ନିଜକୁ ପରିଚୟ ଦେଉଥିଲେ।

ଅଦିକ ପଢନ୍ତ ;- Minor girl abuse : ପାଠ ପଢ଼ିବାକୁ ଆସିଥିଲେ ନାବାଳିକା, ଦୁଷ୍କର୍ମ କଲା ମଉସା, ଭଡ଼ାରେ ଲଗାଇଲା ମାଉସୀ

ମାୟାଙ୍କ ଅଭିଯୋଗ ଅନୁଯାୟୀ, ବିଜୟ ନିଜ ସମ୍ପର୍କକୁ ପରିବାରଠାରୁ ଲୁଚାଇ ନଥିଲେ। ସେ ବଡ଼ ପୁଅ ଓ ଭାଇଙ୍କୁ ସେହି ମହିଳାଙ୍କୁ ନିଜ "ଗାର୍ଲଫ୍ରେଣ୍ଡ" ବୋଲି କହୁଥିଲେ। ଭୟ କାରଣରୁ ପରିବାରର କେହି ଏହି କଥା ବାହାରେ କହିନଥିଲେ। ଜୁନ୍ ୨୦ରେ ମାୟା ଦେବୀ ଏନେଇ ସ୍ୱାମୀଙ୍କୁ ପଚାରିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ରାତି ପ୍ରାୟ ୧୧ଟାରେ ବିଜୟ ଘର ଛାଡ଼ି କମଲେଶ ନାମକ ମହିଳାଙ୍କ ସହ ଫେରାର ହେଇଯାଇଥିବା ଅଭିଯୋଗ ହୋଇଛି। କମଲେଶ ପୂର୍ବରୁ ଦୁଇଥର ବିବାହ କରିଥିବା ଏବଂ ତାଙ୍କର ଜଣେ ୧୮ ବର୍ଷୀୟ ଝିଅ ଥିବା ମଧ୍ୟ କୁହାଯାଇଛି।

ଏହି ଘଟଣା ପରେ ମାୟା ଦେବୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ତାଙ୍କର ତିନି ଝିଅ ଓ ଦୁଇ ପୁଅ ମିଶି ପାଞ୍ଚ ସନ୍ତାନ ଅଛନ୍ତି। ବର୍ତ୍ତମାନ ସେ ମାସିକ ପ୍ରାୟ ଅଢ଼େଇ ହଜାର ଟଙ୍କା ଭଡ଼ାରେ ଏକ ଘରରେ ରହୁଛନ୍ତି ଏବଂ ଇ-ରିକ୍ସା ଚଳାଇ ପରିବାରର ଭରଣପୋଷଣ କରୁଛନ୍ତି। ଲୁହଭିଜା ଆଖିରେ ମାୟା କହିଛନ୍ତି, ତାଙ୍କ ମାଆ ପୂର୍ବରୁ ବିଜୟଙ୍କ ବିଷୟରେ ସତର୍କ କରିଥିଲେ, କିନ୍ତୁ ସେ ତାହାକୁ ଗୁରୁତ୍ୱ ଦେଇନଥିଲେ। ତଥାପି ପିଲାମାନଙ୍କ ଭବିଷ୍ୟତ ପାଇଁ ସେ ଆଜି ମଧ୍ୟ ସ୍ୱାମୀଙ୍କୁ କ୍ଷମା କରିବାକୁ ଓ ଘରକୁ ଫେରିଆସିବାକୁ ଅନୁରୋଧ କରିଛନ୍ତି।

ଅନ୍ୟପଟେ, ମାୟା ଦେବୀଙ୍କ ଅଭିଯୋଗ ହେଉଛି, ସେ ଆଜାଦ ନଗର ଥାନାରେ ନ୍ୟାୟ ପାଇଁ ଯାଇଥିଲେ ମଧ୍ୟ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇନଥିଲା। ପୋଲିସ କେବଳ କହିଥିଲା, "ଯଦି ତୁମ ସ୍ୱାମୀ ପଳାଇଛନ୍ତି, ଆମେ କ'ଣ କରିପାରିବୁ?"

​​​​​​​