ଜୟପୁର, ୮।୧ :  ଜୟପୁରରେ ଲୁଟେରାଙ୍କ ଆତଙ୍କ । ଉମୁରୀ ନିକଟରେ ବୟସ୍କ ଚାଷୀଙ୍କୁ ଚକମା ଦେଇ ଦୁର୍ବୃତ୍ତ ଝାମ୍ପିନେଲେ ସୁନା ହାର । ଲୁଟର ଶୀକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ଫୁଟ୍ରା ଗାଁର ଚାଷୀ ମହେଶ୍ବର ବିଷୋୟୀ । 

ଧାନ ଅମଳ ସମୟରେ ମହେଶ୍ବର ନିଜ ସ୍ତ୍ରୀଙ୍କ ସୁନା ହାର ବ୍ୟାଙ୍କରେ ବନ୍ଧକ ରଖି ଟଙ୍କା ଋଣ ନେଇଥିଲେ। ଧାନ ବିକ୍ରି ପରେ ଜୟପୁରର ୟୁନିୟନ ବ୍ୟାଙ୍କରୁ ବନ୍ଧକ ସୁନା ହାର ମୁକୁଳାଇ ଚାଷୀ ମହେଶ୍ବର ବିଷୋୟୀ  ଘରକୁ ଫେରୁଥିଲେ। ବାଟରେ   ତାକୁ  ଲୁଟେରାମାନେ ଲୁଟି ନେଇଥିଲେ। ଲୁଟ ହାରର ଓଜନ ୩୩ ଗ୍ରାମ ହେବ । ଏହାର ବଜାର ମୂଲ୍ୟ ୨ ଲକ୍ଷ ୩୦ ହଜାର ଟଙ୍କା ବୋଲି  ସେ କହିଛନ୍ତି । ଅଭିଯୋଗ ପରେ ବ୍ୟାଙ୍କରେ ପହଞ୍ଚି ଛାନଭିନ କରୁଛି ସଦର ପୋଲିସ। ସିସିଟିଭି ଯାଂଚ ସହ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରୁଛି ପୋଲିସ ।