ମାଲକାନଗିରି, ୨୭/୮(ଆପ୍ର ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଘ୍ନବିନାଶକ ଗଣାଧୀପତିଙ୍କ ପୂଜା ମହାଆଡମ୍ବର ସହ ପାଳିତ ହୋଇ ଯାଇଛି । ବିଶେଷ କରି ମାଲକାନଗିରି ଜିଲ୍ଲା ସଦର ମହକୁମା ଭେଟନାରୀ ସାହି ଗାନ୍ଧିଜି କ୍ଳବ ପୁଜା ମଣ୍ଡପ ଠାରେ ଭିନ୍ନ ଶୈଳୀରେ ନିର୍ମାଣ ହୋଇଛି ଗଣେଶ ମୂର୍ତ୍ତି । ଶ୍ରୀ କେଦାର ନାଥଙ୍କ ମନ୍ଦିର ଢଙ୍ଗରେ ତୋରଣ କରାଯାଇ ୧୫ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତିଙ୍କ ହାତରେ ୨୧ କେଜିର ଲଡୁ ପୂଜା ପାଉଛନ୍ତି । ଠିକ ସେହି ପରି ନେତାଜୀ ସୁବାଷ ବୋଷ ଟାଉନ କ୍ଲବରେ ୧୫ଫୁଟ ଉଚ୍ଚତାର ଗଣେଶ ମୂର୍ତ୍ତିଙ୍କ ହାତରେ ୨୨ କେଜିର ଲଢ଼ୁ ଓ ମା’ ସମଲେଇଙ୍କ ମନ୍ଦିର ଶୈଳୀରେ ତୋରଣ କରାଯାଇଛି।
ବାଲିମେଳାଛକ ସାଗର ପୂଜା କମିଟି ପକ୍ଷରୁ ମଧ୍ୟ ଭିନ୍ନ ଢଙ୍ଗରେ ଗଣେଶଙ୍କ ପୁଜା ମଣ୍ଡପ ସଜାଯାଇଛି । ଶ୍ରୀଗଣେଶ ମତ୍ସ୍ୟ ଓ କୃମ ଅବତାର ଉପରେ ବସି କି କୈଳାସକୁ ଯାତ୍ରାର ଦୃଶ୍ୟ ସାଙ୍ଗକୁ ସୁନ୍ଦର ତୋରଣ ଓ ମନୋରମ ସାଜସଜା ଭକ୍ତମାନଙ୍କୁ ବେସ ଆନନ୍ଦ ଦେଇଛି । ରିକ୍ଲାମେଶନ କଲୋନି ରାଇଡିଂ କ୍ଲବ ପୁଜା କମିଟି ପକ୍ଷରୁ ୧୫ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇ ପୁଜା ପାଉଛନ୍ତି ।
ମାଲକାନଗରି ଜିଲ୍ଲା ଉତ୍କଳ ସାମ୍ବାଦିକ କାର୍ଯ୍ୟାଳୟ ,ସଦର ମହକୁମା ମର୍ଜନ ଇଂରାଜି ବିଦ୍ୟାଳୟ,ଡିଗ୍ରୀ ମହାବିଦ୍ୟାଳୟ, ମାଲକାନଗିରି କଲେଜ, ଘଢେଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ, ,ଜିଲ୍ଲାହସପିଟାଲ ପରିସର,ସତ୍ୟନାରାୟଣ ବିଜ୍ଞାନ ମହାବିଦ୍ୟାଳୟ,ଡିଏନ କେ ଛକ, ମେଡିକାଲ ଛକ, ୧୧୯କଲୋନୀ, ଗାୟତ୍ରୀ ମନ୍ଦିର ଛକ, କଲେଜଛକ, ବୁଟିଗୁଡା, କୁମୁଟିଗୁଡା, ବିବିଗୁଡା, ନବପ୍ରଭାତ, ଗୁରୁପ୍ରୀୟା, ସପ୍ତାଧାର, ସିଲେରୁ, ମାଲ୍ୟବତ, ଲକ୍ଷମଣନାୟକ ଛାତ୍ରା ବାସ,ବିଭିନ୍ନ ସ୍କୁଲ କଲେଜମାନଙ୍କରେ ଆଡମ୍ବର ସହକାରେ ଗଣେଶ ପୂଜା ପାଳିତ ହୋଇ ଯାଇଛି ।
ପୁଜାମଣ୍ଡପଗୁଡିକୁ ଅଧିକ ଆକର୍ଷଣ କରିବା ପାଇଁ ତୋରଣ, ଆଲୋକ ସଜା ବ୍ୟବସ୍ଥା ହୋଇଛି। ଏହା ବ୍ୟତିତ ମାଲକାନଗିରି, କାଲିମେଳା, ପଡିଆ, କୁଡ଼ୁମୁଲୁଗୁମ୍ଫା, ଖଇରପୁଟ, ମାଥିଲି, କୋରକୁଣ୍ଡା, ସାତଟି ଯାକ ବ୍ଲକ ଅଚଂଳ ର ବିଭିନ୍ନ ସ୍ଥାନରେ ଆଡମ୍ବର ସହକାରେ ଗଣେଶ ପୂଜା ପାଳିତ ହୋଇ ଯାଇଛି । ପାଗ ଅନୁକୂଳ ଥିବାରୁ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଭଜନ ସମାରୋହ ସାଙ୍ଗକୁ ନୃତ୍ୟ ସଙ୍ଗୀତ ପ୍ରତିଯୋଗୀତା କରାଯାଇଛି । ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଓ ଦର୍ଶକ ମାନେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଥିଲେ ।