ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ବିରୋଧରେ ଏକ ପ୍ରକାରର ଟି-୨୦ ସିରିଜରେ ସରେଣ୍ଡର କରି ଦେଇ ଥିଲା। ଭାରତୀୟ ଟିମ୍ ୭ଟି ମ୍ୟାଚରୁ ଗୋଟିଏ ବି ମ୍ୟାଚ୍ ଜିତି ପାରିଲା ନାହିଁ। ୬ଟି ମ୍ୟାଚରେ ଟିମ୍ ହାରିଲା। ଗୋଟିଏ ମ୍ୟାଚ୍ ଡ୍ରରେ ରହିଲା। ଏଥିପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟର ଓ ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କର ଖୁବ୍ ସମାଲୋଚନା ହେଉଛି। ଏହି ମଧ୍ୟରେ ଭାରତୀୟ ଟିମରୁ ବାହାରେ ଥିବା ହନୁମା ବିହାରୀ ଗୌତମ ଗମ୍ଭୀରଙ୍କ ଉପରେ ଏକ ବଡ଼ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଟି-୨୦ ଟିମରେ ଗୌତମ ଗମ୍ଭୀରଙ୍କର କିଛି ପସନ୍ଦର ଖେଳାଳି ଅଛନ୍ତି।
ଆୟରଲ୍ୟାଣ୍ଡରେ ୨-୦ ପରେ ଇଂଲଣ୍ଡରେ ୪-୦ରେ ମିଳିଥିବା ପରାଜୟ ପରେ , ହନୁମା ବିହାରୀ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଗୌତମ ଗମ୍ଭୀର ସ୍ୱତନ୍ତ୍ର ଖେଳାଳିଙ୍କୁ ପସନ୍ଦ କରୁଥିବା ନେଇ ସମାଲୋଚନା କରିଛନ୍ତି ଏବଂ ଖରାପ ଫର୍ମ ସତ୍ତ୍ୱେ ଅଲରାଉଣ୍ଡର ଶିବମ ଦୁବେ ଓ ୱାଶିଂଟନ ସୁନ୍ଦରଙ୍କୁ ଲଗାତାର ସାମିଲ କରିବା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ହନୁମା ବିହାରୀ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓରେ କହିଛନ୍ତି , ଗୌତମ ଗମ୍ଭୀରଙ୍କ କିଛି ପସନ୍ଦର ଖେଳାଳି ଅଛନ୍ତି ଏବଂ ସେ ଏହି ମାନଙ୍କୁ ନେଇ ଖେଳିବାରୁ ଚାହାନ୍ତି। ମୋତେ ଏହି ଖେଳାଳିଙ୍କୁ ଟିମରେ ସାମିଲ କରିବାରେ କୌଣସି ମୂଲ୍ୟ ଦେଖାଯାଉ ନାହିଁ।
ସେ ଆହୁରି କହିଛନ୍ତି, ମୋତେ ବୁଝା ପଡ଼ୁ ନାହିଁ ଯେ, ଟିମରେ କିଛି ଖେଳାଳି କଣ କରୁଛନ୍ତି। ଦୁବେ ବୋଲିଂ କରୁ ନାହାନ୍ତି , ଫିଲ୍ଡିଂ କରି ପାରୁ ନାହାନ୍ତି ଏବଂ ବ୍ୟାଟିଂରେ ମଧ୍ୟ ସେ ଫର୍ମରେ ନାହାନ୍ତି। ଶେଡଗେ ମଧ୍ୟ ବୋଲିଂ କି ବ୍ୟାଟିଂରେ ଇମ୍ପ୍ରେସିଭ୍ ନଥିଲେ। ମୋତେ ଜଣାନାହିଁ, ୱାଶିଂଟନ ସୁନ୍ଦର ଏବେ ମଧ୍ୟ ଟିମରେ କାହିଁକି ରହିଛନ୍ତି। ଯଦି ଆପଣ କିଛି ବର୍ଷ ହେବ ତାଙ୍କର କଣ୍ଟ୍ରିବ୍ୟୁସନକୁ ଦେଖିବେ ତ ତାହା ସେତେ ଭଲ ନାହିଁ।
ବିହାରୀ , ଟିମରେ ପରିବର୍ତ୍ତନକୁ ନେଇ ମଧ୍ୟ ଗମ୍ଭୀରଙ୍କୁ ଟାର୍ଗେଟ୍ କରିଛନ୍ତି। ସଞ୍ଜୁ ସାମସନଙ୍କୁ ୩ଟି ସୁଯୋଗ ଦେବା ପରେ ବାହାର କଲେ ଏବଂ ପୁଣି ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମଧ୍ୟ ଏହା କଲେ। ଭାରତ ପାଇଁ ଟେଷ୍ଟ କ୍ରିକେଟ୍ ଖେଳି ସାରିଥିବା ବିହାରୀ ଆହୁରି କହି ଥିଲେ- ସ୍ପିନର ହିଁ ପ୍ରବ୍ଲେମ ଥିଲା , ବରୁଣ ଚକ୍ରବର୍ତ୍ତୀ ହୁଅନ୍ତୁ କି ଅକ୍ଷର ପଟେଲ। ରବି ବିଷ୍ଣୋଇଙ୍କୁ ଏହି ଟୁରରେ କାହିଁକି ନିଆ ଗଲା ? ପ୍ରବ୍ଲେମ ସ୍କ୍ୱାଡ ସିଲେକ୍ସନ ଓ ପ୍ଲେଇଂ ଇଲେଭନ ସିଲେକ୍ସନରେ ଅଛି। ଆପଣ ସାମସନଙ୍କୁ ଆୟରଲ୍ୟାଣ୍ଡରେ ସୁଯୋଗ ଦେଲେ ଏବଂ ପୁଣି ସୂର୍ଯ୍ୟବଂଶୀଙ୍କୁ ଖେଳାଇଲେ। ଆପଣ ତାଙ୍କୁ ମଧ୍ୟ ତିନୋଟି ଗେମ୍ ପରେ ଡ୍ରପ୍ କରି ଦେଲେ।
ଆହୁରି ମଧ୍ୟ ପଢନ୍ତୁ - Rohit-Kohali : ରୋହିତଙ୍କ ନଜର ପାକିସ୍ତାନ ପ୍ଲେୟାରଙ୍କ ରେକର୍ଡ ଉପରେ, କିଙ୍ଗ୍ କୋହଲି କରିପାରିବେ କି କମାଲ ?
ସେ ଆହୁରି କହିଛନ୍ତି , ଟିମରେ କେବେ ବି ସିକ୍ୟୁରିଟି ନାହିଁ। ଯଦି ଆପଣ ପରଫର୍ମ କରୁନାହାନ୍ତି ତ , ଆପଣଙ୍କୁ ବାହାର କରିଦିଆ ଯିବ। ଆପଣଙ୍କୁ ଲମ୍ୱା ସୁଯୋଗ ଦେବା ଉଚିତ୍। ଯଦି ଆପଣ ସୂର୍ଯ୍ୟବଂଶୀଙ୍କୁ ଖେଳାଇବାକୁ ଅଡ୍ଡି ବସିଲେ , ତ ଅତି କମରେ ତାଙ୍କୁ ୫ଟି କି ୬ଟି ଗେମ୍ ଦେଇଥାନ୍ତ। ତାପରେ ସ୍ଥିର କରିଥାନ୍ତି ଯେ, ସେ ଭଲ କି ନାହିଁ। ମୋତେ ଲାଗୁ ନାହିଁ ଯେ, ଏହା ଠିକ୍ ଆଟିଟ୍ୟୁଡ୍। ଖେଳାଳିଙ୍କୁ ପାଇଁ ସିକ୍ୟୁରିଟି ଜରୁରୀ।