ନୂଆଦିଲ୍ଲୀ ୧୩/୦୬: ଲଣ୍ଡନର ଜେମି ମିକ୍ ତାଙ୍କ ଗୁଜରାଟ ବୁଲା ଶେଷ କରି ଘରକୁ ଫେରିବାକୁ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅର୍ନ୍ତଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ । ବୁଧବାର ରାତିରେ ସେ ଭାରତ ଯାତ୍ରାର ଅନୁଭୂତି ଉପରେ ଏକ ଇନ୍ଷ୍ଟାଗ୍ରାମ ପୋଷ୍ଟ କରିଥିଲେ । ସାଙ୍ଗରେ ତାଙ୍କ ବନ୍ଧୁ ଫିଓଞ୍ଜଲ ଗ୍ରିନ୍ଲ-ମିକ୍ ଥିଲେ । ଏଥିରେ ସେ କହିଥିଲେ ‘ଭାରତରେ ଶେଷ ରାତି’ । ଗୁରୁବାର ସକାଳେ ଜେମି ବିମାନକୁ ଯିବା ପୂର୍ବରୁ ଆଉ ଏକ ଭିଡିଓ ପୋଷ୍ଟ କରି ‘ଗୁଡ୍ ବାଏ ଇଣ୍ଡିଆ’ କହିଥିଲେ ।
🚨 Jamie Ray Meek, a British citizen listed as a passenger on Air India Flight 171, reportedly shared a final Instagram Story shortly before takeoff.
— the Pulse (@thePulseGlobal) June 12, 2025
He appears on the official manifest under GBR 149261531. A video believed to be his last post.#India #Crash #Ahmedabad #Boeing… pic.twitter.com/KmSpz9iOi9
ତାଙ୍କ ଇନ୍ଷ୍ଟାଗ୍ରାମ ପ୍ରୋଫାଇଲ ଅନୁସାରେ ସେ ଏକ ଆଧ୍ୟାତ୍ମିକ ସୁସ୍ଥତା କେନ୍ଦ୍ର ‘ୱେଲନେସ ଫାଉଣ୍ଡାରୀ’ର ନିର୍ଦ୍ଦେଶକ । ସେହିପରି ତାଙ୍କ ବନ୍ଧୁ ଫିଓଞ୍ଜଲ ଏକ ଭିଡିଓ ଷ୍ଟୋରୀରେ କହିଥିଲେ, ଏଠାରେ ବେଶ୍ ଚମତ୍କାର ଅନୁଭୂତି ମିଳିଛି । ଚମତ୍କାର କଥା ଘଟିଛି । ଏହି ଯାତ୍ରା ମନେରହିବ । ଏଠାରେ ବେଶ୍ ସ୍ୱାଦିଷ୍ଟ ଖାଦ୍ୟ ବି ଉପଭୋଗ କରିଛୁ । ଇଂଲଣ୍ଡକୁ ୧୦ ଘଣ୍ଟାର ବିମାନ ଯାତ୍ରା କରିବାକୁ ହେବ ବୋଲି ଉଭୟେ ଭିଡିଓରେ କହିଥିଲେ । ତେବେ ଏହାର କିଛି ସମୟ ପରେ ସେମାନଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପୂରା ଦେଶକୁ ସ୍ତବ୍ଧ କରିଦେଇଛି । ଅହମଦାବାଦରୁ ଲଣ୍ଡନ ଯାଉଥିବା ବିମାନର ୧୨ କ୍ରୁ ସଦସ୍ୟ, ୨ ପାଇଲଟ ଏବଂ ୨୩୦ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତଙ୍କର ମୃତ୍ୟୁ ଘଟିଛି । ବିମାନ ଉଡ଼ାଣ କରିବା ପରର ସେହି ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ଟେକ୍ଅଫ୍ର ମାତ୍ର ୩୦ ସେକେଣ୍ଡ ମଧ୍ୟରେ ବିଶାଳକାୟ ଏୟାର ଇଣ୍ଡିଆ ବୋଇଂ ୭୮୭ ଡ୍ରିମ୍ଲାଇନର ଦୁର୍ଘଟଣାଗ୍ରସ୍ତ ହୋଇ ପାଉଁଶ ହୋଇଯାଇଥିଲା।