ନୂଆଦିଲ୍ଲୀ, ୧୪।୭: ସୋସିଆଲ ମିଡିଆର ଦୁନିଆରେ ପ୍ରତିଦିନ କିଛି ନା କିଛି ଏମିତି ଭାଇରାଲ ହୋଇଥାଏ, ଯାହା ଲୋକଙ୍କୁ ଚକିତ କରି କରିଥାଏ । ଆଜିକାଲି ଇଣ୍ଟରନେଟରେ ଏଭଳି ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଏକ ବିତର୍କ ଆରମ୍ଭ ହୋଇଛି । ଭିଡିଓରେ ଜଣେ ଯୁବତୀ ଲଣ୍ଡା ହେଉଥିବା ଦେଖିବାକୁ ମିଳୁଛି । ଯୁବତୀ ଜଣକ ଲଣ୍ଡା ହେବାର ଭିଡିଓ ଛାଡ଼ିବା ସହ ଭିଡିଓରେ ଲେଖାଯାଇଥିବା କ୍ୟାପସନ୍ ସମସ୍ତଙ୍କ ହୋସ ଉଡ଼ାଇ ଦେଇଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଥିବା ଯୁବତୀ ଜଣକ ହେଉଛନ୍ତି କୀର୍ତ୍ତନ ମେନନ୍ । ଭିଡିଓରେ ଦେଖିବାକୁ ମିଳୁଛି ଯେ, କୀର୍ତ୍ତନ ବିନା କୌଣସି ଦ୍ୱିଧାରେ ଲଣ୍ଡା ହେଉଛନ୍ତି ।

ଏହି ଭିଡିଓଟି ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଲା, ଯେତେବେଳେ ଲୋକଙ୍କ ନଜର ଏହାର କ୍ୟାପସନ୍ ଉପରେ ପଡ଼ିଲା । ଭିଡିଓ ଉପରେ ଲେଖାଅଛି: "POV: ମୋ ମା’ ମୋ ବାହାଘର ଠିକ୍ କରିଦେଲେ"। ବାସ୍, ଏହି ଗୋଟିଏ ଲାଇନର କ୍ୟାପସନ୍ ସୋସିଆଲ ମିଡିଆ ୟୁଜର୍ସଙ୍କୁ ଚକିତ କରିଦେଇଛି ଏବଂ ଲୋକେ ଏହାକୁ ନେଇ ଭିନ୍ନ ଭିନ୍ନ ଅନୁମାନ କରିବା ଆରମ୍ଭ କରିଦେଇଛନ୍ତି । ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ୟୁଜର୍ସ ଭିନ୍ନ ଭିନ୍ନ ଦୁଇଟି ମତ ଦେଇଛନ୍ତିସ । ସମର୍ଥନରେ ଥିବା କିଛି ୟୁଜର୍ସ ମତରେ, ଯୁବତୀ ଜଣକ ନିଜ ଇଚ୍ଛା ବିରୋଧରେ ଠିକ୍ କରାଯାଇଥିବା ବାହାଘରକୁ ଏହି ଅଭିନବ ଢଙ୍ଗରେ ବିରୋଧ କରୁଛନ୍ତି । ଲୋକେ ଏହାକୁ ମହିଳା ସ୍ୱାଧୀନତା ଏବଂ ନିଜ ନିଷ୍ପତ୍ତି ନିଜେ ନେବାର ଅଧିକାର ସହ ଯୋଡ଼ି ଦେଖୁଛନ୍ତି । ଜଣେ ୟୁଜର ଲେଖିଛନ୍ତି, "ଭଉଣୀ, ତୁମକୁ ଅଧିକ ଶକ୍ତି ମିଳୁ ।" ଅନ୍ୟ ଜଣେ ଲେଖିଛନ୍ତି, "ଆଜିକାଲିର ସମସ୍ୟା ପାଇଁ ଏହା ଏକ ଫିଲ୍ମ ଷ୍ଟାଇଲ୍ ସମାଧାନ ।" ଅନ୍ୟପଟେ କିଛି ଲୋକ ଏହାକୁ କେବଳ ପବ୍ଲିସିଟି ଷ୍ଟଣ୍ଟ ବା ସୋସିଆଲ ମିଡିଆରେ ଭାଇରାଲ ହେବାର ଏକ ମାଧ୍ୟମ ବୋଲି କହୁଛନ୍ତି ।

ଏହା ବି ପଢ଼ନ୍ତୁ... ​​​​​​​Vaishno Devi: ମା’ ବୈଷ୍ଣୋଦେବୀ ମନ୍ଦିରରେ ୫୦୦ କୋଟିର ରୁପା ମହାଘୋଟାଲା ! ଅସଲି ରୁପା ଗଲା କୁଆଡ଼େ ?

କିନ୍ତୁ, ଏ ଭିଡିଓର ପ୍ରକୃତ ସତ କ’ଣ ? ଭିଡିଓକୁ ନେଇ ବିତର୍କ ତେଜିଥିଲେ ମଧ୍ୟ ଏହା ପଛର ପ୍ରକୃତ କାହାଣୀ ଏବେ ବି ରହସ୍ୟ ଘେରରେ । କୀର୍ତ୍ତନ ମେନନ୍ ନିଜ ଭିଡିଓରେ କେଉଁଠି ହେଲେ ସ୍ପଷ୍ଟ ଭାବେ କହିନାହାନ୍ତି ଯେ ସେ ବାହାଘର ବିରୋଧରେ ଏହି ପଦକ୍ଷେପ ନେଇଛନ୍ତି । ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି ଯେ, ହୋଇପାରେ ଏହା କୌଣସି ଧାର୍ମିକ ପରମ୍ପରା, କେଶ ଦାନ, କୌଣସି ବ୍ୟକ୍ତିଗତ କାରଣ କିମ୍ବା କେବଳ ଭ୍ୟୁ ଓ ଲାଇକ୍ସ ପାଇଁ କରାଯାଇଥିବା ଏକ ପ୍ରାଙ୍କ୍ । କୀର୍ତ୍ତନଙ୍କ ପକ୍ଷରୁ ମଧ୍ୟ କୌଣସି ଆଧିକାରିକ ବୟାନ ଆସିନାହିଁ । କିନ୍ତୁ ଏହା ନିଶ୍ଚିତ ଯେ, ଏହି କିଛି ସେକେଣ୍ଡର କ୍ଲିପ୍ ଏବଂ ତା’ର କ୍ୟାପସନ୍ ସାରା ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି ।