ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବର୍ଡର-ଗାଭାସ୍କର ଟ୍ରଫି, ଦ୍ବିତୀୟ ଟେଷ୍ଟ ପୂର୍ବରୁ ଭାରତ ଫେରିବେ କୋଚ୍ ଗୌତମ ଗମ୍ଭୀର

Published By : Ankita S | November 26, 2024 1:03 PM

ନୂଆଦିଲ୍ଲୀ,୨୬/୧୧ : ବର୍ଡର ଗାଭାସ୍କର ଟ୍ରଫି ଟୁର୍ଣ୍ଣାମେଣ୍ଟର ପ୍ରଥମ ଟେଷ୍ଟ ସିରିଜ ଶେଷ ହୋଇଛି । ପର୍ଥରେ ଭାରତ ଓ ଆଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଅନୁଷ୍ଠିତ ହୋଇଥିଲା । ଆସନ୍ତା ଡିସେମ୍ବର ୬ ତାରିଖରୁ ଆଡିଲେଟରେ ଦ୍ବିତୀୟ ଟେଷ୍ଟ ସିରିଜ ଖେଳାଯିବ । ଏହା ପୂର୍ବରୁ ସିରିଜ ମଝିରେ ଭାରତ ଫେରିଛନ୍ତି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର । ଅଚାନକ ଭାରତ ଆସିବା ପଛରେ ପାରିବାରିକ ସମସ୍ୟା ଥିବା ଦର୍ଶାଇଛନ୍ତି ।

ପରିବାରରେ କିଛି ସମସ୍ୟା ଥିବାରୁ ଭାରତୀୟ କ୍ରିକେଟ ଦଳର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କୁ ହଠାତ୍ ଭାରତ ଆସିବାକୁ ପଡିଛି । ଡିସେମ୍ବର ୬ରୁ ଆଡିଲେଡରେ ବର୍ଡର ଗାଭାସ୍କର ଟ୍ରଫି ଦ୍ବିତୀୟ ଟେଷ୍ଟ ଆରମ୍ଭ ହେବ ।  ଏହା ପୂର୍ବରୁ ସେ ଭାରତ ଫେରିଛନ୍ତି । ତାଙ୍କ ଅନୁପସ୍ଥିରେ ସହକାରୀ କୋଚ୍ ଅଭିଷେକ ନାୟର, ରିୟାନ ଦଶ ଡୋଚେଟ୍, ବୋଲିଂ କୋଚ୍ ମର୍ନେ ମର୍କେଲ ଏବଂ ଫିଲ୍ଡିଂ କୋଚ୍ ଟି ଦିଲୀପ ଏହି ପ୍ରଶିକ୍ଷଣ ଶିବିରେ ସାମିଲ ହେବେ । ଦ୍ବିତୀୟ ଟେଷ୍ଟ ପୂର୍ବରୁ ଗମ୍ଭୀର ଫେରିବାର ସମ୍ଭାବନା ରହିଛି ।

ଭାରତ ଓ ଆଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି । ପର୍ଥରେ ପ୍ରଥମ ଟେଷ୍ଟ ସରିଛି । ଭାରତ ଚମତ୍କାର ପ୍ରଦର୍ଶନ ବଳରେ ବୃହତ ବିଜୟ ହାସଲ କରିଛି । କଙ୍ଗାରୁ ଦଳକୁ ତାର ଘରୋଇ ମଟିରେ ୨୯୫ରନରେ ପରାସ୍ତ କରି ୧-୦  ସିରିଜରେ ଆଗରେ ରହିଛି । ଗୌତମ ଗମ୍ଭୀରଙ୍କ କୋଚିଂରେ ଭାରତୀୟ ଦଳ ଶ୍ରୀଲଙ୍କାରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପରାସ୍ତ ହୋଇଥିଲା । ମାତ୍ର ଟିଟ୍ବେଣ୍ଟି ସିରିଜ ଜିତିଥିଲା । ବାଂଲାଦେଶ ବିପକ୍ଷରେ ଟି୨୦ ଓ ଟେଷ୍ଟ  ସିରିଜରେ ବିଜୟୀ ହୋଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ପରାସ୍ତ ହୋଇଥିଲା । ଏହା ପରେ କୋଚ୍ ଗୌତମ ଗମ୍ଭୀରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ବର୍ଡର ଗାଭାସ୍କର ଟ୍ରଫି ସିରିଜ ତାଙ୍କ ପାଇଁ ଭାଗ୍ୟ ପରୀକ୍ଷା ପରି ହେବାକୁ ଯାଉଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.