ନୂଆଦିଲ୍ଲୀ,୧୧।୧୧: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ଗଗନଯାନ ମିଶନ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିଛି। ଇସ୍ରୋ ୩ ନଭେମ୍ବର ୨୦୨୫ ରେ ଝାନସୀର ବାବିନା ଫିଲ୍ଡ ଫାୟାରିଂ ରେଞ୍ଜରେ ଇଣ୍ଟିଗ୍ରେଟେଡ୍ ମେନ୍ ପାରାସୁଟ୍ ଟେଷ୍ଟ(ଆଇଏମ୍ଏଟି) ସଫଳତାର ସହ ପୁରା କରିଛି। ଗଗନଯାନ ମିଶନ ପାଇଁ ପରୀକ୍ଷଣ ଖୁବ୍ ଜରୁରୀ ବୋଲି କୁହାଯାଉଛି।

ଏହି ପରୀକ୍ଷଣର ଉଦେଶ୍ୟ ମହାକାଶ ଯାନର ମୁଖ୍ୟ ପାରାସୁଟ୍ ସିଷ୍ଟମକୁ ଅତ୍ୟାଧିକ ପରିସ୍ଥିତିରେ ପରଖିବାର ଥିଲା। ଇସ୍ରୋ କହିଛି, ପରୀକ୍ଷଣ ବେଳେ ପାରାସୁଟ ଧାର୍ଯ୍ୟ କରିଥିବା ମାନକ ଅନୁସାରେ, ପ୍ରଦର୍ଶନ କରିଛି ଓ ସବୁ ସୁରକ୍ଷା ମାନଦଣ୍ଡରେ ସଫଳ ପ୍ରମାଣିତ ହୋଇଛି। ଏହି ପରୀକ୍ଷଣ ଓ ଏଡିଇ (ଏରୋନଟିକାଲ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ)ର ସହଯୋଗରେ କରାଯାଇଛି।

ଏହି ସଫଳ ପରୀକ୍ଷଣ ଗଗନଯାନ ମିଶନ୍ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ। କାରଣ ପାରାସୁଟ୍ ସିଷ୍ଟମ ଅନ୍ତରୀକ୍ଷ ଯାନର ସୁରକ୍ଷିତ ଲ୍ୟାଣ୍ଡିଂର ପ୍ରମୁଖ ଅଂଶ ରହିଛି। ଇସ୍ରୋ ଅନୁସାରେ, ଏହି ପରୀକ୍ଷଣ ଅନ୍ତରୀକ୍ଷ ଯାତ୍ରୀଙ୍କ ପ୍ରତ୍ୟାବର୍ତ୍ତନ ବେଳେ ବ୍ୟବହାର ହେବାକୁ ଥିବା ଡିସେଣ୍ଟ ସିଷ୍ଟମର ବିଶ୍ବାସନୀୟତା ସୁନିଶ୍ଚିତ କରିବା ପାଇଁ କରାଯାଇଛି। ସଂଗଠନ କହିଛି, ଆସନ୍ତା ମାସରୁ ମଧ୍ୟ ପରୀକ୍ଷଣ କରାଯିବ। ଫଳରେ ୨୦୨୬ ରେ ପ୍ରସ୍ତାବିତ ମାନବଯୁକ୍ତ ଉଡାଣ ପୂର୍ବରୁ ସବୁ ଟେକ୍ନୋଲୋଜି ଦିଗକୁ ପରଖା ଯାଇହେବ। ଇସ୍ରୋ ବୈଜ୍ଞାନିକ ଏହାକୁ ‘କ୍ରିଟିକାଲ ମିଶନ୍ ମାଇଲଷ୍ଟୋନ୍’ ବୋଲି କୁହାଯାଉଛି। ଯାହାକି ଭାରତର ପ୍ରଥମ ମାନବ ଅନ୍ତରୀକ୍ଷଣ ଅଭିଯାନକୁ ଆହୁରି ମଜବୁତ କରିଥାଏ।