ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ରାଜ କପୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ,ସାମିଲ ହେଲେ ଅନେକ କଳାକାର

Published By : Anindita Ratha | December 14, 2024 2:40 PM

ମୁମ୍ବାଇ,୧୪/୧୨ : ବଲିଉଡ ଭେଟେରାନ ଅଭିନେତା ରାଜ କପୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ । ଏନେଇ ଗତକାଲି ଠାରୁ ସିନେମା ପ୍ରେମୀଙ୍କ ପାଇଁ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ । ଆଉ ଏଥିରେ ସାମିଲ ହୋଇଥିଲେ  ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ସେଲିବ୍ରିଟି। ସେହିପରି ଆଜି ମୁମ୍ବାଇରେ ଏକ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହୋଇଛି । ଯାହା ତାଙ୍କର ୧୦୦ତମ ଜନ୍ମ ବାର୍ଷିକୀ ଅବସରରେ ପାଳନ କରାଯାଉଛି । ଏହି ବିଶେଷ ଉତ୍ସବକୁ ପାଳନ କରିବା ପାଇଁ ଗତ ଶୁକ୍ରବାର ଦିନ ଶୋ’ମ୍ୟାନଙ୍କ ପରିବାର ସଦସ୍ୟ ରାଜ କପୁରଙ୍କ ସିନେମା କାର୍ଯ୍ୟକୁ ପୁନର୍ଜୀବିତ କରିବାକୁ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମରେ କପୁର ପରିବାର ଏକାଠି ପୋଜ୍ ଦେଇଥିଲେ । ରାଜ କପୁରଙ୍କ ପୁଅ ରନ୍ଧୀର କପୁର, ଝିଅ ରେମା ଜୈନ, ବୋହୂ ବବିତା ଏବଂ ନୀତୁ କପୁରଙ୍କ ଠାରୁ ନାତି ରଣବୀର କପୁର ଏବଂ ନାତୁଣୀ କରୀନା କପୁର, କରିସ୍ମା କପୁର ଏବଂ ରିଦ୍ଧିମା କପୁର ସାହନି ସମସ୍ତେ ଗ୍ରାଣ୍ଡ ଷ୍ଟାଇଲରେ ଏହି ମହୋତ୍ସବରେ ଯୋଗ ଦେଇଥିଲେ।  ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ତେବେ କେବଳ ଯେ କପୁର ପରିବାର ନୁହେଁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ବଡ ତାରକା ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରେମ ଚୋପ୍ରା, ଜିତେନ୍ଦ୍ର, ରେଖା, କାର୍ତ୍ତିକ ଆର୍ଯ୍ୟନ, ବିକି କୌଶଲ, ମହେଶ ଭଟ୍ଟ, ସଞ୍ଜୟ ଲୀଲା ବଂଶାଲୀ, ରିତେଶ ଦେଶମୁଖ, ହୁମା କ୍ୟୁରେଶୀ ଏବଂ ଶର୍ମନ ଯୋଶୀଙ୍କ ସହ ଅନେକ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ସାମିଲ ହୋଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଇଭେଣ୍ଟରେ ଆର.କେ ଫିଲ୍ମ, ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ଏବଂ ନ୍ୟାସନାଲ୍ ଫିଲ୍ମ ଆର୍କାଇଭ୍ ଅଫ୍ ଇଣ୍ଡିଆ  ଶୋମ୍ୟାନ୍ ରାଜ କପୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ପାଳନ କରୁଛି । ଏହି ଉତ୍ସବରେ ରାଜ କପୁରଙ୍କ ୧୦ଟି ଆଇକନ୍ ଚଳଚ୍ଚିତ୍ର ୪୦ ଟି ସହର ଏବଂ ୧୩୫ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବ । ପ୍ରାୟ ଚାରି ଦଶନ୍ଧି ଧରି ରାଜ କପୁରଙ୍କ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ କାର୍ଯ୍ୟଗୁଡ଼ିକୁ ଆଲୋକିତ କରିବାକୁ ଏହି ଉତ୍ସବର ଲକ୍ଷ୍ୟ ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.