ନୂଆଦିଲ୍ଲୀ,୧୭/୦୨; ଭାରତର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେବେ କି ଗୌତମ ଗମ୍ଭୀର ? ଏ ପ୍ରଶ୍ନ ଏଥିପାଇଁ ଉଠିଛି କି ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସର ଭାବି ମାଲିକାନା ପକ୍ଷରୁ ଗୌତମଙ୍କୁ ବଡ଼ ଅଫର ଦେଇଥିବା ଖବର ଆସୁଛି । ଗୌତମ ଗମ୍ଭୀର ବର୍ତ୍ତମାନ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ସହିତ ବ୍ୟସ୍ତ ଅଛନ୍ତି । ସେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଦଳ ସହିତ ଅଛନ୍ତି । ଏହି ବ୍ୟସ୍ତ କାର୍ଯ୍ୟସୂଚୀ ମଧ୍ୟରେ, ଖବର ପ୍ରସାରିତ ହେଉଛି ଯେ, ସେ ରାଜସ୍ଥାନ ରୟାଲ୍ସରେ ଯୋଗ ଦେଇପାରନ୍ତି । ରାଜସ୍ଥାନ ରୟାଲ୍ସ ଖୁବ୍ ଶୀଘ୍ର ନୂଆ ମାଲିକ ପାଇବାକୁ ଆଶା କରାଯାଉଛି । ରିପୋର୍ଟ ଅନୁସାରେ ରାଜସ୍ଥାନ ରୟାଲ୍ସ ପରିଚାଳନା ଗମ୍ଭୀରଙ୍କୁ ନିଯୁକ୍ତି ଦେବା ପାଇଁ ଆଗ୍ରହ ପ୍ରକାଶ କରିଛି । ରାଜସ୍ଥାନ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଗମ୍ଭୀରଙ୍କୁ ୩ଟି ଭୂମିକା ପ୍ରଦାନ କରିଛି ।
ରାଜସ୍ଥାନର ୩ ବଡ଼ ଅଫର- ଏକ ରିପୋର୍ଟ ଅନୁଯାୟୀ, ରାଜସ୍ଥାନ ରୟାଲ୍ସର ଗୌତମ ଗମ୍ଭୀରଙ୍କୁ ମେଣ୍ଟର, ସିଇଓ ଏବଂ ପାର୍ଟନର ଭଳି ୩ ବଡ଼ ପ୍ରସ୍ତାବ ଦେଇଛି । ଗମ୍ଭୀର ଏହି ପ୍ରସ୍ତାବକୁ ଗ୍ରହଣ କରିନାହାଁନ୍ତି ଏବଂ ସେ ଗ୍ରହଣ କରିବା ଅସମ୍ଭବ ମନେହୁଏ । ଭାରତର ହେଡ୍ କୋଚ ଥିବା ଗୌତମ ଗମ୍ଭୀର କାର୍ଯ୍ୟକାଳ ପୂର୍ବରୁ ଇସ୍ତଫା ଦେଇ ପାରିନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।
ଏହା ବି ପଢନ୍ତୁ...୨୦୨୬ରେ ଅଭିଷେକ ଶର୍ମାଙ୍କ ପିଛା ଛାଡୁନି 'ଶୂନ୍ୟ', ପାକିସ୍ତାନ ବିପକ୍ଷରେ ଖୋଲିପାରିଲେନି ଖାତା
ଗୌତମ ଗମ୍ଭୀର କାହିଁକି RRର ପ୍ରସ୍ତାବ ଗ୍ରହଣ କରିବେ ନାହିଁ ? ଟିମ୍ ଇଣ୍ଡିଆ ସହିତ ଗୌତମ ଗମ୍ଭୀରଙ୍କ ମୁଖ୍ୟ ପ୍ରଶିକ୍ଷକ ଭାବରେ ଚୁକ୍ତିନାମା ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ରହିଛି । ବର୍ତ୍ତମାନ, ଯଦି ସେ ଏହି ପଦରେ ଥାଇ ରାଜସ୍ଥାନ ରୟାଲ୍ସର ପ୍ରସ୍ତାବକୁ ଗ୍ରହଣ କରନ୍ତି, ତେବେ ଏହାକୁ ସ୍ୱାର୍ଥ ହାସଲ ହୋଲି ବିବେଚନା କରାଯିବ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଲୋଧା କମିଟିର ସୁପାରିଶ ଅନୁସରଣ କରି, ଜଣେ ବ୍ୟକ୍ତି ଭାରତୀୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିବା ସହିତ ଆଇପିଏଲ ଫ୍ରାଞ୍ଚାଇଜର ଅଂଶୀଦାର, ସିଇଓ କିମ୍ବା ପରାମର୍ଶଦାତା ହୋଇପାରିବେ ନାହିଁ । ତେଣୁ ଏଥିରୁ ସ୍ପଷ୍ଟ ଯେ, ଗୌତମ ଗମ୍ଭୀର ଯଦି ରାଜସ୍ଥାନ ରୟାଲ୍ସରେ ଯୋଗ ଦେବାକୁ ଚାହାଁନ୍ତି ତେବେ ତାଙ୍କୁ ଟିମ୍ ଇଣ୍ଡିଆ ଛାଡିବାକୁ ପଡିବ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗମ୍ଭୀରଙ୍କ ନିକଟତମ ସୂତ୍ର ଏହି ବିଷୟରେ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି ।
ଜଣେ ପରାମର୍ଶଦାତା ଭାବରେ ସଫଳ ଗମ୍ଭୀର- ଆଇପିଏଲରେ ଗୌତମ ଗମ୍ଭୀରଙ୍କ ମେଣ୍ଟର ଭାବରେ କାର୍ଯ୍ୟକାଳ ବହୁତ ଭଲ ଥିଲା । ସେ କୋଲକାତା ନାଇଟ୍ ରାଇଡର୍ସକୁ ଚାମ୍ପିଅନ କରିଛନ୍ତି । ତାଙ୍କ ମାର୍ଗଦର୍ଶନରେ, ନୂଆ ଆଇପିଏଲ ଦଳ, ଲକ୍ଷ୍ନୌ ସୁପରଜାଏଣ୍ଟସ୍ ମଧ୍ୟ ଭଲ ପ୍ରଦର୍ଶନ କରି ପ୍ଲେଅଫରେ ପହଞ୍ଚିଥିଲା । ସମ୍ଭବତଃ ଗୌତମ ଗମ୍ଭୀରଙ୍କ ଏହି କାର୍ଯ୍ୟଧାରା ନେଇ ରାଜସ୍ଥାନ ରୟାଲ୍ସ ତାଙ୍କୁ ବଡ଼ ଅଫର ଦେଇଥାଇପାରେ ।