ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପର୍ଥରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ ପରେ ଭାରତ ଫେରିଲେ କୋଚ୍ ଗୌତମ ଗମ୍ଭୀର, ଜାଣନ୍ତୁ କ’ଣ ରହିଛି କାରଣ

Published By : Gurupada Nath | November 26, 2024 7:57 PM

ନୂଆଦିଲ୍ଲୀ, ୨୬/୧୧ : ଭାରତ ଲାଗି ବର୍ଡ଼ର- ଗାଭାସ୍କର ଟ୍ରଫିର ଆରମ୍ଭ ବହୁତ ଭଲ ରହିଛି । ସିରିଜର ପ୍ରଥମ ମ୍ୟାଚ୍ ୨୨ରୁ ୨୫ନଭେମ୍ବର ପର୍ଯ୍ୟନ୍ତ ଖେଳାଯାଇଛି । ଭାରତ ପର୍ଥ ଟେଷ୍ଟ ମ୍ୟାଚକୁ ୨୯୫ରନରେ ବିଜୟ ହେବାରେ ସଫଳ ହୋଇଛି । ଏହାପରେ ଭାରତର ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ୬ଡିସେମ୍ବରରୁ ୧୦ଡିସେମ୍ବର ପର୍ଯ୍ୟନ୍ତ ଏଡିଲେଡ ଓଭଲରେ ଖେଳାଯିବାକୁ ଅଛି । ଯାହା ଏକ ଡେ- ନାଇଟ୍ ଟେଷ୍ଟ ମ୍ୟାଚ୍ ଅଟେ । କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ଭାରତ ଫେରିବାର ଖବର ସାମ୍ନାକୁ ଆସିଛି ।

ପର୍ଥ ଟେଷ୍ଟରେ ବିଜୟ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ‘ବ୍ୟକ୍ତିଗତ କାରଣ’ରୁ ମଙ୍ଗଳବାର ଭାରତ ଫେରୁଛନ୍ତି । ରିପୋର୍ଟ ଅନୁସାରେ ଗମ୍ଭୀର ୬ଡିସେମ୍ବରରୁ ଏଡିଲେଡରେ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଟିମ୍ ସହ ଯୋଡ଼ିହେବେ । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି କି ଗମ୍ଭୀର ଆମକୁ କହିଛନ୍ତି କି ସେ ବ୍ୟକ୍ତିଗତ କାରଣରୁ ଘରକୁ ଫେରୁଛନ୍ତି । ବୋର୍ଡ଼ ତାଙ୍କ ଅନୁରୋଧକୁ ସ୍ବୀକାର କରି ନେଇଛି । ସେ ଦ୍ବିତୀୟ ଟେଷ୍ଟ ପୂର୍ବରୁ ଟିମ୍ ସହ ଯୋଡ଼ି ହେବେ ।  

ଭାରତୀୟ ଟିମ୍ ବୁଧବାର କ୍ୟାନବରା ଲାଗି ଯିବ, ଯେଉଁଠାରେ ସେ ୩୦ନଭେମ୍ବରୁ ପ୍ରାଇମ ମିନିଷ୍ଟର ଏକାଦଶ ବିପକ୍ଷରେ ଦୁଇ ଦିବସୀୟ ପିଙ୍କ୍ ବଲ ପ୍ରାକ୍ଟିସ ମ୍ୟାଚ୍ ଖେଳିବ । ଏହି ସମୟରେ ଗମ୍ଭୀରଙ୍କ ଅନୁପସ୍ଥିତିରେ ଆସିଷ୍ଟାଣ୍ଟ କୋଚ୍ ଅଭିଷେକ ନାୟର ଏବଂ ରେୟାନ ଟେନ ଡୋଏଶେଟ, ବୋଲିଂ କୋଚ୍ ମର୍ନି ମର୍କେଲ ଏବଂ ଫିଲ୍ଡିଂ କୋଚ୍ ଟି ଦିଲୀପ ଅଧିନାୟକ ରୋହିତ ଶର୍ମାଙ୍କ ସହ ଟିମର କମାଣ୍ଡ ସମ୍ଭାଳିବେ । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.