ମୁମ୍ୱାଇ : ମହାରାଷ୍ଟ୍ର ନଗର ନିଗମ ଇଲେକ୍ସନର ଫଳାଫଳ ଶୁକ୍ରବାର ଘୋଷଣା ହେଉଛି। ବିଏମସି ସମେତ ସମସ୍ତ ନଗର ନିଗମରେ ବିଜେପି ବଡ଼ ବିଜୟ ଆଡକୁ ଯାଉଛି। ଏହି ମଧ୍ୟରେ ଜଳଗାଁ ନଗର ନିଗମରେ ଗୋଟିଏ ହିଁ ପରିବାରର ତିନି ଜଣ ସଦସ୍ୟ ବିଜୟୀ ହୋଇଛନ୍ତି,ଯେଉଁଥିରେ ପୂରା ପରିବାର ଖୁବ୍ ଉତ୍ସାହିତ। ମହାରାଷ୍ଟ୍ରର କୋଲହେ ପରିବାରର ତିନି ଜଣ ସଦସ୍ୟ-ଲଲିତ କୋଲହେ, ସିନ୍ଧୁତାଇ କୋଲହେ ଓ ପୀୟୁଷ କୋଲହେ ଜଳଗାଁ ନଗର ନିଗମରେ ବିଜୟ ହାସଲ କରିଛନ୍ତି। ଶିବସେନା ପ୍ରାର୍ଥୀ ଲଳିତ କୋଲହେ ଜେଲରୁ ନିର୍ବାଚନ ଲଢି ଥିଲେ। ତାଙ୍କୁ ଡିସେମ୍ୱରରେ ଏକ ଫେକ୍ କଲ୍ ସେଣ୍ଟର ସ୍କାମ ମାମଲାରେ ଗିରଫ କରାଯାଇ ଥିଲା।
ଏହାସହ ମଧ୍ୟ ପଢନ୍ତୁ : ହଜାରେ ଭୋଟରଙ୍କ ନାଁ ଗାଏବ, ବିଏମସି ନିର୍ବାଚନରେ ଅନିୟମିତତା ନେଇ ଅଭିଯୋଗ କଲେ ସଞ୍ଜୟ ରାଉତ
ମହାରାଷ୍ଟ୍ର ନିବନିର୍ମାଣ ସେନା (ଏମଏନଏସ)ର ସଦସ୍ୟ ରହି ଲଳିତ କୋଲହେ ୨୦୧୮ରେ ଜଳଗାଁର ମେୟର ମଧ୍ୟ ରହି ସାରିଛନ୍ତି। ଏହାପରେ , ବିଜେପି ନେତା ସୀମା ଭୋଲେ ୨୦୧୮ରୁ ୨୦୨୧ ଯାଏ ମେୟରର ପଦରେ ଥିଲେ। ୨୦୨୧ରୁ , ଶିବସେନାର ଜୟଶ୍ରୀ ମହାଜନ ଜେଏମସିର ମେୟର ଅଛନ୍ତି। ବିଜୟର ଉତ୍ସବ ପାଳନ କରି ନ୍ୟୁଜ୍ ଏଜେନ୍ସି ଏଏନଆଇ ସହ କଥା ହୋଇ ,ଜଳଗାଁର ୱାର୍ଡ ନମ୍ୱର-୪ରୁ ବିଜୟୀ ପୀୟୁଷ କୋଲହେ କହିଛନ୍ତି , ବହୁତ ଲୋକ ଆମକୁ ତଳକୁ ଟାଣିବାକୁ ଚେଷ୍ଟା କରିଥିଲେ , ତଥାପି ଆମେ ଏହି ବିଜୟ ହାସଲ କଲୁ। ପୀୟୁଷ କୋଲହେ କହିଛନ୍ତି – ଆମ ପରିବାରର ତିନି ସଦସ୍ୟ ନିର୍ବାଚନ ଜିତିଛନ୍ତି। ଯେମିତି କି ମୋ ମାଆ କହିଲେ- ଭୋଟର୍ ଲଳିତ କୋଲହେଙ୍କ ପାଇଁ ତାଙ୍କର ଭଲପାଇବା ଦେଇଛନ୍ତି।
#WATCH | Maharashtra civic body elections | Jalgaon: Emotional scenes in Jalgaon as Sarita Kolhe shares a hug with Mahayuti candidate Piyush Lalit Kolhe and breaks down.
— ANI (@ANI) January 16, 2026
Three members of the family - Lalit Kolhe, Sindhutai Kolhe and Piyush Lalit Kolhe won the election. Lalit… pic.twitter.com/8gsURFbQPx
ଅଭିଯୁକ୍ତ ଲଳିତ କୋଲହେଙ୍କ ମାଆ ସରିତା କୋଲହେ ଶପଥ କରିଥିଲେ ଯେ, ଯେପର୍ଯ୍ୟନ୍ତ ତାଙ୍କ ପୁଅ ଜେଲରୁ ନଆସିଛି, ସେପର୍ଯ୍ୟନ୍ତ ସେ ଚପଲ ପିନ୍ଧିବେ ନାହିଁ। ବିଜୟର ଉତ୍ସବ ପାଳନ ପୂର୍ବକ ସେ ପରିବାରର ସଦସ୍ୟଙ୍କୁ ନିର୍ବାଚନ ଜିତାଇବା ପାଇଁ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ କହିଛନ୍ତି ସେ ଜେଲ୍ରେ ଅଛି । ତାଙ୍କ ଉପରେ ମିଛ ଅଭିଯୋଗ ଲଗାଯାଇ ଥିଲା। ଆମର ଭୋଟର ଜେଲର ଦ୍ୱାର ଭାଙ୍ଗି ଦେଲେ । ସେମାନେ ଭୋଟ ରୂପେ ଆମ ଉପରେ ତାଙ୍କର ଆଶୀର୍ବାଦ ବର୍ଷା କଲେ... ୱାର୍ଡ ନମ୍ୱର-୧୧ରୁ ଶିବସେନାର ପ୍ରାର୍ଥୀ , ଯେଉଁଥିରେ ସିନ୍ଧୁତାଇ କୋଲହେ ଓ ଲଳିତ କୋଲହେ ସାମିଲ ଅଛନ୍ତି। ୱାର୍ଡ ନମ୍ୱର ୪ରୁ ପୀୟୁଷ କୋଲହେ । ମୋ ପୁଅ , ସ୍ୱାମୀ ଓ ଶାଶୂ ନିର୍ବାଚନ ଜିତିଛନ୍ତି।