ଉମରକୋଟ,୧।୧୦ :  ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପାଇଁରିଚଚରା ଗ୍ରାମରେ ଅଘଟଣ ଏକ ପରିତ୍ୟକ୍ତ ଘର ଭୁଶୁଡି ଜଣେ ଆଠ ବର୍ଷର ଝିଅ ମୃତ୍ୟୁ  ହୋଇଥିବା ବେଳେ ଦୁଇ ଜଣ ଶିଶୁ ଗୁରୁତର ହୋଇଛନ୍ତି । ମୃତ ନାବାଳିକା ଜଣକ ହେଲେ ପାଇଁରିଚଚରା ଗ୍ରାମର ପିତ ସାନ୍ତା ଙ୍କ ଝିଅ ଭୂମିକା ସାନ୍ତା।  ସନଧର ସାନ୍ତାଙ୍କ ଦୁଇ ଝିଅ ସତୀ ସାନ୍ତା(୬),ଏଲିଶା ସାନ୍ତା (୪) ଗୁରୁତର ହୋଇଛନ୍ତି। ଉଭୟଙ୍କ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରା ଯାଇଛି।

ପରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ଅପରାହ୍ନ ୪ଟା ସମୟରେ  ସନଧର ସାନ୍ତା ଘର ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ୪ଜଣ ଝିଅ ଖେଳୁଥିଲେ। ଏହି ସମୟରେ ହଠାତ ଘର ଟି ଭୁଶୁଡି ପଡିଥିଲା ତିନି ଝିଅ ଘର ଭିତରେ ଚାପି ହୋଇଯାଇଥିବା ବେଳେ ଜଣେ ସୌଭାଗ୍ୟବଶତଃ ବର୍ତ୍ତି ଯାଇଥିଲେ। ଭଙ୍ଗାଘର ଭିତରୁ ତିନି ଜଣଙ୍କୁ ଉଦ୍ଧାର କରି ଉମରକୋଟ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲାଭୂମିକା ସାନ୍ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସତୀ ସାନ୍ତା ଓ ଏଲିଶା ସାନ୍ତାଙ୍କ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।