ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବର୍ଡର-ଗାଭାସ୍କର ଟ୍ରଫି ଡ୍ରେସିଂ ରୁମ୍‌ ବିବାଦ : କିଏ କରିଥିଲା କଥା ଲିକ୍ ? ବିସିସିଆଇ ରିଭ୍ୟୁ ମିଟିଂରେ ଗମ୍ଭୀରଙ୍କ ଖୁଲାସା

Published By : Rasmita Pradhan | January 16, 2025 12:02 PM

ନୂଆଦିଲ୍ଲୀ, ୧୬/୦୧ : ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା ଭାରତର ପରାଜୟ, ଦଳରେ ମତ ପାର୍ଥକ୍ୟ, ଏକତାର ଅଭାବ, ଡ୍ରେସିଂ ରୁମ୍‌ରେ କୋଚ୍‌ଙ୍କ କ୍ରୋଧ ଆଦି ଘଟଣା। ପଞ୍ଚମ ଟେଷ୍ଟରୁ ଅଧିନାୟକ ରୋହିତ ଶର୍ମା ବାଦ୍ ପଡ଼ିବା ମଧ୍ୟ ଥିଲା ଅନ୍ୟତମ ଚର୍ଚ୍ଚିତ ଘଟଣା। ସବୁଠୁ ଅଧିକ ଚକିତ କରିଥିଲା ଡ୍ରେସିଂ ରୁମ୍‌ର କଥା ଲିକ୍। ତେବେ ଟିମ୍ ଇଣ୍ଡିଆର କିଏ ଏହି ଗୃହଭେଦୀ ବିଭୀଷଣ। କିଏ କରିଥିଲା ଡ୍ରେସିଂ ରୁମ୍ କଥା ଲିକ୍ ? ବିସିସିଆଇ ରିଭ୍ୟୁ ମିଟିଂରେ ଖୁଲାସା କଲେ କୋଚ୍ ଗୌତମ ଗମ୍ଭୀର। ଏହି ଯୁବ କ୍ରିକେଟରଙ୍କ ନାମରେ ଆଣିଲେ ଅଭିଯୋଗ।

ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଚତୁର୍ଥ ଟେଷ୍ଟ ହାରିବା ପରେ ଟିମ୍ ଇଣ୍ଡିଆ ଉପରେ ବର୍ଷିଥିଲେ ଗୌତମ ଗମ୍ଭୀର। ଡ୍ରେସିଂ ରୁମ୍ରେ କୁଆଡେ କୋଚ୍ କହିଥିଲେ ଯେ, ଭଲ ଖେଳ, ନହେଲେ ଟିମ୍ରୁ ବାଦ୍ ପଡିବ । ହେଲେ ମ୍ୟାଚ୍ ଶେଷ ହେବା ବେଳକୁ ଲିକ୍ ହୋଇସାରିଥିଲା ହେଡ୍ କୋଚ୍ ଏବଂ ଖେଳାଳିଙ୍କ ମଧ୍ୟରେ ହୋଇଥିବା ଆଲୋଚନା। ଏହାପରେ ଡ୍ରେସିଂ ରୁମ୍‌ର କଥା କୋଚ୍ ଏବଂ ଖେଳାଳିଙ୍କ ମଧ୍ୟରେ ସୀମତ ରହିବା ଉଚିତ୍ ବୋଲି ପ୍ରେସମିଟ୍ ଜରିଆରେ କହିଥିଲେ ଗମ୍ଭୀର। ସାଧାରଣତଃ ଡ୍ରେସିଂ ରୁମ୍‌ ଆଲୋଚନାକୁ ସମସ୍ତଙ୍କ ଠାରୁ ଗୁପ୍ତ ରଖାଯାଇଥାଏ। ତେବେ ଏଠି ପ୍ରଶ୍ନ ଉଠୁଛି, କିଏ ସେହି କ୍ରକେଟର ? ଯିଏ ଲିକ୍ କରିଥିଲା ଡ୍ରେସିଂ ରୁମ୍‌ କଥା। 

ଅଧିକ ପଢନ୍ତୁ-ଦୀର୍ଘ ୮ ବର୍ଷ ପରେ ରଣଜୀ ଖେଳିବେ ରିଷଭ ପନ୍ତ, ଡିଡିସିଏକୁ ମିଳିନି ବିରାଟ କୋହଲିଙ୍କ ଜବାବ

ସେହି କ୍ରିକେଟର ଜଣଙ୍କ ଆଉ କେହି ନୁହଁନ୍ତି... ସେ ହେଉଛନ୍ତି ମୁମ୍ଵାଇର କ୍ରିକେଟର ସର୍ଫରାଜ ଖାନ। ବିସିସିଆଇ ରିଭ୍ୟୁ ମିଟିଂରେ ସର୍ଫରାଜଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଗମ୍ଭୀର। ତାଙ୍କ ନିକଟରେ ସେଭଳି କୌଣସି ଠୋସ୍ ପ୍ରମାଣ ନଥିବା ମଧ୍ୟ କହିଛନ୍ତି ଗମ୍ଭୀର।

ଏକ ରିପୋର୍ଟ ଅନୁଯାୟୀ, ସର୍ଫରାଜ ଖାନ୍‌ ଡ୍ରେସିଂ ରୁମ୍‌ ଆଲୋଚନାକୁ ଗଣମାଧ୍ୟମ ନିକଟରେ ପହଞ୍ଚାଇଥିଲେ। ଅଷ୍ଟ୍ରେଲିଆରେ ଥିବା ଭାରତୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ। ବିସିସିଆଇ ରିଭ୍ୟୁ ବୈଠକରେ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଏହା ଜଣାଇଛନ୍ତି। ସେ କୋଚ୍ ଥିବା ପର୍ଯ୍ୟନ୍ତ ଆଗକୁ ସର୍ଫରାଜ ଆଉ ଭାରତୀୟ ଦଳକୁ ଫେରି ପାରିବେ ନାହିଁ ବୋଲି କହିଛନ୍ତି। ତେବେ ଏସବୁ କଥା କେତେ ସତ କେତେ ମିଛ ତାହା ସ୍ପଷ୍ଟ ହୋଇନାହିଁ। ଗମ୍ଭୀର ଓ ସର୍ଫରାଜ ଏପର୍ଯ୍ୟନ୍ତ ଉକ୍ତ ରିପୋର୍ଟ ଉପରେ କୌଣସି ମତାମତ ଦେଇ ନାହାଁନ୍ତି।ସେପଟେ ବିସିସିଆଇ ମଧ୍ୟ ଘଟଣା ଉପରେ ପୁରା ନଜର ରଖିଛି । ପୁରା ଲିକ୍ ଘଟଣାକୁ ନେଇ ତଦନ୍ତ କରୁଛି । ଯଦି ଏହି ଘଟଣାରେ କିଏ ଦୋଷୀ ସାବ୍ୟସ୍ତ ହୁଅନ୍ତି । ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସୂଚନା ମିଳିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.