ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଫିଲ୍ମ ଗେମ ଚେଞ୍ଜର' ଲିକ୍ ଏବଂ ଦାଦାବଟି ଆଦାୟ ଘଟଣା, ୪୫ ଜଣଙ୍କ ବିରୋଧରେ ମାମଲା ରୁଜୁ

Published By : Anindita Ratha | January 14, 2025 2:37 PM

ମୁମ୍ବାଇ,୧୪/୦୧: ଗତ କିଛି ଦିନ ପୂର୍ବୁର ରିଲିଜ ହୋଇଯାଇଛି ରାମ ଚରଣଙ୍କ ଅଭିନୀତ ଚଳଚ୍ଚିତ୍ର 'ଗେମ ଚେଞ୍ଜର' । ଫିଲ୍ମ ଦେଖିବାକୁ ପ୍ରେକ୍ଷାଳୟରେ ଜମୁଛି ଦର୍ଶକଙ୍କ ଭିଡ଼। ତେବେ ଫିଲ୍ମ ରିଲିଜର କିଛି ଦିନ ପୂର୍ବରୁ ଫିଲ୍ମ ନିର୍ମାତାଙ୍କ ସହିତ  ସଦସ୍ୟଙ୍କୁ ହ୍ୱାଟ୍ସଆପରେ ମିଳିଥିଲା ଧମକ ।  ଫିଲ୍ମ ଲିକ୍ ଏବଂ ଦାଦାବଟି ଆଦାୟ ଧମକ ମିଳିଥିବା ନେଇ ନିର୍ମାତାମାନେ ସାଇବର ଥାନାରେ ଅଭିଯୋଗ କରି ଏତଲା   ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ-ସାଉଥ ଷ୍ଟାର ରାମ ଚରଣଙ୍କ ଫିଲ୍ମ 'ଗେମ ଚେଞ୍ଜର' , ଫ୍ୟାନ୍ସ ଦେଲେ ଏଭଳି ପ୍ରତିକ୍ରିୟା

ଏନେଇ ଟ୍ରେଡ ଆନାଲିଷ୍ଟ ମନୋବାଲା ବିଜୟବାଲନ 'ଗେମ ଚେଞ୍ଜର'ର ନିର୍ମାତାମାନଙ୍କୁ ମିଳିଥିବା ଧମକ ବିଷୟରେ ଏକ ଅପଡେଟ ସେୟାର କରିଛନ୍ତି। ସେ ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, 'ଗେମ ଚେଞ୍ଜର' ରିଲିଜ ପୂର୍ବରୁ, ଫିଲ୍ମ ଟିମର କିଛି ପ୍ରମୁଖ ସଦସ୍ୟ ଏବଂ ନିର୍ମାତାଙ୍କୁ ସୋସିଆଲ ମିଡିଆ ଏବଂ ହ୍ୱାଟ୍ସଆପରେ କିଛି ଲୋକଙ୍କଠାରୁ ଧମକ ମିଳିଥିଲା । ସେମାନେ ଧମକ ଦେଇଥିଲେ ଯେ, ଯଦି ଦାବି କରାଯାଇଥିବା ଟଙ୍କା ଦିଆ ନ ଯାଏ, ତେବେ ସେ ଫିଲ୍ମର ପ୍ରିଣ୍ଟ ଲିକ୍ କରିବେ। ମନା କରିବାରୁ, ସେ ଝଗଡ଼ା କରିବା ଆରମ୍ଭ କରିଥିଲେ । 'ଗେମ୍ ଚେଞ୍ଜର' ରିଲିଜ୍ ହେବାର ଦୁଇ ଦିନ ପୂର୍ବରୁ, ଫିଲ୍ମର ପ୍ରମୁଖ ଆକାଉଣ୍ଟଗୁଡ଼ିକ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରାଯାଇଥିଲା। ରିଲିଜ୍ ପରେ HD ପ୍ରିଣ୍ଟ ଲିକ୍ ହୋଇଯାଇଥିଲା। 'ଗେମ ଚେଞ୍ଜର' ଫିଲ୍ମ ଟିମକୁ ଧମକ ଦେଇଥିବା ଏବଂ ପ୍ରିଣ୍ଟ ଲିକ୍ କରିଥିବା ୪୫ ଜଣ ଲୋକଙ୍କ ବିରୋଧରେ ପ୍ରମାଣ ସହ ନିର୍ମାତା ଏକ ସାଇବର ଥାନାରେ ଏତଲା ଦେଇଛନ୍ତି । ସାଇବର ଅପରାଧ ପୋଲିସ ଏହି ମାମଲାକୁ ଗୁରୁତର ସହ ନେଇ ଆରମ୍ଭ କରିଛି ତଦନ୍ତ ।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.