ଦାରିଙ୍ଗବାଡି,୨/୮(ଆପ୍ର): ଛେଳିକୁ ଟିକା କରଣ କରିବା ପରେ ପଡ଼ିଛି ଛେଳି ମଡକ । ଏକ ସପ୍ତାହ ମଧ୍ୟରେ ୧୮ ଟି ଛେଳି ମରିଥିବା ଚାଷୀ ଅଭିଯୋଗ କରିଛନ୍ତି । ତିଲୋରୀ ପଞ୍ଚାୟତ ଅନ୍ତର୍ଗତ ଜଗେରମାହା ଗ୍ରାମରେ ଘଟିଛି ଏଭଳି କିଛି ଘଟଣା । ଏହି ଗ୍ରାମର ଜୋସେଫ ଦିଗାଲ ଓ ପ୍ରାଞ୍ଚିସ ଦିଗାଲ ୧୮ ଟି ଛେରି ମରିଥିବା ଦେଖିବାକୁ ମିଳିଛି । 

ଟୀକା ଦେବାର ଗୋଟିଏ ଦିନ ପରେ ୧୩ ଟି ଛେଳି ମରିଥିବା ବେଳେ ୪ ଦିନ ପରେ ଶନିବାର ଦିନ ୫ ଟି ଛେଳି ମରିଛି । ଫଳରେ ଛେଳି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ୧୮ ଟି ଛେଳିର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । 

ଜୋସେଫ ଙ୍କ ପୂର୍ବରୁ ବଜ୍ରାଘାତ ଫଳରେ ୫ ଟି ଛେଳି ମରିଥିବା । ଏଭଳି ଭାବେ ଭୁଲ ଟିକା କରଣ ହେଉ ଅବା ପ୍ରାକୃତିକ ବିପର୍ଯ୍ୟୟ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ଚାଷୀ ଚିନ୍ତାରେ ରହିଥିବା ବେଳେ ଛେଳି ଚାଷ କରିବାକୁ ଆଉ ମନ ବଳାଉ ନାହାନ୍ତି । ଏପରି ପରିସ୍ଥିତିରେ ସରକାରୀ ସହାୟତା କୁ ଅପେକ୍ଷା କରି ରହିଛନ୍ତି ଉଭୟ ଚାଷୀ । ଯଦି ସରକାରୀ ସହାୟତା ନମିଳେ ତାହାଲେ ଚାଷୀ ଧାର ଉଧାର କରି ଯେଉଁ ଛେଳି ଚାଷ କରିଥିଲେ ତାହା କେମିତି ସୁଝିବେ ଚିନ୍ତାରେ ରହିଛନ୍ତି ।