ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ୱାସିମ ଆକ୍ରମଙ୍କ ସହ ଅଷ୍ଟ୍ରେଲିଆରେ ଠକେଇ, ବିଲେଇର ହେୟାରକଟ୍‌ରେ ଉଡ଼ିଗଲା ୫୬ ହଜାର

Published By : Krishna Priya | November 13, 2024 10:55 AM

ନୂଆଦିଲ୍ଲୀ ୧୩/୧୧: ପାକିସ୍ତାନର ପୂର୍ବତନ କ୍ରିକେଟର ୱାସିମ ଆକ୍ରମ ଏବେ ଅଜବ କାରଣ ଲାଗି ଚର୍ଚ୍ଚାରେ । ଅଷ୍ଟ୍ରେଲିଆରେ ନିଜ ବିଲେଇର ହେୟାରକଟ୍‌ କରାଇବା ପରେ ସେ ଠକି ଯାଇଥିବା ପ୍ରକାଶ କରିଛନ୍ତି । ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍‌ର ଧାରା ବିବରଣୀ ପ୍ରଦାନ କରିବା ଲାଗି ଏବେ ସେ ଅଷ୍ଟ୍ରେଲିଆରେ ଅଛନ୍ତି । ଆକ୍ରମ କହିଛନ୍ତି, ବିଲେଇର ହେୟାରକଟ୍‌ ଲାଗି ତାଙ୍କୁ ଯେତିକି ଅର୍ଥ ଦେବାକୁ ପଡି଼ଛି ସେତିକିରେ ଏକ ନୂଆ ଆଇଫୋନ୍‌ କିଣିହୋଇଥାନ୍ତା । ଏପରିକି ସେହି ଅର୍ଥରେ ପାକିସ୍ତାନରେ ୨୦୦ ବିଲେଇଙ୍କ ହେୟାରକଟ୍‌ ହୋଇପାରିଥାନ୍ତା । 

ଆକ୍ରମ ବିଲେଇର ହେୟାରକଟ୍‌ ଲାଗି ପ୍ରାୟ ୧୦୦୦ ଅଷ୍ଟ୍ରେଲୀୟ ଡଲାର ଖର୍ଚ୍ଚ କରିଛନ୍ତି । ଭାରତୀୟ ମୁଦ୍ରାରେ ଦେଖିବାକୁ ଗଲେ ଏହା ୫୬ ହଜାର ଟଙ୍କା । ପାକିସ୍ତାନୀ ମୁଦ୍ରା ହିସାବରେ ଏହା ୧ ଲକ୍ଷ ୮୫ ହଜାର ଟଙ୍କା ହେବ । ଲାଇଭ୍‌ କମେଣ୍ଟ୍ରି ସମୟରେ ଆକ୍ରମ ଏହି ଘଟଣା ସଂପର୍କରେ ପ୍ରକାଶ କରିବା ପରେ ତାଙ୍କର ସାଥୀ ଭାଷ୍ୟକାରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଆକ୍ରମ ସେମାନଙ୍କୁ ବିଲ୍‌ ଦେଖାଇବା ସହିତ କହିଥିଲେ ଯେ, ତାଙ୍କଠାରୁ ବିଲେଇର ମେଡିକାଲ୍‌ ଚେକଅପ୍‌ ବାବଦରେ ୧୦୫ ଅଷ୍ଟ୍ରେଲୀୟ ଡଲାର, ଆନାସ୍ଥେସିଆ ଲାଗି ୩୦୫ ଡଲାର, କେଶ କାଟିବା ଲାଗି ୪୦ ଡଲାର ନିଆଯାଇଥିଲା । ପୋଷ୍ଟ ପ୍ରୋସିଜର କେୟାର ଲାଗି ୧୨୦ ଡଲାର, କାର୍ଡିଆକ୍‌ ଟେଷ୍ଟ ଲାଗି ୨୫୧ ଅଷ୍ଟ୍ରେଲୀୟ ଡଲାର ମଧ୍ୟ ଅତିରିକ୍ତ ଭାବେ ନିଆଯାଇଥିଲା । ତାଙ୍କର ବୟାନକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.