ନୂଆଦିଲ୍ଲୀ,୩୧/୦୫: ଦେଶକୁ ମିଳିଲା ନୂଆ ସିଡିଏସ୍ । ତୃତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ଦାୟିତ୍ୱ ନେଇଛନ୍ତି ଏନଏସ୍ ରାଜା ସୁଭ୍ରମଣି । ତିନି ସଶନ୍ତ୍ର ବାହିନୀ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ପ୍ରଥମ ସିଡିଏସ ବିପିନ ରାୱତ, ଦ୍ୱିତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାପ ଅନୀଲ ଚୌହାନଙ୍କ ପରେ ଦେଶର ତୃତୀୟ ସିଡିଏସ ହୋଇଛନ୍ତି ରାଜା ସୁବ୍ରମଣି । ଶନିବାର ଅବସର ନେଇଥିଲେ ଅନୀଲ ଚୌହାନ । ଦାୟିତ୍ୱ ଗ୍ରହଣ କରି ସେନା ଏବଂ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ସମନ୍ୱୟ ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି ନୂଆ ସିଡିଏସ୍ ସୁବ୍ରମଣି ।
ଦାୟିତ୍ୱ ଗ୍ରହଣ କରି ନୂଆ ସିଡିଏସ କହିଛନ୍ତି, ସାଂଗଠନିକ ସଂସ୍କାର ଏବଂ ସଶସ୍ତ୍ର ବାହିନୀର ରୂପାନ୍ତର ଏବଂ ତ୍ରିସେବା ମଧ୍ୟରେ ଗଭୀର ସମନ୍ବୟ ତାଙ୍କର ପ୍ରାଥମିକତା ମଧ୍ୟରେ ରହିବ । ଆମେ ସଶସ୍ତ୍ର ବାହିନୀରେ ସ୍ୱଦେଶ ଅସ୍ତ୍ରଶସ୍ତ୍ରର ବିକାଶ ଏବଂ ତିନୋଟି ସେବାର ସମନ୍ୱୟ ଉପରେ ଦ୍ରୁତ ଗତିରେ କାମ କରିବୁ । ଆମର ସଶସ୍ତ୍ର ବାହିନୀ ଜାତୀୟ ସ୍ୱାର୍ଥର ସୁରକ୍ଷାରେ ନିରନ୍ତର ବୃତ୍ତିଗତତା ଏବଂ ନିର୍ଣ୍ଣାୟକତା ପ୍ରଦର୍ଶନ କରିଛି । ଆମେ ଭାରତର ସାର୍ବଭୌମତ୍ୱ ବଜାୟ ରଖିବା ଏବଂ ଏହାର କ୍ଷେତ୍ରୀୟ ଅଖଣ୍ଡତାକୁ ରକ୍ଷା କରିବା ପାଇଁ ପ୍ରତିବଦ୍ଧ । 'ମୁଁ ଭାରତର ନାଗରିକମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ, ସଶସ୍ତ୍ର ବାହିନୀ ସମର୍ପଣ, ସାହସ, ସମ୍ମାନ ଏବଂ ବୃତ୍ତିଗତତାର ସହିତ ରାଷ୍ଟ୍ରର ସେବା ଜାରି ରଖିବ।'
ଏହା ବି ପଢନ୍ତୁ...BrahMos Missile Deal: ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ଧମାକା...ବ୍ରହ୍ମୋସ୍ କିଣିବ ଭିଏତନାମ, ଧାଡ଼ିରେ ଇଣ୍ଡୋନେସିଆ !
୪୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିବା ଜେନେରାଲ ସୁବ୍ରମଣି ବିଭିନ୍ନ ଭୂଖଣ୍ଡରେ କାର୍ଯ୍ୟ କରିଛନ୍ତି । ବିଭିନ୍ନ କମାଣ୍ଡ, ଷ୍ଟାଫ୍ ଏବଂ ତାଲିମ ନିଯୁକ୍ତି ଗ୍ରହଣ କରିଛନ୍ତି । ଜେନେରାଲ ସୁବ୍ରମଣି ଜୁଲାଇ ୧ , ୨୦୨୪ ରୁ ୩୧ ଜୁଲାଇ, ୨୦୨୫ ପର୍ଯ୍ୟନ୍ତ ସେନାର ଉପାଧ୍ୟକ୍ଷ ଭାବରେ ଏବଂ ୨୦୨୩ ମାର୍ଚ୍ଚ ରୁ ୨୦୨୪ ଜୁନ୍ ପର୍ଯ୍ୟନ୍ତ କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାବରେ କାର୍ଯ୍ୟ କରିଛନ୍ତି । ତାଙ୍କର ଉଲ୍ଲେଖ୍ୟନୀୟ କାର୍ଯ୍ୟ ପାଇଁ ସେବା ମେଡାନ ପରବ ବିଶିଷ୍ଟ, ଅତି ବିଶିଷ୍ଟ ସେବା ମେଡାଲ, ସେନା ମେଡାଲ ଏବଂ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇଛି ।