ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ସୂର୍ଯ୍ୟ ଚୌହ୍ବାନ ନାମକ ଯୁବକଙ୍କ ହତ୍ୟା କରାଯାଇଛି । ତାଙ୍କ ଘରେ ମୃତଦେହ ପହଞ୍ଚିଥିବାବେଳେ ଶେଷକୃତ୍ୟ କରିବା ପାଇଁ ମନା କରିଛନ୍ତି ପରିବାର ଲୋକେ । ପରିବାର ଲୋକେ ଦାବି କରିଛନ୍ତି କି, ଆମ ପୁଅକୁ ମାରିଥିବା ମୁଖ୍ୟ ଅଭିଯୁକ୍ତ ଅସଦକୁ ଏନକାଉଣ୍ଟର କରି ମାରିବା ପରେ ହିଁ ଶେଷକୃତ୍ୟ କରିବୁ । ଡିସିପି, ଏସିପି ଏବଂ ପ୍ରଶାସନ ବହୁ ବୁଝାଶୁଝା କରିବା ପରେ ମଧ୍ୟ ପରିବାର ଲୋକେ ନିଜର ଦାବିରେ ଅଡ଼ି ବସିଛନ୍ତି । ସେମାନେ ପୁଅର ଶେଷକୃତ୍ୟ ନକରି ମୃତଦେହକୁ ଘରେ ରଖିଛନ୍ତି ।

ସେପଟେ ହିନ୍ଦୁ ସଂଗଠନ ପକ୍ଷରୁ ଦାବି କରାଯାଇଛି କି, ମୁଖ୍ୟ ଅଭିଯୁକ୍ତ ଆସାଦକୁ ଏନକାଉଣ୍ଟର କରିବା ସହ ତା’ଘରେ ବୁଲଡୋଜର ବୁଲୁ । ଏହାସହ ସେମାନେ ଦାବି କରିଛନ୍ତି କି, ଯଦି ଏନକାଉଣ୍ଟର ନହୁଏ ତାହେଲେ ବଡ଼ ଧରଣର ପ୍ରତିବାଦ ହେବ । ସେପଟେ ଏଭଳି ଚେତାବନୀ ପରେ ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୃତୟନ କରାଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଜଣେ ଅଟକ ରହିଛି । ସେପଟେ କିନ୍ତୁ ମୁଖ୍ୟ ଅଭିଯୁକ୍ତ ଫେରାର ଅଛି । ତାଙ୍କ ପରିବାରର ବାକି ସଦସ୍ୟ ମଧ୍ୟ ଫେରାର ଅଛନ୍ତି ।

କହି ରଖୁଛୁ କି, ସୂର୍ଯ୍ୟଙ୍କ ହତ୍ୟା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସୂର୍ଯ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଉଛି । ଅଭିଯୁକ୍ତ ଆସାଦର ପରିବାର ଲୋକେ ତାଙ୍କୁ ଧରିଥିବାବେଳେ ଏଥିରେ ସମ୍ପୃକ୍ତି ରହିଥିଲେ । ଯାହାକୁ ନେଇ ଏବେ ରାଜ୍ୟରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

ଏହାସହ ପଢ଼ନ୍ତୁ : IPL 2026 Final Rain Rule: ଫାଇନାଲ ମୁକାବିଲାରେ ବର୍ଷାହେଲେ କାହାର ହେବ କପ୍ ?