ପାରାଦୀପ, ୧୪/୦୬ : ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ୪ଟି ଖାଲି ବଗି ଶନିବାର ଲାଇନଚ୍ୟୁତ ହୋଇଯାଇଛି। ପାରାଦୀପ ବନ୍ଦରରୁ ଆସି ପୁରୁଣା ଷ୍ଟେସନରେ ରଖାଯାଉଥିବା ବେଳେ ଏହି ଟ୍ରେନ୍ର ବଗି ଲାଇନଚ୍ୟୁତ ହୋଇଥିଲା। ସୌଭାଗ୍ୟବଶତଃ ବିଦ୍ୟୁତ୍ ଖୁଣ୍ଟରେ ମାଡ଼ ହେବା ପୂର୍ବରୁ ଟ୍ରେନ୍ ଅଟକି ଯାଇଥିଲା। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଥିଲା। ଟ୍ରେନ୍ର ଟ୍ରାକ୍ ଉପରେ କୋଇଲା ଗଦା ହୋଇ ରହିଥିବାରୁ ବର୍ଷା ଯୋଗୁଁ କୋଇଲାଗୁଡିକ ଟାଇଟ୍ ହୋଇଯାଇଥିବାରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।
ଗତ ଦୁଇଦିନ ତଳେ ମଧ୍ୟ ଏହି ରେଲୱେ ଟ୍ରାକ୍ରେ ଗୋଟିଏ ଟ୍ରେନ୍ର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ଫଳରେ ଟ୍ରାକ୍କୁ ସଫା କରିବା ପର୍ଯ୍ୟନ୍ତ ଏହି ଟ୍ରାକ୍ରେ ଟ୍ରେନ୍ ନଛାଡିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ତେବେ ଘଟଣାକୁ ଦୀର୍ଘ ସମୟ ବିତିଥିଲେ ମଧ୍ୟ କୌଣସି ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଦେଖିବାକୁ ମିଳିଛି।