ପାରଳାଖେମୁଣ୍ଡି, ୮/୯ (ଆପ୍ର) : ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ, ଭାଙ୍ଗ ସହ ମଦ ଜବତ କରିଛି। ଏଥିସହ ୫ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ରହିଛି।
ଜିଲ୍ଲାର ସେରଙ୍ଗ ଥାନା ଅନ୍ତର୍ଗତ ବାରୋଇ ଗ୍ରାମ ଏବଂ ତରଭସିଂ, ଅଡାସିଂ, ମାର୍ଲବା ଆଦି ଅଞ୍ଚଳରେ ଅବକାରୀ ଚଢାଉ ହୋଇଥିଲା । ପ୍ରାୟ ୩୦୬ କିଲୋ ୫୦୦ ଗ୍ରାମ ଗଞ୍ଜେଇ, ୨୦ କିଲୋ ଭାଙ୍ଗ ଓ ୩୦ ଲିଟର ଦେଶୀ ମଦ ଜବତ ଅବକାରୀ କର୍ମଚାରୀ ଜବତ କରିଥିଲେ । ଏହି ଘଟଣାରେ ଚାରିଜଣ ପୁରୁଷ ଏବଂ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ଆର ଉଦୟଗିରି ଅବକାରୀ ନିରୀକ୍ଷକ ମନୁ ଆୟାଲ, ମୋବାଇଲ ଟିମ ଏସ.ଆଇ କେ.ବାଲାଜୀ, ସଦର ଏସ ଆଇ ପ୍ରଶାନ୍ତ ପଟେଲ, ମୋହନା ଏସ ଆଇ ଦଣ୍ଡ ଶବରଙ୍କ ସହ ପାରଳାଖେମୁଣ୍ଡି କର୍ମଚାରୀମାନେ ସାମିଲ ଥିଲେ।