ପ୍ରମୂଖ ଖବର
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

Ranya Rao: ସୁନା ଚୋରା ଚାଲାଣ; ଡିଆରଆଇ ବିରୁଦ୍ଧରେ ପାଲଟା ଅଭିଯୋଗ ଆଣିଲେ ରାନ୍ୟା ରାଓ

Published By : Bijay Swain | March 10, 2025 6:06 PM

Image courtesy: indiatoday

ନୂଆଦିଲ୍ଲୀ: ସୁନା ଚୋରା କାରବାର ମାମଲାରେ ଫସିଥିବା କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓଙ୍କ ପାଲଟା ଅଭିଯୋଗ। କହିଲେ ମତେ ପିଟି ନାହାନ୍ତି କିନ୍ତୁ ମତେ ବହୁତ ଗାଳିଗୁଲଜ କରିଛନ୍ତି। ଦୁବାଇରୁ ଭାରତକୁ ସୁନା ଚୋରା କାରବାର କରି ଧରାପଡିଥିବା ରାନ୍ୟାଙ୍କୁ କୋର୍ଟରେ ହାଜିର କଲାପରେ ସେ ରାଜସ୍ୱ ଗୁପ୍ତଚର ନିର୍ଦ୍ଦେଶକ(ଡିଆରଆଇ)ଙ୍କ ନାମରେ ଏମିତି କିଛି ଅଭିଯୋଗ ଆଣିଛନ୍ତି। 

ରାନ୍ୟାଙ୍କ ହାଇପ୍ରୋଫାଇଲ ସୁନା ଚୋରା କାରବାର ପାଇଁ ଡିଆରଆଇ ତାଙ୍କୁ ୧୦ ଦିନିଆ କଷ୍ଟଡିରେ ରଖିଛି। ତାଙ୍କ ବିଚାର ପାଇଁ ଜଷ୍ଟିସ ବିଶ୍ୱନାଥ ସି ଗୋଦାରଙ୍କ ନିକଟରେ ହାଜିର କରିବା ପୂର୍ବରୁ ତାଙ୍କ କଷ୍ଟଡିକୁ ସ୍ପେଶାଲ କୋର୍ଟ ଦ୍ୱାରା ସୋମବାର ଯାଏ ଢିଆରଆଇକୁ ପ୍ରଦାନ କରାଯାଇଥିଲା। 
 ତେବେ ଆଜି ରାନ୍ୟାଙ୍କୁ ବିଚାର ପାଇଁ କୋର୍ଟରେ ହାଜର କରାଯିବା ସମୟରେ ସେ ଏଜେନ୍ସି ଉପରେ ଏହି ଅଭିଯୋଗ ଉଠାଇଥିଲେ। ତେବେ ଡିଆଇଆଇ ଅଫିସରୁ ଆସିଥିବା ଅନୁସନ୍ଧାନକାରି ଅଧିକାରୀ(ଆଇଓ) ତାଙ୍କ ସହ କୈଣସି ପ୍ରକାରର ନିର୍ଯାତନା କରାଯାଇନାହିଁ ବୋଲି କହିଥିଲେ। ଏନେଇ ଅଧିକାରୀ ଜମଙ୍କ କହିଥିଲେ ଯେ “ପଚରାଉଚରା ସମୟରେ ରାନ୍ୟା କୌଣସି ଉତ୍ତର ଦେଇନଥିଲେ। ଆମେ ପ୍ରାୟ ସବୁବେଳେ ତାଙ୍କୁ ଚୋରା କାରବାର ସମ୍ୱଦ୍ଧରେ ପ୍ରଶ୍ନ ପଚାରୁଥିଲୁ। କିନ୍ତୁ ସେ ସବୁ ସମୟରେ ଚୁପ୍ ହିଁ ରହୁଥିଲେ। ଆମ ପାଖରେ ସମସ୍ତ ପଚରାଉଚରା ସମୟର ଭିଡିଓ ରେକର୍ଡ ମଧ୍ୟ ରହିଚି।”

ଅଧିକାରୀ ଜଣଙ୍କ ଆହୁରି କହିଛନ୍ତି ଯେ “ଆମେ ତାଙ୍କୁ ଚୋରାକାରବାର ସମ୍ୱଦ୍ଧିୟ ପ୍ରାମାଣ ଦେଖାଇବା ପରେ ମଧ୍ୟ ସେ ଚୁପ ରହିଥିଲେ। ତେବେ ସେ କୋର୍ଟରେ ପହଞ୍ଚିବା ପରେ ତାଙ୍କ ଓକିଲ ତାଙ୍କୁ କୋର୍ଟରେ କଣ କହିବାକୁ ପଡିବ ସେନେଇ ସୂଚନା ପ୍ରଦାନ କରିଥିଲେ।” ଏ ଅଭିଯୋଗର ପାଲଟା ଜବାବ ଦେଇ ରାନ୍ୟା କୋର୍ଟରେ କହିଛନ୍ତି ଯେ “ଯଦି ସେମାନଙ୍କ ପ୍ରଶ୍ନର ମୁଁ କୈଣସି ଉତ୍ତର ଦେଉନଥିଲି ତେବେ ସେମାନେ ମତେ ଧମକାଉଥିଲେ। ଯଦି ତମେ ସମସ୍ତ ପ୍ରଶ୍ନର ଉତ୍ତର ନଦିଅ ତେବେ ଆମେ ତୁମ ସହ କଣ କରିବୁ ତାହା ତୁମେ ଭଲ ଭାବେ ଜାଣିଛ। ଖାଲି ଏତିକି ନୁହେଁ ସେମାନେ ମତେ ମାନସିକ ଭାବେ ମଧ୍ୟ ନିର୍ଯାତନା ଦେଇଛନ୍ତି” ବୋଲି ସେ ଅଭିଯୋଗ ଆଣିଛନ୍ତି। 

ଏହାର ଜବାବରେ ଜଜ ରାନ୍ୟାଙ୍କୁ କହିଥିଲେ ଯେ ତୁମ ପାଖରେ ୩୦ ମିନିଟର ସମୟ ଅଛି ତୁମେ ଏନେଇ ନିଜ ଏକିଲଙ୍କ ସହ କଥା ହେଇଯାଅ। ତେବେ ତୁମ ସହ ଯଦି ଏପରି ହେଉଥିଲା ତେବେ ତୁମେ ଆଗରୁ ନିଜ ଓକିଲଙ୍କୁ ଏସମ୍ପର୍କରେ କଣ ପାଇଁ ଜଣେଇଲ ନାହିଁ। ତୁନେ ଏଥିଲାଗି କଣ ପାଇଁ ପିଟିସନ ଦାଖଲ କରିନ ବୋଲି ପ୍ରଶ୍ନ କରିଥିଲେ। 

ତେବେ ରାନ୍ୟା ଏହାର ଉତ୍ତରରେ କହିଥିଲେ ଯେ ମୁଁ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛି। କନ୍ତୁ ସେମାନେ ମତେ ଏକ ଦସ୍ତାବିଚରେ ଦସ୍ତଖତ କରିବାକୁ କହିଥିଲେ। ଆକୁ ଛାଡି ମୁଁ ତାଙ୍କର ସବୁ କଥା ମାନିଛି। ତତାପି ସେମାନେ ମୋ ଉପରେ ଉକ୍ତ ଦସ୍ତାବିଚରେ ଦସ୍ତଖତ କରିବା ଉପରେ ଚାପ ପକାଉଛନ୍ତି। ଏହା ସହ ସେମାନେ ମୋ ଘରକୁ ମଧ୍ୟ ଟାର୍ଗେଟ କରୁଛନ୍ତି। ଏହାର କଣ ଆବଶ୍ୟକତା ରହିଛି ବୋଲି କହିବା ସହ ରାନ୍ୟା କାନ୍ଦି ପକାଇଥିଲେ। 

ଜଜ୍ ଏକଥା ଶୁଣି ରାନ୍ୟାଙ୍କୁ ତୁରନ୍ତ ଏକ ପିଟିସମ ଦାଖଲ କରିବାକୁ କହିବା ସହ ଦରକାର ହେଲେ ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରିବେ ବୋଲି କହି ଆଶ୍ୱସନା ଦେଇଥିଲେ। ଏହା ସହ ରାନ୍ୟାଙ୍କ ଓକିଲ ବାରମ୍ୱାର ମଝିରେ ବ୍ୟାଘାତ ସୃଷ୍ଟି କରୁଥିବାରୁ ଜଜ୍ ଏହାର ବିରୋଧ କରିବା ସହ ‘ସେ ଆମ ପ୍ରଶ୍ନର କିଧା ଉତ୍ତର ଦେଉଛନ୍ତି ତୁମେ ମଝିରେ କଣ ପାଇଁ ବ୍ୟାଘାତ ସୃଷ୍ଟି କରୁଛ’ ବୋଲି ମନ୍ତବ୍ୟ ଦେଇଥିଲେ। 

ସୂଚନା ମୁତାବକ, ରାନ୍ୟା ୧୨ କୋଟି ଟଙ୍ଗା ମୁଲ୍ୟର ସୁନା ଚୋରାକାରବାର କରୁଥିବା ସମୟରେ ବାଙ୍ଗାଲୁରୁ ବିମାନବନ୍ଦରରୁ ଧରାପଡିଥିଲେ। ସେ ଦୁବାଇରୁ ଭାରତକୁ ବିପୁଳ ପରିମାଣର ସୁନା ଚୋରାରେ ଆଣୁଥିଲେ। ଗତ ଏକ ବର୍ଷ ମଧ୍ୟରେ ସେ ଦୁବାଇକୁ ୩୦ରୁ ଅଧିକ ଥର ଯାତ୍ରା କରିଛନ୍ତି। ଏଣୁ ସେ ଆଗରୁ ମଧ୍ୟ ସୁନା ଚୋରାକାରବାରରେ ସାମିଲ ଥିବା ନେଇ ଅଭିଯୋଗ ହୋଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.