ସମ୍ବଲପୁର, ୨୪/୦୭: ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ । ବର୍ତ୍ତମାନ ମୋଟ୍ ୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଡ୍ୟାମ୍ର ବାମ ପାର୍ଶ୍ୱର ୫ଟି ଓ ଡାହାଣ ପାର୍ଶ୍ୱର ୩ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି ।
ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଲାଗି ରହିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁ କାରଣରୁ ବର୍ତ୍ତମାନ ହୀରାକୁଦ ଡ୍ୟାମ୍ର ଆଉ ୪ ଟି ଗେଟ୍ ଖୋଲାଯାଇଛି ।