ପ୍ରମୂଖ ଖବର
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଅଟୋ ସହ ଦେଢ଼ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

Published By : Suraj Kumar | November 16, 2024 8:25 PM

ମାଲକାନଗିରି, ୧୬/୧୧ :  ମାଲକାନଗିରି ଜିଲ୍ଲା ସଦର ମହାକୁମାସ୍ଥ ଗୌଡ଼ଗୁଡା ଛକ ନିକଟରେ ଏକ ଅଟୋରୁ  ଅବକାରୀ ପୋଲିସ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇ ଦେଢ ଲକ୍ଷ ଟଙ୍କାର  ହେବ। ଗିରଫ ଅଭିଯୁକ୍ତ ଜଣକ ହେଲେ ଚିତ୍ରକୋଣ୍ଡା ଥାନା ପଞ୍ଚାବି ଛକର ହରି ଖରା।

ମାଲକାନଗିରି ଜିଲ୍ଲା ସଦର ମହାକୁମାସ୍ଥ ଗୌଡ଼ଗୁଡା ଛକ ନିକଟରେ ଜିଲ୍ଲା ଅବକାରୀ ବିଭାଗର ମୋବାଇ ଟିମ୍ ପାଟ୍ରୋଲିଂ କରୁଥିଲେ। ଏହି ସମୟର ବାଲିମେଳା ଆଡୁ ଏକ ଅଟୋ ଦ୍ରୁତ ଗତିରେ ମାଲକାନଗିରି ଆସୁଥିବା ସମୟରେ ଅଟକାଇ ଥିଲେ। ଅଟୋଟି ନ ରହି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ ବିଭାଗ କର୍ମଚାରୀମାନେ ଗୋଡ଼ାଇ ଧରିଥିଲେ। ଉକ୍ତ ଅଟୋକୁ ଯାଞ୍ଚ କରିବାରୁ ଅଟୋ ଭିତରେ ଏକ ଜରିବସ୍ତାରେ ଗଞ୍ଜେଇ ଥିବାର ଦେଖି ଅଟୋ ଓ ଗଞ୍ଜେଇ ଜବତ କରିବା ସହିତ ଅଟୋ ଚାଳକକୁ ଗିରଫ କରି ଅବକାରୀ ବିଭାଗ ଥାନାକୁ ନେଇଥିଲେ। ଜବତ ଗଞ୍ଜେଇ ଓଜନ କରିବାରୁ ୧୪କେଜି ୮୦୦ ଗ୍ରାମ ହୋଇଥିଲା। ଏହାର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ।ବେଆଇନ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ଚିତ୍ରକୋଣ୍ଡା ଥାନା ପଞ୍ଚାବିଛକର ହରି ଖରାଙ୍କୁ ଗିରଫ କରାଯାଇଛି। ସେ  ଏହି  ଗଞ୍ଜେଇ ଚିତ୍ରକୋଣ୍ଡାରୁ କ୍ରୟ କରି ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ଅଭିମୁଖେ ନେଉଥିବାର ସ୍ବୀକାର କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.