ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଲଦାପଦର ସିଏନଆଇ ଚର୍ଚ୍ଚରେ ଗୁଡ ଫ୍ରାଇଡେ ପାଳିତ

Published By : Prameya | April 18, 2025 6:06 PM

ଫିରିଙ୍ଗିଆ,୧୮/୪ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା଼ଗାଁ ପଂଚାୟତ ଅଧୀନସ୍ଥ ଲଦାପଦର ଗ୍ରାମସ୍ଥିତ ସିଏନଆଇ ଚର୍ଚ୍ଚରେ ଗୁଡ଼ ଫ୍ରାଇଡେ ପର୍ବ ବେସ ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଯୀଶୁଖ୍ରୀଷ୍ଟ ଜଗତକୁ ପାପମୁକ୍ତ କରିବା ପାଇଁ ଏହିଦିନ କୃଶବିଦ୍ଧ ହୋଇଥିଲେ ଓ ପ୍ରାଣତ୍ୟାଗ କରିଥିଲେ । ଖ୍ରୀଷ୍ଟ ବିଶ୍ୱାସୀମାନେ ଏହି ଦିବସକୁ ପ୍ରଭୁ ଯୀଶୁଙ୍କର ବଳିଦାନ ଦିବସ ରୂପେ ପାଳନ କରିଥାନ୍ତି । ଆଜି ଲଦାପଦରସ୍ଥିତ ସିଏନଆଇ ଚର୍ଚ୍ଚରେ ୫୦ରୁ ଊର୍ଦ୍ଧ୍ବ ବିଶ୍ୱାସୀ, ବିଶ୍ୱାସିନି, ଯାଜକ, ପାଳକ ଓ ଚର୍ଚ୍ଚର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ଏହି ପର୍ବଟିକୁ ପାଳନ କରିଥିବା ଦେଖିବାକୁ ମିଳିଛି । ସମସ୍ତେ ଚର୍ଚ୍ଚରେ ପ୍ରବେଶ କରିବା ପରେ ଆତ୍ମୀୟ ପ୍ରାର୍ଥନା କରିଥିଲେ । 

ତତପରେ ପ୍ରଭୁଙ୍କର ଆରାଧନା ଓ ମୁଖ୍ୟ ଡିକନଙ୍କ ଦ୍ୱାରା ପ୍ରାର୍ଥନା କରାଯାଇଥିଲା। ଉପସ୍ଥିତ ସମସ୍ତ ବିଶ୍ୱାସୀ ଓ ବିଶ୍ୱାସିନିମାନଙ୍କୁ ବାଇବେଲ ଶିକ୍ଷା ଦିଆଯିବା ପରେ ଦାନ ସଂଗ୍ରହ ଗୀତ ଗାୟନ କରି ଦାନ ସଂଗ୍ରହ କରାଯାଇଥିଲା। ଟିକାବାଲି ପାଷ୍ଟରେଟର ଅବସରପ୍ରାପ୍ତ ପାଳକ ମନେଶ୍ୱର ନାୟକ ଯୀଶୁଙ୍କ ମୃତ୍ୟୁ ତଥା ଶୁଭ ଶୁକ୍ରବାର ବିଷୟରେ ବାଇବେଲରୁ ଶିକ୍ଷା ଦେଇଥିବାବେଳେ କାର୍ଯ୍ୟକ୍ରମ ଆରମ୍ଭରୁ ଶେଷଯାଏ ଉପାସନା ପରିଚାଳନା ମଣ୍ଡଳୀର ସମ୍ପାଦକ ରଂଜିତ ଦିଗାଲ କରିଥିଲେ । 

ଶେଷରେ ପାଳକମାନଙ୍କ ଦ୍ୱାରା ବାକ୍ୟ ଶିକ୍ଷା ଦିଆଯିବା ପରେ ସମସ୍ତେ ସାମୁହିକ ପ୍ରାର୍ଥନା କରି କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା । ମଣ୍ଡଳୀ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଉପ ସଭାପତି ଚଡିଆ ଦିଗାଲ, ମୁଖ୍ୟ ଡିକନ ରଘୁପତି ଦିଗାଲ, କଗେରି ଡିକନ ମଶା ଦିଗାଲ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ତୁଲେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.