ପ୍ରମୂଖ ଖବର
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର

Published By : Rasmita Pradhan | August 15, 2025 7:51 AM

କୋଣାର୍କ, ୧୫/୦୮ : ପୁରୀ ଜିଲ୍ଲା ଗୋପ ଥାନା ବଣିଆ ସାହିରେ ଅଘଟଣ। ରୋଷେଇ କରୁଥିବା ବେଳେ ଗ୍ୟାସ୍‌ରେ ନିଆଁ ଲାଗି ସ୍ଵାମୀ-ସ୍ତ୍ରୀଙ୍କ ସମେତ ୩ ଗୁରୁତର। ସମସ୍ତଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି। ଦମ୍ପତିଙ୍କ ଶରୀର ୪୦ ରୁ ୫୦ ଭାଗ ପୋଡି ଯାଇଥିବା ଡାକ୍ତର କହିଛନ୍ତି। 

ସୂଚନା ଅନୁସାରେ, ଗୋପ ପୟରା ପଞ୍ଚାୟତ ଯମରା ଗ୍ରାମର ନାରାୟଣ ମଲ୍ଲିକ ତାଙ୍କ ସ୍ତ୍ରୀଙ୍କ ସହ ବଣିଆ ସାହିରେ ଦୀର୍ଘ ଦିନ ହେବ ଭଡା ଘରେ ରହି ଆସୁଥିଲେ। ଗୁରୁବାର ରାତିରେ ସ୍ୱାମୀ ସ୍ତ୍ରୀ ଦୁହେଁ ରୋଷେଇ କରୁଥିବା ବେଳେ ଗ୍ୟାସ୍‌ରୁ ଉଭୟଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ଘଟଣା ସ୍ଥଳରେ ନାରାୟଣଙ୍କ ସଡୁ ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିଲେ। ଗ୍ରାମବାସୀ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଗୋପ ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତିନି ଗୁରୁତରଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରିଛନ୍ତି। ନିଆଁ ଲାଗିବା କାରଣ ଅସ୍ପଷ୍ଟ ଥିବା ବେଳେ ସ୍ୱମୀ ଏବଂ ସ୍ତ୍ରୀଙ୍କ ଶରୀର ୪୦ ରୁ ୫୦ ଭାଗ ପୋଡି ଯାଇଥିବା ଗୋପ ଡାକ୍ତର କହିଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.