ନୂଆଦିଲ୍ଲୀ,୧୩/୦୭; ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ପୁଣି ମୈଦାନରେ ନଜର ଆସିବେ ଦୁଇ କିମ୍ବଦନ୍ତୀ । ଗର୍ଜିବେ ହିଟମ୍ୟାନ୍ । ଦୌଡିବେ ରନ୍ ମେସିନ୍ । ଷ୍ଟାର ପ୍ଲେୟାର ରୋହିତ ଶର୍ମା ଏବଂ ବିରାଟ କୋହଲି କିଛି ଦିନରେ ବ୍ରେକ୍ ପରେ ପୁଣି କ୍ରିକେଟ୍ ମୈଦାନକୁ ଓହ୍ଲାଇବେ । ଦି ଲିଜେଣ୍ଡସ ଆର୍ ବ୍ୟାକ୍‌ ଇନ୍ ବିଜେନେସ୍ । ନେଟ୍ସରେ ଜୋରଦାର ପ୍ରାକ୍ଟିସ୍ କରିଛନ୍ତି ଦୁଇ ଷ୍ଟାର ଖେଳାଳି ରୋହିତ-କୋହଲି । ଆସନ୍ତାକାଲିଠୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ଏହି ସିରିଜରେ ସମସ୍ତଙ୍କ ନଜର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ ରହିବ । ଆଗକୁ ୨୦୨୭ ଦିନିକିଆ ବିଶ୍ୱକପ ଥିବା ଦୁହିଁଙ୍କ ପ୍ରଦର୍ଶନ ଉପରେ ଫୋକସ ରହିବ ।

ହିଟ୍‌ମ୍ୟାନ୍‌ ଶେଷ ଥର ପାଇଁ ଆଫଗାନିସ୍ତାନ ବିପକ୍ଷରେ ଏକ ସିରିଜ ଖେଳିଥିଲେ । କିନ୍ତୁ ବିରାଟ କୋହଲି ଆହତ ସମସ୍ୟା ପାଇଁ ଖେଳିନଥିଲେ । ସେ ଏବେ ସୁସ୍ଥ ଅଛନ୍ତି । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଖେଳିବେ । କୋହଲି ଶେଷ ଥର ପାଇଁ ଜାନୁଆରୀରେ ଭାରତ ପାଇଁ ଦିନିକିଆ ଖେଳିଥିଲେ । ଏବେ ୬ ମାସ ପରେ ରୋ-କୋ ଯୋଡ଼ି ପୁଣି ଏକାଠି ଚହଳ ପକାଇବେ । ସେମାନେ ଦିନିକିଆରେ ସର୍ବାଧିକ ରନ୍ ସ୍କୋରରଙ୍କ ତାଲିକାରେ ଉପରକୁ ଉଠିବାକୁ ଲକ୍ଷ୍ୟ ରଖିବେ । ରୋହିତ ଶର୍ମା ବର୍ତ୍ତମାନ ଦିନିକିଆ କ୍ରିକେଟରେ ସର୍ବାଧିକ ରନ୍ ସ୍କୋରରଙ୍କ ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି । ସେ ୨୮୫ଟି ମ୍ୟାଚରେ ୨୭୭ ଇନିଂସରେ ୪୮.୮୩ ହାରରେ ଏବଂ ୯୨.୯୭ ଷ୍ଟ୍ରାଇକ୍ ରେଟରେ ୧୧,୭୨୦ ରନ୍ କରିଛନ୍ତି । ସେଥିରେ ୬୨ଟି ଅର୍ଦ୍ଧଶତକ ଏବଂ ୩୩ଟି ଶତକ ରହିଛି । ଏହି ତାଲିକାରେ ରୋହିତ ଶର୍ମାଙ୍କ ଉପରେ ପାକିସ୍ତାନ ଅଧିନାୟକ ଇଞ୍ଜମାମ-ଉଲ-ହକ୍ ଅଛନ୍ତି । ଯିଏକି ଦିନିକିଆରେ ୧୧,୭୩୯ ରନ୍ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜରେ ୨୦ ରନ୍ କରିବା ମାତ୍ରେ ହିଟମ୍ୟାନ୍ ଇଞ୍ଜମାମଙ୍କ ରେକର୍ଡ ଭାଙ୍ଗିଦେବେ । ସପ୍ତମ ସ୍ଥାନରେ ପହଞ୍ଚିବେ । ତାଙ୍କର ପରବର୍ତ୍ତୀ ଟାର୍ଗେଟରେ ପୂର୍ବତନ ଶ୍ରୀଲଙ୍କା ଅଧିନାୟକ ମାହେଲା ଜୟବର୍ଦ୍ଧନ ହେବେ ଯିଏ ବର୍ତ୍ତମାନ ୧୨, ୪୩୦ ରନ୍ ସହ ପଞ୍ଚମ ସ୍ଥାନରେ ଅଛନ୍ତି । ରୋହିତ ଏବଂ ଜୟସୁରିୟା ୧୭୧୦ ରନ୍‌ର ବ୍ୟବଧାନ ରହିଛି ।

ଏହା ବି ପଢନ୍ତୁ...Stephen Fleming- CSK: ୧୮ ବର୍ଷ ପରେ ଆଇପିଏଲ୍‌ର ସଫଳ ସମ୍ପର୍କର ଅନ୍ତ...ଚେନ୍ନାଇ ଛାଡିଲେ ଏହି ସଦସ୍ୟ 

କୋହଲିଙ୍କ ଲକ୍ଷ୍ୟ ୧୫ ହଜାର ଦିନିକିଆ ରନ୍- ରନ୍ ମେସିନ୍ ଭାବେ ଜଣାଶୁଣା ଭାରତୀୟ ଷ୍ଟାର ବ୍ୟାଟର କିଙ୍ଗ୍ ବିରାଟ କୋହଲି । ସେ ବର୍ତ୍ତମାନ ଦିନିକିଆ କ୍ରିକେଟରେ ସର୍ବାଧିକ ରନ୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ୩୧୧ ମ୍ୟାଚ୍ ୨୯୯ ଇନିଂସରେ ୫୮.୭୧ ଷ୍ଟ୍ରାଇକ୍ ରେଟରେ ୧୪, ୭୯୭ ରନ୍ କରିଛନ୍ତି । ତାଙ୍କର ୧୫ ରନ୍ ପୂରଣ କରିବା ଲକ୍ଷ୍ୟ ରହିବ । ଏହି ଟାର୍ଗେଟ୍ ହାସଲଠାରୁ ସେ ୨୦୩ ରନ୍ ଦୂରରେ ଅଛନ୍ତି । ଯଦି ବିରାଟ ଏହି ମାଇଲଖୁଣ୍ଟ ହାସଲ କରିବାରେ ସଫଳ ହୁଅନ୍ତି ତେବେ ୧୫ ହଜାର ରନ୍ କରିବାରେ ଦ୍ୱିତୀୟ ବ୍ୟାଟର ହେବେ । ତାଙ୍କୁ ଗୁରୁ ସଚିନ୍ ତେନ୍ଦୁଲକର ସର୍ବାଧିକ ୧୮,୪୨୬ ରନ୍ ସହିତ ତାଲିକାର ଶୀର୍ଷରେ ରହିଛନ୍ତି ।