ସାହାଜପାଲ,୧୦/୪ : ୪ଜଣ ଦୁର୍ବୃତ୍ତଙ୍କୁ ଗିରଫ କଲା ବାଉଁଶୁଣୀ ପୋଲିସ । ବୌଦ୍ଧ ସଦର ବ୍ଲକ ବାଉଁଶୁଣୀ ଥାନା ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ କମ୍ପରା ଗାଁକୁ ଗତ ୨୪ତାରିଖ ଅପରାହ୍ନରେ ଜନୈକ କଂସା ବାସନ ବିକ୍ରି କରୁଥିବା ଏକ ବେପାରୀ ବିକ୍ରି କରି ଫେରୁଥିଲେ । ଏହି ସମୟରେ କମ୍ପରା ବରମୁଣ୍ଡା ରାସ୍ତାରେ ୪ଜଣ ଦୁର୍ବୃତ୍ତ ମଦ ପିଇ କଂସା, ବାସନ ବେପାରୀଙ୍କଠାରୁ ଜିନିଷ, ବାଇକ୍, କିଛି ଟଙ୍କା, ମାବାଇଲ୍ ଫୋନ ଦୁର୍ବୃତ୍ତମାନେ ଛଡ଼ାଇ ନେଇଥିଲେ । ପରେ ଏ ନେଇ ସୁମନ୍ତ ସୂରିଆ ବାଉଁଶୁଣୀ ଥାନାରେ ଅଭିଯୋଗ କରିଥିଲେ ।
ଏ ନେଇ ବାଉଁଶୁଣୀ ପୋଲିସ ୪ଜଣ ଦୁର୍ବୃତ୍ତଙ୍କୁ ଧରିଥିବା ଜଣାପଡ଼ିଛି । ଗିରଫମାନେ ହେଲେ ରାଜେନ୍ଦ୍ର ସାହୁ ମେଡ଼ିକାଲ ଛକ ମନମୁଣ୍ଡା, ସୂର୍ଯ୍ୟକାନ୍ତ ଭୋଇ ବୌଦ୍ଧ(ମୁର୍ଷୁଣ୍ଢୀ), ଅଭୟ ମାଝୀ ମନମୁଣ୍ଡା, ରଞ୍ଜନ ସାହୁ ମନମୁଣ୍ଡା (ଦପଲା) ଏମାନଙ୍କୁ ପୋଲିସ ଧରିବା ପରେ ପୋଲିସ ତଦନ୍ତ କରିଥିଲା । ଏହାପରେ ପାଖ ଡମ୍ବରୁ ଗଡ଼ କଙ୍କଳା ଜଙ୍ଗଲର ଏକ ପୋଲ ତଳେ ବାସନ କୁସନ ରଖାଯାଇଥିବା କହିଥିଲେ।
ଏହିଭଳି ଭାବେ ତାଙ୍କ ପାଖରୁ ଲୁହା ବନ୍ଧୁକ, ୨ଟା ଲୁହା ରଡ଼, ଚାକୁ, ଏକ ଟାଙ୍ଗିଆ, ୪୦୦୦ଟଙ୍କା, ବାସନ କୁସନ ଜବତ କରାଯାଇ ଫେରସ୍ତ କରାଯାଇଛି । ଏମାନଙ୍କୁ ଗତ ୧୧ତାରିଖରେ କୋର୍ଟ ଚାଲାଣ କରାଯିବ ।