ନୂଆଦିଲ୍ଲୀ, ୨୮/୦୭: ଜର୍ମାନୀରେ ରେଳ ଦୁର୍ଘଟଣା । ରବିବାର ଦକ୍ଷିଣ- ପଶ୍ଚିମ ଜର୍ମାନୀରେ ଏକ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ପୁଲିସର ସୂଚନା ମୁତାବକ, ରିଡଲିଙ୍ଗନ ଏବଂ ମୁଣ୍ଡେରକିଙ୍ଗନ କସ୍ବୋ ସହର ମଧ୍ୟରେ ଏକ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହାର ୨ଟି ବଗି ଧାରଣା ତଳକୁ ଖସିଯାଇଛି । ଏହି ୨ଟି ବଗିରେ ପ୍ରାୟ ୧୦୦ ଲୋକ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ହୋଇଛି ତାହା ଫ୍ରାନ୍ସ ଏବଂ ସ୍ୱିଜରଲ୍ୟାଣ୍ଡର ସୀମାବର୍ତ୍ତୀ ଅଞ୍ଚଳ ।
କହିରଖୁ କି, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନ୍ ସିଗ୍ମାରିଙ୍ଗନ ଏବଂ ଉଲ୍ମା ମଧ୍ୟରେ ଚଳାଚଳ କରୁଥିଲା । ଏହି ଦୁର୍ଘଟଣା ପରେ ପୁଲିସ କହିଛି ଯେ, ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଦିଆଯାଇଛି । ଏହି ଘଟଣାର ଏକ ଫଟୋ ଜର୍ମାନ ସମାଚାର ଏଜେନ୍ସି ଡିପିଏ ଦ୍ୱାରା ଜାରି କରାଯାଇଛି । ଏହି ଫଟୋରେ ଦେଖିବାକୁ ମିଳୁଛି ଯେ, ପ୍ରାୟତଃ ବଗିଗୁଡ଼ିକ ସୁରକ୍ଷିତ ରହିଛି । ହେଲେ ପରସ୍ପର ସହ ଧକ୍କା ହେବା ଫରେ ଓଲଟି ପଡ଼ିଛି ।
ଦୁର୍ଘଟଣା ପରେ ସାମ୍ନାକୁ ଆସିଲା ଜର୍ମାନ ରାଷ୍ଟ୍ରୀୟ ରେଳ ଅପରେଟରର ବୟାନ-
ଜର୍ମାନ ରାଷ୍ଟ୍ରୀୟ ରେଳ ଅପରେଟର ଡାଏଚ ବାନ୍ ଏହି ଘଟଣାକୁ ନେଇ ଏକ ବିବୃତ୍ତି ଜାରି କରିଛନ୍ତି । ସେ କହିଛନ୍ତି, ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ତେବେ ଟ୍ରେନ୍ ଲାଇନଚ୍ୟୁତ ହେବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ବିଭାଗୀୟ ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି ।