ପ୍ରମୂଖ ଖବର
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

‘ଆମର ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଫେରାଇ ଦିଅ’: ଟ୍ରମ୍ପ ପ୍ରଶାସନର ନୂତନ ନୀତି ବିରୋଧରେ ଫ୍ରାନ୍ସ ସାଂସଦଙ୍କ ଦାବି

Published By : Prameya | March 17, 2025 2:36 PM

ନୂଆଦିଲ୍ଲୀ,୧୭।୩: ଟ୍ରମ୍ପଙ୍କ ନୂଆ ଶୁଳ୍କ ନୀତିକୁ ନେଇ ବିଶ୍ବ ରାଜନୀତିରେ ଝଡ଼ । ଏନେଇ ଚିନ୍ତା ପ୍ରକାଶ କରିଛନ୍ତି ୟୁରୋପର ଏକାଧିକ ଦେଶ । ଏଭଳି ସ୍ଥିତିରେ ଫ୍ରାନ୍ସ ମଧ୍ୟ ଆମେରିକା ପ୍ରଶାସନକୁ ଧମକ ଦେଇଛି । ଫ୍ରାନ୍ସର ସାଂସଦ କହିଛନ୍ତି, ଆମକୁ ଆମର ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’ ଫେରାଅ । କାରଣ ଆମେରିକା ସରକାର ଏହାର ମୂଲ୍ୟକୁ ବୁଝିନାହାନ୍ତି ।

ଟ୍ରମ୍ପ ପ୍ରଶାସନର ନୂତନ ଟାରିଫ୍ ନୀତିକୁ ଫ୍ରାନ୍ସ ସାଂସଦଙ୍କ ବିରୋଧ। ଫ୍ରାନ୍ସର ସୋଶିଆଲିଷ୍ଟ ଓ ଡେମୋକ୍ରାଟିକ୍ ନେତା ରାଫେଲ  ଗ୍ଲୁକସମ୍ୟାନ୍ ଆମେରିକାକୁ କରିଛନ୍ତି କଡ଼ା ସମାଲୋଚନା।  ସେ କହିଛନ୍ତି, ମୁଁ ଆମେରିକାକୁ କହିବାକୁ ଚାହିଁବି, ସେ ଆମକୁ ଆମର ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’ ଫେରାଇ ଦେଉ। କାରଣ ଯିଏ ବୈଜ୍ଞାନିକଙ୍କୁ କାମରୁ ବାହାର କରୁଛି ଏବଂ ଅତ୍ୟାଚାରୀଙ୍କ ସାଥ୍ ଦେଉଛି ତାଙ୍କୁ ଏହି ଉପହାର ରଖିବାର ଅଧିକାର ନାହିଁ। ୧୮୮୬ ରେ ଉପହାରରେ ଫ୍ରାନ୍ସ ଦେଇଥିବା ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’କୁ ଆମେରିକା ଫେରାଇ ଦେବା ଦରକାର।

ଗ୍ଲୁକସମ୍ୟାନ୍ କହିଛନ୍ତିଏ ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’କୁ  ଆମେରିକାକୁ ଉପହାରରେ ଫ୍ରାନ୍ସ ଦେଇଥିଲା। ହେଲେ ଆପଣ ଏହାର ମୂଲ୍ୟ ବୁଝିପାରିଲେନି। ନିଶ୍ଚିତ ଭାବରେ ଏହା ଯେ, ତାକୁ ଆପଣ ତୁଚ୍ଛ ଭାବୁଛନ୍ତି। ସେଥିପାଇଁ କେବଳ ଏତିକି କହିବି, ଆମେରିକା ଆମକୁ ଫେରାଇ ଦେଉ। ଏହା ସେ କହିଛନ୍ତି, ଟ୍ରମ୍ପ ଯେଉଁ ଭଲ ଭଲ ଲୋକଙ୍କୁ ଚାକିରୀରୁ ଛଟେଇ କରୁଛନ୍ତି, ତାହା ଦ୍ବାରା ଫ୍ରନ୍ସ ଲାଭବାନ ହେବ। କାରଣ ସେମାନେ ୟୁରୋପ ଆସନ୍ତୁ ଓ ଆମର ଅର୍ଥବ୍ୟବସ୍ଥାକୁ ବଢାଇବାରେ ସାହାର୍ଯ୍ୟ କରନ୍ତୁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.