ଫିରିଙ୍ଗିଆ, ୨୫/୮: କନ୍ଧମାଳ ଜିଲ୍ଲାରେ ଭୁତ ନେଇଗଲା ଗାଁ ମଣ୍ଡପ। ମଣ୍ଡମ କାମ ଆରମ୍ଭ ନହେବା ଆଗରୁ ସରକାରୀ ଫାଇଲରୁ ହଜିଗଲା ଗାଁ ମଣ୍ଡପ ପାଇଁ ଆସିଥିବା ଅର୍ଥ। କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ଵି ସତ। ଏଭଳି ଏକ ଗାଁ ମଣ୍ଡପ ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି ଆଦିବାସୀ ଅଧିସୁତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ପକାରୀ ପଞ୍ଚାୟତର ୱର୍ଡ ନମ୍ବର ସାର୍ତ୍ତଗୁଡା ଗାଁର ମାର୍ଦିକେତା ସାହିରେ।
ସୂଚନା ମୁତାବକ, ଦୀର୍ଘ ବର୍ଷ ଧରି ଏହି ସାହିରେ ଗ୍ରାମବାସୀ ରାହାସ ଯାତ୍ରା କରିଆସୁଛନ୍ତି। ଏହି ଯାତ୍ରା ପାଇଁ ସାହିରେ ଏକ ମଣ୍ଡପର ଆବଶ୍ୟକତା ରହିଥିଲା I ବିବାରମ୍ବାର ଗ୍ରାମବାସୀଙ୍କ ଅଭିଯୋଗ ପରେ ତତ୍କାଳୀନ ସରକାରଙ୍କ ତରଫରୁ ଆମ ଗାଁ ଆମ ବିକାଶ ଯୋଜନାରେ ଏକ ମଣ୍ଡପ ନିର୍ମାଣ ପାଇଁ ଅନୁଦାନ ଦିଆଯାଇଥିଲାI ଯାହାର ଅଟକଳ ମୂଲ୍ୟ ପାଞ୍ଚ ଲକ୍ଷ୍ୟ ଟଙ୍କାରୁ ଅଧିକ ରହିଥିଲା। ତେବେ କାମିଟିକୁ ପଞ୍ଚାୟତ ତରଫରୁ ବାଲନ୍ଦାପଡା ଗାଁ ନିକଟରେ ଥିବା ବୋଉପଙ୍ଗା ଗାଁର ଜଣେ ଠିକାଦାରଙ୍କୁ ଦିଆଯାଇଥିଲା I ଗାଁକୁ ଯାଇ ମଣ୍ଡପ ନିର୍ମାଣ ପାଇଁ ସ୍ଥାନୀୟ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଆରଆଇ, ଅମିନ ଓ ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ ମାପଚୁପ କରି ଜାଗା ମଧ୍ୟ ନିର୍ଧାରଣ କଲେ। ଏହାସହ ନିର୍ମାଣ କାମ ଆରମ୍ଭ କରିବା ପାଇଁ ଠିକାଦାର ଜଣକ ମଣ୍ଡପ ନିର୍ମାଣ ପାଇଁ ପ୍ରସ୍ତାବିତ ଜାଗାରେ ପିଲର ପାଇଁ ଗାତ ଖୋଳିବା ଠାରୁ ଆରମ୍ଭ କରି ଲୁହା ରଡ଼, ସିମେଣ୍ଟ, ବାଲି, ଇଟା ଭଳି ବିଭିନ୍ନ କଞ୍ଚାମାଲ ମଧ୍ୟ ପକାଇଥିଲେ।
ତେବେ କିଛିଦିନ ପରେ ଠିକାଦାର ଜଣକ ଆଣିଥିବା ସମସ୍ତ କଞ୍ଚାମାଲ ଉଠାଇ ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେପଟେ ମଣ୍ଡପ ପାଇଁ ଖୋଲା ଯାଇଥିବା ବଡ଼ବଡ଼ ଗାତ ଏବେ ଗ୍ରାମବାସୀ ଙ୍କ ପାଇଁ ବିପଦ ସାଜିଥିବା ବେଳେ ଗାଈ ଗୋରୁ ଛେଳି ମେଣ୍ଢା ଗାତରେ ପଡି ପ୍ରାଣ ହରାଉଛନ୍ତି। ଏପଟେ ନିରୀହଗ୍ରାମବାସୀମାନେ କେବେ ମଣ୍ଡପ ନିର୍ମାଣ ହେବାକୁ ଚାହିଁ ବସିଥିବା ବେଳେ ମଣ୍ଡପ କିନ୍ତୁ ସରକାରୀ ଫାଇଲରୁ ଉଭାନ ହୋଇଯାଇଛି।
ମଣ୍ଡପ ଉଭାନ ହୋଇ ଯାଇଥିବା କଥା ଜାଣିଲା ପରେ ସାହି ବାସିନ୍ଦାଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖା ଦେଇଥିବା ବେଳେ। ମଣ୍ଡପ ନିର୍ମାଣ ନହଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗାଁର ହେମନ୍ତ ବିନ୍ଧାଣି, ଶୀଧେଶ୍ଵର ବିନ୍ଧାଣି, ବାତକୃଷ୍ଣ ବିନ୍ଧାଣି, ମାଧବ ବିନ୍ଧାଣି, ପ୍ରମୋଦ କହଁର, ଲେଙ୍ଗ ବିନ୍ଧାଣି, ଚୈତନ୍ୟ ବିନ୍ଧାଣିଙ୍କ ସହ ପକାରୀ ପଞ୍ଚାୟତ ଦାୟିତ୍ୱରେ ଥିବା ପଂଚାୟତ ସଭାପତି ବାବୁଲା କହଁରଙ୍କ ସହ ସାହିବାସିନ୍ଦା ମତ ଦେଇଛନ୍ତି। ଅନ୍ୟପଟେ ଏହି ମଣ୍ଡପ ବିଷୟରେ ପକାରୀ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଲୀନ୍ମୟ ସ୍ୱାଇଁଙ୍କୁ ପଚାରିବାରୁ ମଣ୍ଡପ ପାଇଁ ଆମ ଗାଁ ଆମ ବିକାଶ ଯୋଜନାରେ ମଣ୍ଡପ ନିର୍ମାଣ ପାଇଁ ଅର୍ଥ ଆସିଥିଲା। କିନ୍ତୁ ଜମି ବିବାଦ ପାଇଁ ମଣ୍ଡପ ନିର୍ମାଣ କାମ ବିଳମ୍ବ ହେବାରୁ ଆସିଥିବା ଅର୍ଥ ଫେରି ଯାଇଥିବା କହିଛନ୍ତି।
ଗୋଟେ ପଟେ ମଣ୍ଡପ ନିର୍ମାଣ କାମ ପାଇଁ ସାହି ବାସିନ୍ଦା ଦାବି କରିଆସୁଛନ୍ତି ଓ କୌଣସି ଜମି ବିବାଦ ନଥିବା ଗ୍ରାମବାସୀ କହୁଥିବା ବେଳେ ସେପଟେ ଯନ୍ତ୍ରୀ ଜଣକ ଜମି ବିବାଦ ଥିବା କହୁଛନ୍ତି। ଯନ୍ତ୍ରୀ ଏବଂ ଗ୍ରାମବାସୀଙ୍କ କଥାରେ ତାଳମେଳ ନଥିବା ଏହି ମଣ୍ଡପ ନିର୍ମାଣ ଘଟଣା ଅଲଗା କିଛି ଇସାରା କରୁଛି। ଯାହାପାଇଁ ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେବା ଜରୁରୀ ବୋଲି ଗ୍ରାମବାସୀଙ୍କ ଶହ ଯୁବ ନେତା ବାବୁଲା କହଁର ଦାବି କରିଛନ୍ତି I